ଭୁବନେଶ୍ବର (ଭିଓଭି) ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଲିଖିତ ଓଡିଆ ବ୍ୟାକରଣ ପୁସ୍ତକ “ଓଡ଼ିଆ ବନାନ : ଠିକ୍ ଜାଣିବା ଓ ଠିକ୍ ଲେଖିବା” ର ତୃତୀୟ ସଂସ୍କରଣ ଗତକାଲି ସଂଧ୍ୟାରେ ପ୍ରକାଶକ ‘ମଳୟ ପ୍ରକାଶନୀ’ ଦ୍ୱାରା ବଜ୍ରକବାଟି ସ୍ଥିତ ଦ୍ଵାରକା ହୋଟେଲରେ ଅନେକ ପୁରାତନ ଛାତ୍ର-ଛାତ୍ରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇ ଯାଇଛି। ଏହି ଉନ୍ମୋଚନ ଉତ୍ସବରେ ପ୍ରଭା ପଟନାୟକ, ରାଜକିଶୋର ଦାସ, ଡାକ୍ତର ଅନଙ୍ଗ ଦ୍ବିବେଦୀ, ମଞ୍ଜୁଶ୍ରୀ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ବିମଳ ସାହୁ, ପ୍ରବୀର ମହାପାତ୍ର, ଅରୁଣ ରଥ, ରବି ଶତପଥି, ଡଃ ପ୍ରଫୁଲ ମହାପାତ୍ର, ଦେବୀ ପ୍ରସାଦ ଧଳ, ପୁଣ୍ୟଶ୍ଳୋକ ଦାସ, ସୁବ୍ରତ ମହାନ୍ତି, ଅଭୟ ରାଉତ, ମନୋଜ ଶତପଥୀ, ରଶ୍ମୀଧର ଦାସ, ନୃସିଂହ ସାହୁ, ସଂଗୀତା ମିଶ୍ର, କୀର୍ତ୍ତିକାନ୍ତ ସ୍ଵାଇଁ, ଅଶ୍ଵିନୀ ମହାନ୍ତି, ଅମୀୟ ରଂଜନ ମହାପାତ୍ର, ସମୀର ପରିଜା, ମନୋରଞ୍ଜନ ମିଶ୍ର, ଅରବିନ୍ଦ ଦାସ, କୈଳାଶ ଚନ୍ଦ୍ର ଶତପଥୀ, ଇଂ ବିକାଶ ଚନ୍ଦ୍ର ବେହେରା, ସୌଭାଗ୍ୟ ଖୁଣ୍ଟିଆ, ରଶ୍ମି ରଞ୍ଜନ ସ୍ୱାଇଁ, ମନୋଜ ସାହୁ, ରାକେଶ ଦାସ, ସମ୍ବିତ ପଟ୍ଟନାୟକ, ପ୍ରସନ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
