ଭୁବନେଶ୍ବର (ଭିଓଭି): ପବିତ୍ର କାର୍ତ୍ତିକ ମାସରେ ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟ୍ ପକ୍ଷରୁ କଟକ ଦରଖାପାଟଣା ସ୍ଥିତ ବାୟାବାବା ମଠ ପରିସରରେ ଜଗନ୍ନାଥ କଥା ଅମୃତ ଉତ୍ସବ ପାଳନ କରାଯାଇଥିଲା। ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ପରାମର୍ଶଦାତା ଇନ୍ଦ୍ରଜିତ୍ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଶ୍ୟାମ ସୁନ୍ଦର ଦାଶ ଏବଂ ମାନସ ରଂଜନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କୁ ଜଗନ୍ନାଥ ସଂସ୍କୃତି ବିଷୟରେ ବର୍ଣ୍ଣନା କରାଯାଇଥିଲା। ଉପସ୍ଥିତ ଶ୍ରୋତା ପ୍ରଭୁ ଜଗନ୍ନାଥ କଥାମୃତ ଶୁଣିବା ସହିତ ଉତ୍ସବ ଶେଷରେ ପ୍ରସାଦ ସେବନ କରିଥିଲେ। ରୋଟାରୀ କ୍ଲବ୍ କ୍ୟାଣ୍ଟନମେଣ୍ଟର ସଭାପତି ଶୁଭ୍ରା ମହାନ୍ତି, ସେବା ପ୍ରକଳ୍ପ ଅଧ୍ୟକ୍ଷ ବିଶ୍ୱଜିତ ସେନାପତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ସଚିବ ପ୍ରଭାତ ମିଶ୍ର, କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ଲେଙ୍କା, ଅନଙ୍ଗ ନାୟକ, ସୁରେନ୍ଦ୍ର ପାତ୍ର, ବିଦ୍ୟାସାଗର ଦାଶ, ରୂପେଶ ଦାଶ, ମିନତି ମିଶ୍ର, ରୋଟାରୀ କ୍ଲବ୍ ମହାନଦୀ ସଭାପତି ଭାଗ୍ୟଶ୍ରୀ ଏବଂ ରୋଟାରୀ କ୍ଲବ୍ ରେଡିଏନ୍ସ ସଭାପତି ଶ୍ରୀମତୀ ଇନ୍ଦିରା ଶୁଭଦର୍ଶିନୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
