ବନ୍ଧୁଙ୍କ ପରିବାରକୁ ସମବେଦନା ଜଣାଇବା ସହ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ
ରଣପୁର, ୨୧/୧୨ : ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୯୪ ବ୍ୟାଚର ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବନ୍ଧୁ ସମସ୍ତଙ୍କୁ ପରକରି ଆର ପାରିକୁ ଚାଲି ଯାଇଛନ୍ତି | ଏହି ଖବର ଜାଣିବା ପରେ ଏହି ବ୍ୟାଚର ସମସ୍ତ ବନ୍ଧୁମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ | ମୃତ୍ୟୁ ବରଣ କରିଥିବା ବନ୍ଧୁ ହେଉଛନ୍ତି ରଣପୁର ହରଚଣ୍ଡୀ ସାହିର ବାସୁଦେବ ଆଚାର୍ଯ୍ୟ | ମାତ୍ର ୪୫ ବର୍ଷ ବୟସରେ ସେ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏମସ୍ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ | ବନ୍ଧୁ ବାସୁଦେବଙ୍କ ମୃତ୍ୟୁ ଖବର ପାଇ ସମସ୍ତ ବନ୍ଧୁ ଦୁଃଖ ପ୍ରକାଶ କରିବା ସହ ନବମୀ କ୍ରିୟାରେ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ଜଣା ପଡିଛି | ମୃତ ବାସୁଦେବଙ୍କ ଅନ୍ୟ ଜଣେ ବନ୍ଧୁ ସାରା ଜୀବନ ପାଇଁ ତାଙ୍କ ଘରର କେବୁଲ କନେକସନକୁ ପୁରା ମାଗଣା କରିଥିବା ଜଣା ପଡିଛି | ମୃତ ବାସୁଦେବ ସ୍ଵଭାଵରେ ଅତ୍ୟନ୍ତ ସରଳ, ଭଦ୍ର ଓ ନମ୍ର ଥିଲେ | ତାଙ୍କର ୧୨ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ଗୋଟିଏ ପୁଅ ଅଛନ୍ତି |
