• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସିପିଆଇ (ଏମ୍)ର ୧୧ତମ ଜିଲ୍ଲା ସମ୍ମିଳନୀ ର ପ୍ରତିନିଧି ଅଧିବେସନରେ ନୂତନ କମିଟି ଗଠନ

by Voice of Victims
November 18, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସିପିଆଇ (ଏମ୍)ର ୧୧ତମ ଜିଲ୍ଲା ସମ୍ମିଳନୀ ର ପ୍ରତିନିଧି ଅଧିବେସନରେ ନୂତନ କମିଟି ଗଠନ

ରଣପୁର (ଭିଓଭି): ସିପିଆଇ(ଏମ୍)ର ୧୧ତମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ର ଦ୍ଵିତୀୟ ଦିବସ ର ପ୍ରତିନିଧି ଅଧିବେଶନ ସାଥୀ ବିଶ୍ବନାଥ ମହାପାତ୍ର,ବିନୋଦ ନାୟକ ଓ ଜ୍ୟୋତି ପ୍ରଭା ଜେନା ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ହୋଇ ଥିଲାବେଳେ ରାଜ୍ଯ ନେତୃତ୍ବ ସାଥୀ ଦୁଷ୍ମନ୍ତ ଦାସ ପ୍ରତିନିଧି ସମ୍ମିଳନୀକୁ ଉଦ୍ଘାଟନ କରି ଥିଲା ବେଳେ ସାଥୀ ସୁରେଶ ପାଣିଗ୍ରାହୀଙ୍କ ଉଜାପନୀ ବକ୍ତବ୍ଯ ଦେଇ ପାର୍ଟିର ସାମ୍ବିଧାନିକ ନିର୍ବାଚନ ସମ୍ପର୍କ ରେ ଆଲୋଚନା କରିଥିଲେ। କେନ୍ଦ୍ର ଓ ରାଜ୍ଯ ର ଡବଲ ଇଞ୍ଜିନି ବିଜେପି ସରକାର ପ୍ରତି ଶୃତି ପାଳନ କରିବାରେ ଚରମ ବିଫଳ ହୋଇଛନ୍ତି ବୋଲି କହିଥିଲେ। ତା’ ସାଙ୍ଗକୁ ଦେଶରେ ଚାଲିଥିବା ସାମ୍ପ୍ରଦାୟିକ ରାଜନୀତିର ବିପଦ,ସାମ୍ବିଧାନିକ ସଙ୍କଟ , ଅଗଣତାନ୍ତ୍ରିକ ପଦକ୍ଷେପ ଓ ଶ୍ରମିକ-କୃଷକ -ଖାଉଟି ବିରୋଧି ନୀତି ବିରୋଧ ରେ ଅହରହ ଲଢେଇ କରିବାକୁ ଆହ୍ବାନ ଦେଇ ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଶରତଚନ୍ଦ୍ର ବେହେରା ଉପସ୍ଥାପନ କରିଥିବା ରାଜନୈତିକ ଓ ସାଙ୍ଗଠନିକ ରିପୋର୍ଟ ଉପରେ ୧୫ ଜଣ ସାଥି ଆଲୋଚନା କରିଥିଲେ। ପାର୍ଟିର ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମ ଅଭିବୃଦ୍ଧି କୁ ଆଗକୁ ନେବା,ରାଜ୍ଯ ସରକାର ଦେଇ ଥିବା ପ୍ରତିଶୃତି ପାଳନ କରାଇବା ଏବଂ ୨୬ ନଭେମ୍ବର ୨୧ ଦଫା ଦାବୀ ଉପରେ କେନ୍ଦ୍ରୀୟ ଶ୍ରମିକ ଓ କୃଷକ ସଙ୍ଗଠନ ମିଳିତ ଆନ୍ଦୋଳନ କୁ ସଫଳ କରିବାକୁ ସମ୍ମିଳନୀ ତରଫରୁ ଆହ୍ଵାନ ଦିଆ ଯାଇଛି। ପରିଶେଷରେ ବିଶ୍ବନାଥ ମହାପାତ୍ର, ଶରତଚନ୍ଦ୍ର ବେହେରା, ଗୋଲକ ମୁଦୁଲି,ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା,ସୁରେଶ ସ୍ଵାଇଁ,ଦୁଃଶାସନ ଜେନା,ସରୋଜ ନାୟକ,ପବିତ୍ର ଇନ୍ଦ୍ରଜିତ,ଜ୍ୟୋତି ପ୍ରଭା ଜେନା , ବିପିନୀ ବାଜୁ ଓ ବୈକୁଣ୍ଠ ଖୁଣ୍ଟିଆ ଙ୍କୁ ନେଇ ଏକ ଏଗାର ଜଣିଆ ଜିଲ୍ଲା ସାଙ୍ଗଠନିକ କମିଟି ଗଠନ ହୋଇ ଥିଲାବେଳେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

Post Views: 102
Share204Tweet128Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In