• About Us
  • Contact Us
Friday, June 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଐତିହାସିକ କଟକ ବାଲିଯାତ୍ର ଉଦ୍‌ଘାଟିତ: ଅନ୍ତର୍ଜାତୀୟ ମହୋତ୍ସବର ମାନ୍ୟତା ପାଇଁ ଉଦ୍ୟମ କରାଯିବ- ମୁଖ୍ୟମନ୍ତ୍ରୀ

by Voice of Victims
November 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଐତିହାସିକ କଟକ ବାଲିଯାତ୍ର ଉଦ୍‌ଘାଟିତ: ଅନ୍ତର୍ଜାତୀୟ ମହୋତ୍ସବର ମାନ୍ୟତା ପାଇଁ ଉଦ୍ୟମ କରାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗର ସାଧବପୁଅମାନେ ବିଦେଶରେ ବାଣିଜ୍ୟ କରି ରାଜ୍ୟର ଯାବତୀୟ ଆବଶ୍ୟକତାକୁ ପୂରଣ କରିପାରୁଥିଲେ। ବୋଇତରେ ପାଲ ବାନ୍ଧି ଓ ତାରାକୁ ଦେଖି ଦିଗ ନିର୍ଣ୍ଣୟ କରି ସେମାନେ ବିପଦ ପୂର୍ଣ୍ଣ ବଙ୍ଗୋପ ସାଗର ପାର ହୋଇ ବିଦେଶରେ ବେପାର ବଣିଜ କରି ଆମ ରାଜ୍ୟକୁ ସମୃଦ୍ଧ କରିପାରୁଥିଲେ। ସେହି ଅତୀତକୁ ସ୍ମରଣ କରି ଆମକୁ ଅଗକୁ ବଢିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକର ଐତିହାସିକ ବାଲିଯାତ୍ରାକୁ ଆଜି ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାର ସାଂସ୍କୃତିକ ଗରିମାମୟ ପରମ୍ପରାର ପ୍ରତୀକ ହେଉଛି ଐତିହାସିକ ବାଲିଯାତ୍ରା। ଓଡ଼ିଶାର ଅସ୍ମିତାକୁ ବଜାୟ ରଖିବାରେ ସଫଳ ହେବାରେ ସହାୟକ ହୋଇଛି ଏହି ବାଣିଜ୍ୟିକ ମହାମେଳା। କଟକର ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଉତ୍ସବର ମାନ୍ୟତା ମିଳିବା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିଛନ୍ତି। ଉତ୍କଳର ପ୍ରାଚୀନ ଇତିହାସକୁ ଅନୁଧ୍ୟାନ କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମର ସଂସ୍କୃତିକୁ ଉଜ୍ଜିବୀତ କରି ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ପଡ଼ିବ। କେଉଁ କାରଣରୁ ସାଧବ ପୁଅମାନେ ଆଉ ବେପାର କରିବାକୁ ବିଦେଶକୁ ଗଲେ ନାହିଁ ସେ ଦିଗପ୍ରତି ଆମକୁ ଗବେଷଣା ଓ ବିଶ୍ଲେଷଣ କରିବାକୁ ପଡିବ। ଆବଶ୍ୟକ ହେଲେ ଏ ବାବଦରେ ବିଶେଷଜ୍ଞଙ୍କ ମତ ନେବାକୁ ପଡିବ। କଟକ ହେଉଛି ଭାଇଚାରାର ସହର। କଟକର ଗୌରବ ରକ୍ଷା ପାଇଁ ଏହି ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିବେ। ସେହିପରି ମହାନଦୀରେ ରିଭର୍ ଫ୍ରଣ୍ଟବାବଦରେ ରାଜ୍ୟ କ୍ୟାବିନେଟ୍‌ରେ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥିପାଇଁ ଆଉ ଦେଢଶହ କୋଟି ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏହାକୁ ସାବରମତି ରିଭର ଫ୍ରଣ୍ଟ ଭଳି କରାଯିବ। ସମ୍ବଲପୁରରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ। ଆମ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଲେ ଆମର ସ୍ୱାଭିମାନ ରକ୍ଷା ହୋଇ ପାରିବ। ଏଥିପାଇଁ ଆନ୍ତରିକତାର ସହ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଲେ ଯେ ଏବେ ରାଜ୍ୟରେ ଲୋକଙ୍କ ସରକାର ପ୍ରତିଷ୍ଠା ହୋଇଛି। ଆମର ସଂକଳ୍ପ ଓ ପ୍ରତିଶ୍ରୁତି ଅନୁଯାୟୀ ଆମେ କାର୍ଯ୍ୟ କରିଚାଲିବୁ। କଟକ ଲୋକସଭା ସାଂସଦ ଭର୍ତ୍ତୃୃହରି ମହତାବ, ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ, କଟକ ମହାନଗର ନିଗମ ମେୟର୍ ସୁବାସ ସିଂ, ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋଶ, କଟକସଦର ବିଧାୟକ ପ୍ରକାଶ ସେଠୀ,ଚୌଦ୍ୱାର – କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ନିଆଳି ବିଧାୟକ ଛବି ମଲ୍ଲିକ୍‌, ବୈଦେଶିକ ସଚିବ ଇଷ୍ଟର ଜୟଦିପ ମଜୁମ୍‌ଦାର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇ ବାଲିଯାତ୍ରାର ଗାରିମାମୟ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବାଲିଯାତ୍ରା ସ୍ମରଣିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟ୍ଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃର୍ଣ୍ଣେଇ ଆଦି ୧୪ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ। ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଓର୍‌ମାସ୍‌ର ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ। ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବାଲିଯାତ୍ରା ଉତ୍ସବରେ ୮ ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଚଳିତ ବର୍ଷ ବାଲିଯାତ୍ରାରେ ୩୨୫ରୁ ଅଧିକ ଷ୍ଟଲ୍ କରାଯାଇଛି।

Post Views: 47
Share198Tweet124Send
Voice of Victims

Voice of Victims

Recent Posts

  • ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି !
  • ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ
  • ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ, ସ୍ଥଗିତ ରଖିଲା ସଂଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
  • ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍‍କାୟିତ ଭାବେ ରହିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In