• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ତୃତୀୟ ସ୍ଵନକ୍ଷତ୍ର ଉତ୍ସବ

by Voice of Victims
November 11, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ତୃତୀୟ ସ୍ଵନକ୍ଷତ୍ର ଉତ୍ସବ

ପୁରୀ (ଭିଓଭି): ସମାଜ ସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୁରୀ ମାଟିର ଅଗ୍ରଣୀ ଅନୁଷ୍ଠାନ ” ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ଏହାର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ହୋଇ ଯାଇଛି । ଏଇ କାର୍ଯ୍ୟ କ୍ରମରେ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ପୁରୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ, ପୁରୀ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ,ପୁରୀ ସଦର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରଯୁକ୍ତ ମନୋଜ କୁମାର ତ୍ରିପାଠୀ, ଟାଉନ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ପ୍ରଧାନ, ଜି ଆର୍ ପି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ବାହିନୀପତି ,ଯୁବ ସମାଜସେବୀ ଡ ଷ୍ଟାଲିନ୍ କୁମାର ପରିଜା ,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଭଗବାନ ସୁଆର,ବରିଷ୍ଠ ସମାଜ ସେବୀ ତଥା ଶିଳ୍ପପତି ରାଜକିଶୋର ପାତ୍ର ସମେତ ଅନୁଷ୍ଠାନର ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର,ସଭାପତି ସନ୍ତୋଷ ସେନାପତି ଏବଂ ସମ୍ପାଦିକା ତଥା ପ୍ରତିଷ୍ଠାତା ସୁଶ୍ରୀ ନୀହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଇ ଅବସରରେ ପୁରୀ ସହରର ପାଖାପାଖି ଚାଳିଶ ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନ ଓ ସ୍ବେଛାସେବୀ ସଂଗଠନ ତଥା ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗୀରରୁ ଆସିଥିବା ସମ୍ବଲପୁରୀ ନୃତ୍ୟ ସହିତ ପୁରୀ ର ଯୋଗ କଳାକାର ଏବଂ ନାଚଘର ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶ୍ରୀଜଗନ୍ନାଥ ବେଦାନ୍ତ ସାଂସ୍କୃତିକ କେନ୍ଦ୍ର ତରଫରୁ କୁନି କୁନି ପିଲାମାନ ଙ୍କର ଦ୍ଵାରା ଯୋଗ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉର୍ଜାବାନ ଓଡ଼ିଶା ଟ୍ରଷ୍ଟର ବହୁମୁଖି କାର୍ଯ୍ୟକ୍ରମ ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଚଳିତ ବର୍ଷ ରଥଯାତ୍ରା ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରାଇ ଏଇ ଅନୁଷ୍ଠାନ ବେଶ ଚର୍ଚାକୁ ଆସିଥିଲା। ଜଳ ବଣ୍ଟନ, ଟଙ୍କ ତୋରାଣି , ଖାଦ୍ୟ ବଣ୍ଟନ, ପ୍ରସାଦ ବଣ୍ଟନ, ବୃକ୍ଷ ରୋପଣ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେବା ଭଳି ପ୍ରମୁଖ କାର୍ଯ୍ୟ କରି ଉର୍ଜାବାନ ଓଡ଼ିଶା ଚର୍ଚ୍ଚାରେ ରହି ଆସିଛି। ସଭିଏଁ ଏକାଠି ହୋଇ କାମ କଲେ ପୁରୀ ସହର ବିଶ୍ୱରେ ନିଜ ସେବା ପାଇଁ ସ୍ବତନ୍ତ୍ର ନା ରଖି ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ସଭାପତି ସନ୍ତୋଷ ସେନାପତି ଆନୁଷ୍ଠାନିକ ସ୍ଵାଗତ କରିଥିଲା ବେଳେ ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l

Post Views: 583
Share206Tweet129Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In