• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମ୍ବର୍ଦ୍ଧନା ସମାରୋହ

by Voice of Victims
November 10, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ଵର : ଆଜି ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ବାର୍ଷିଆନ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖ୍ୟାତନାମ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଦୈନିକ ଖବରକାଗଜ ପ୍ରତିଦିନର ସମ୍ପାଦକ ସୁଧୀର କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ବାପି ମିଶ୍ର, ଅନୁଷ୍ଠିନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ସମାଜରେ ଗଣମାଧ୍ୟମର ଭୂମିକା ଗୋଟିଏ ସାମ୍ବାଦିକର କାର୍ଯ୍ୟଶୈଳୀ ଉପରେ କଳିଙ୍ଗ ମିଡ଼ିଆର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ ।

ତତ୍ ସହିତ କାର୍ଯ୍ୟକ୍ରମରେ ଡାକ୍ତର କାଶୀନାଥ ନାୟକ, ବାଲେଶ୍ଵର ରେ କାର୍ଯ୍ୟରତ ସାମ୍ବାଦିକ ସୁମନ ପରିଡ଼ା ,ଭୁବନେଶ୍ୱରର ସାମ୍ବାଦିକ ଡ଼ଃ ମାଧବାନନ୍ଦ ବେହୁରା ,ଶିକ୍ଷାବିତ୍ ସରୋଜ କାନ୍ତ ସାହୁ , ସାମ୍ବାଦିକ ସୁଧୀର କୁମାର ମିଶ୍ର , ଭବାନୀପାଟଣା ସାମ୍ବାଦିକ ସନ୍ତୋଷ ସିଂ ଦେଓ ,ନିଆଳିର ସାମ୍ବାଦିକ ମଧୁସ୍ମିତା ସାହୁ ,ସମାଜସେବୀ ଗଣେଶ ପରିଡ଼ା ,ବ୍ରହ୍ମପୁରର ସାମ୍ବାଦିକ ଅନନ୍ତ ନାରାୟଣ ମହାନ୍ତିଙ୍କୁ କଳିଙ୍ଗ ମିଡ଼ିଆ ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ କଳିଙ୍ଗ ମିଡ଼ିଆରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରି ସାମ୍ବାଦିକତା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା । ଏଥିରେ ଓଡିଶାର ୭୦ ଜଣ ସାମ୍ବାଦିକ ଯୋଗାଯୋଗ ଦେଇଥିଲେ l ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ କଳିଙ୍ଗ ମିଡ଼ିଆର ନିର୍ଦେଶକ ତଥା ସମ୍ପାଦକ ଡ଼. ମହେଶ୍ବର ଅତିଥିଙ୍କ ପରିଚୟ ଦେଇଥିବା ବେଳେ ସାମ୍ବାଦିକତା ଅଧ୍ୟାପକ ଜ୍ଞାନ ଚାନ୍ଦ ମଲ୍ଲିକ, ଗୋପବନ୍ଧୁ ଦାସ, ଦୀପକ ବରାଳ, ସ୍ନେହାଞ୍ଜଳି ସେଠି, ନମିତା ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଛାତ୍ରୀ ଵିନତୀ ନାୟକ ଧନ୍ୟବାଦ ଦେଇଥିଲେ l

Post Views: 131
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In