• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପରୀକ୍ଷାରେ ଅନିୟମିତତା କଲେ, ୩ରୁ ୫ ବର୍ଷ ଜେଲଦଣ୍ଡ

by Voice of Victims
November 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପରୀକ୍ଷାରେ ଅନିୟମିତତା କଲେ, ୩ରୁ ୫ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର: ବହୁ ବିଳମ୍ବ ହୋଇଥିଲେ ହେଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ନିଯୁକ୍ତି ଏଜେନ୍ସି ଦ୍ୱାରା କରାଯାଉଥିବା ପରୀକ୍ଷାର ଅନିୟମିତତା ଆଉ କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ସାବର୍ଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ମଞ୍ଜୁରୀ ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଉକ୍ତ ବୈଠକରେ ଆଠଟି ପ୍ରସ୍ତାବରେ ମୋହର ଲାଗିଛି। ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଅନ୍ତର୍ଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ ବୈଠକରେ ନିଯୁକ୍ତି ପରୀକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶା ଲୋକେସବା ଆୟୋଗ(ଓପିଏସ୍‌ସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ, ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ, ସର୍ଭିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ଶିକ୍ଷା (ରାଜ୍ୟ ପାଇଁ ସଳେକ୍ସନ ବୋର୍ଡ଼) ରୁଲ୍ସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ବା ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି। ଏହି ବିଲକୁ ଆସନ୍ତା ବିଧାନସଭା ଶୀତ ଅଧିବେଶନରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ‘ଓଡ଼ିଶା ପବ୍ଲିକ୍ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେଲେ, ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷରେ ବିଭିନ୍ନ ପ୍ରକାରର ଅନ୍ୟାୟ ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂବର୍ରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍‌, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ପ୍ରବେଶ ଆଦି ବେଆଇନ କାର୍ଯ୍ୟରେ ରୋକ ଲାଗିଯିବ। ଏହାଦ୍ୱାରା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆସିପରିବ। ମେଧାବୀ ଛାତ୍ରଛାତ୍ରୀ ଆଉ ଅନ୍ୟାୟର ଶିକାର ହେବେ ନାହିଁ। ତେଣୁ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ଆଦାୟ ହେବ। ଦୋଷୀଙ୍କୁ ୫ ବର୍ଷ ପାଇଁ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡର କିଛି ତ୍ରୁଟି କଲେ ୧ କୋଟି ଟଙ୍କା ଜରିମାନା ଦେବାକୁ ହେବ। ଏନେଇ ସଂଶୋଧିତ ନିୟମରେ ଅନୁମୋହନ ମିଳିଛି ବୋଲି ଶ୍ରୀ ଆହୁଜା ସ୍ପଷ୍ଟ ଭାବେ କହିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମୋଟ୍ ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ନିଜସ୍ୱ ଓ ଗୁରୁତ୍ୱପୂର୍ଣ୍ଣ ନୂଆ ରାଜ୍ୟ ଯୋଜନା ‘ଗୋମାତା ଯୋଜନା’କୁ ମଞ୍ଜୁରୀ ମିଳିଛି। ଏଣିିକି ପ୍ରାଣୀମାନଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବା ଉପଲବ୍ଧ କରିବେ ସରକାର। ‘ଗୋମାତା’ରେ ୩ ବର୍ଷରେ ବ୍ୟୟ ହେବ ୩୪୨.୬୫ କୋଟି ଟଙ୍କା। ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ ବର୍ଷରେ ବ୍ୟୟ ହେବ ୧୦୩୧.୧୯ କୋଟି ଟଙ୍କା। ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ। ସେହିପରି ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି ଉପଯୋଜନାରେ ୨୨୩୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ। ଏହି ଯୋଜନା ଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ ବୃଦ୍ଧି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ବର୍ଷରେ ଯୋଜନାରେ ୬,୬୭,୫୦୦ ମତ୍ସ୍ୟଜୀବୀ ଓ ୭,୩୨,୫୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ଙ୍କ ସମେତ ମୋଟ୍ ୧୪ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ମୁଖ୍ୟ ଶାସନ ସଚିବ ପୁଣି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହଜାର ହଜାର ପଦବୀ ଖାଲି ପଡ଼ିଛି। ଏସବୁ ପଦବୀ ପୂରଣ ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟାୟ କ୍ରମେ ତାହା ପୂରଣ ହେବ। ରାଜ୍ୟର ଶିକ୍ଷିତ ଯୁବକ ଯୂବତୀ ନିଯୁକ୍ତି ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ସବୁ ଆଶାୟୀଙ୍କ ମଧ୍ୟରେ ଖୁସି ଆଣିଛି ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି। ତେବେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମୁଖ୍ୟ ଶାସନ ଶ୍ରୀ ଆହୁୂଜାଙ୍କ ସହ ବିଭିନ୍ନ ବିାଭାଗର ସଚିବମାନେ ଉପସ୍ଥିତ ଥିଲେ।

Post Views: 88
Share199Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In