ନୟାଗଡ(ଭି ଓ ଭି)-
୨୪ଜଣ ପୁରୁଣା କର୍ମଚାରୀଙ୍କୁ ଟାଟା ପାୱାର ବିନାକାରଣରେ ଛଟେଇକରିଛି।୧୨ -୧୪ ବର୍ଷ କାଳ କମ୍ ଦରମାରେ କାମକରାଇଲା ପରେ ଏବେ ସେମାନଙ୍କୁ ହଠାତ୍ କାମରୁ ଛଟେଇକରି ଦିଆଯାଇଛି।
ସେଥିପାଇଁ ଚଟେଇ ହୋଇଥିବା କର୍ମଚାରୀ ମାନେ ନୟାଗଡ ଡିଭିଜନ ଅଫିସ ଆଗରେ ୧୫ ଦିନ ହେଲା ଧାରଣାରେ ବସି ରହିଛନ୍ତି।
ଟାଟା ପାୱାର ର ଏମିତି ମନ ମାନି ପାଇଁ ଆଜି ୨୪ ଟି କର୍ମଚାରୀଙ୍କ ପରିବାରଙ୍କ ଆଖିରୁ ଲୁହ ସୁଖୁନାହିଁ।
ଟାଟା ପାୱାର ସେମାନଙ୍କୁ ପୁନଃ ନିଯୁକ୍ତି କରିବା ନିମନ୍ତେ ବୁଦ୍ଧିଜୀବୀ ମାନେ ଦାବି ରଖିଛନ୍ତି।