• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

by Voice of Victims
November 17, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

କଟକ (ଭିଓଭି) : ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସାହିତ୍ୟିକ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ୧୭ ତାରିଖ ସକାଳ ସାଢ଼େନଅଟା ସମୟରେ କଟକ କନିକାଛକସ୍ଥିତ ଅକ୍ଷୟ ମହାନ୍ତି ପାର୍କଠାରେ ଥ‌ିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ସହିତ ପରିଷଦର ସାଧାରଣ ସଂପାଦକ ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ସଂଗୀତ ସଂଯୋଜକ କୈଳାସ ଚନ୍ଦ୍ର ଶତପଥୀ, ପ୍ରାକ୍ତନ ପ୍ରଶାସକ ବଂଶୀଧର ରାଉତ, ଉତ୍କଳଭୂଷଣ ରାଉତରାୟ, ସତ୍ୟ ଦାସ, ନିବାସ ଚନ୍ଦ୍ର ମିଶ୍ର, ଗୌତମ ଚନ୍ଦ୍ର କର, ଧରଣୀଧର ପଟ୍ଟନାୟକ, ନମିତା ମହାନ୍ତି, ସତ୍ୟେନ୍ଦ୍ର ଗିରି (ଫେଲୁ ଭାଇ), ପ୍ରମୋଦ କୁମାର ମହାନ୍ତି, ସୁକାନ୍ତ ଦାସ, ଅରୁଣ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଅକ୍ଷୟ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତିଚାରଣ କରି ଓଡ଼ିଶାର ସଂଗୀତ ଜଗତକୁ ସ୍ଵର୍ଗତ ମହାନ୍ତିଙ୍କ ଅବଦାନ ଅତୁଳନୀୟ । ସେ ଜଣେ ଉଚ୍ଚକୋଟୀର କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ଓ ସଂଗୀତଜ୍ଞ ଭାବେ ପରିଚିତ । ତାଙ୍କ କଣ୍ଠରେ ମା’ ସରସ୍ଵତୀ ଆବିର୍ଭାବ ହୋଇଥିଲେ । ସେଥିପାଇଁ ସେ କୋଟି ଓଡି଼ଆଙ୍କ ସଂଗୀତରେ ମନ ମୋହୁଥିଲେ। ତାଙ୍କ ସଂଗୀତ ସାଧନା ଉପରେ ଗବେଷଣାର ଆବଶ୍ୟକତା ରହିଛି। ଭବିଷ୍ୟତ ବଂଶଧରମାନଙ୍କୁ ତାଙ୍କ ସଂଗୀତ ପ୍ରେରଣା ଯୋଗାଇବ। ସେ ଜଣେ ସଫଳ ଓ ପ୍ରସିଦ୍ଧ ସଂଗୀତ ସାଧକ, କଣ୍ଠଶିଳ୍ପୀ, ଗୀତିକାର ଭାବେ ସମଗ୍ର ଦେଶରେ ସୁବିଦିତ ଥିଲେ। ଯଥାର୍ଥରେ ସେ ଥିଲେ ଓଡ଼ିଆ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ। ଅକ୍ଷୟ ମହାନ୍ତି ଓଡ଼ିଆ ସଂଗୀତକୁ ଶୀର୍ଷରେ ପହଞ୍ଚାଇବା ସହିତ ସବୁ ପୀଢ଼ିର ଶ୍ରୋତା ଓ ପାଠକଙ୍କୁ ତାଙ୍କ କଣ୍ଠସ୍ଵର ଓ ଲେଖନୀ ମାଧ୍ୟମରେ ବାନ୍ଧି ରଖୁପାରୁଥିଲେ ବୋଲି ମତ ପ୍ରକାଶ କରିବା ସହ କଟକ ବାଲିଯାତ୍ରାରେ ଅକ୍ଷୟ ମହାନ୍ତିଙ୍କ ନାମରେ ନାମିତ ମଞ୍ଚରେ ଅକ୍ଷୟ ମହାନ୍ତିଙ୍କ ସଂଗୀତ ଓ ତାଙ୍କ କୃତି ସଂପର୍କରେ ଆଲୋକପାତ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ।

ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଅକ୍ଷୟ ମହାନ୍ତି ସଂଗୀତ କ୍ଷେତ୍ରରେ ଯେମିତି ଖ୍ୟାତି ଅର୍ଜନ କରିଥିଲେ, ସେହିଭଳି ଜଣେ ସଫଳ କଥାଶିଳ୍ପୀ ଓ ଜୀବନକାର ଭାବରେ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ରଚିତ ‘ଅନେଶତ ରାଣୀ’, ‘ନଗ୍ନ ମୋନାଲିସା’, ‘ମଲା ପ୍ରଜାପତି’, ‘ବିଚରା’ ପ୍ରଭୃତି ଗଳ୍ପଗ୍ରନ୍ଥ ଓ ତାଙ୍କର ଆତ୍ମଜୀବନୀ ଆମ ଓଡ଼ିଆ ବାଣୀଭଣ୍ଡାରର ଅମୂଲ୍ୟ ସଂପଦ ବୋଲି ମତବ୍ୟକ୍ତ କରିବା ସହ ସରକାର ସ୍ବର୍ଗତ ମହାନ୍ତିଙ୍କର ଏକ ପୂର୍ଣ୍ଣାଙ୍ଗ ଅବୟବ ପ୍ରତିମୂର୍ତ୍ତି କଟକରେ ପ୍ରତିଷ୍ଠା କରାଯାଉ ବୋଲି ଦାବି କରିଥିଲେ। କଣ୍ଠଶିଳ୍ପୀ ଖୋକନ କୁମାର ଅକ୍ଷୟ ମହାନ୍ତିଙ୍କ ସଂଗୀତ ଗାନ କରିଥିଲେ। ଶେଷରେ ନିବାସ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 99
Share209Tweet131Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In