ଭୁବନେଶ୍ବର (ଭିଓଭି): ଲାୟନ୍ସ କ୍ଲବ୍ କଟକ ଡାଏମଣ୍ଡ୍ ତରଫରୁ କ୍ୟାନସର୍ ଓ ଡାଇବେଟିକ୍ସ ରୋଗ ଉପରେ ଏକ ସଚେତନତା ଶିବିର ଖୁଣ୍ଟୁଣି ସ୍ଥିତ ଧବଳେଶ୍ଵର ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ସୁବ୍ରତ ଦାସ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର୍ କେନ୍ଦ୍ରର ଡାକ୍ତର ସଂଯୁକ୍ତା ପାଢୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଧବଳେଶ୍ଵର ପଲିଟେକ୍ନିକ୍ ର ଅଧ୍ୟକ୍ଷ ଦେବକୀ ନନ୍ଦନ ମହାନ୍ତିଙ୍କ ପୈାରହିତ୍ଵରେ ଆୟୋଜିତ ଏହି ସଚେତନତା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଲାୟନ୍ସ କ୍ଲବ୍ ଡାଏମଣ୍ଡ୍ ର ସଭାପତି ମନୋଜ ମହାପାତ୍ର, ଡାକ୍ତର ଅରୁଣ ସାହୁ, ଡାକ୍ତର ସବିତା ଦାସ, ନିଶାକର ସେଠୀ, ଜୟନ୍ତ ମହାରଣା, ମଞ୍ଜୁଶ୍ରୀ ମହାରଣା, ସୁଶୀଲ ଝୁନଝୁନଓ୍ଵାଲା, ସ୍ମିତା ପ୍ରିୟଦର୍ଶିନୀ, ଅମ୍ବିକା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଧବଳେଶ୍ଵର ନର୍ସିଙ୍ଗ କଲେଜ ଅଧ୍ୟକ୍ଷ ମଞ୍ଜୁଳା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
