• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ୧୦ ସ୍ଥାନରେ ଚଢ଼ାଉ

by Voice of Victims
November 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ୧୦ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କଟକ ଭିଜିଲାନ୍ସ ସେଲ୍‌ର ଅଧିକାରୀମାନେ ତାଙ୍କର ୧୦ଟି ସ୍ଥାନରେ ଚଢ଼ଉ କରି ଆଲିଶାନ ଅଟ୍ଟାଳିକା, ଅନେକ ପ୍ଳଟ, ନଗଦ ଟଙ୍କା ଓ ସୁନା ଜବତ କରିଛନ୍ତି। ଢେଙ୍କାନାଳର କାମାକ୍ଷାନଗର ତାଙ୍କର କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସ ସମେତ, ଭୁବନେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଦି ୧୦ଟି ସ୍ଥାନରେ ଭିଜିଲାନ୍ସର ୧୦ଟି ଟିମ ଏକ କାଳୀନ ଏହି ଚାଢ଼ଉ ଜାରି ରଖିଛନ୍ତି। ଏହି ଚଢ଼ଉରେ ୭ ଜଣ ଡିଏସପି, ୩ ଜଣ ଇନିସ୍ପେକ୍ଟର, ୮ ଜଣ ଏଏସଆଇ ସମେତ ପ୍ରାୟ ୫୦ ଜଣ ଭିଜିଲାନ୍ସ କର୍ମଚାରି ସାମିଲ ରହିଛିନ୍ତି। ନାରାୟଣ ନାୟକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ନିଜସ୍ୱ ବାସଭାବନରୁ ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱର ଝାରପଡାରେ ଦୁଇଟି ସ୍ଥାନରେ ଗୋଟିଏ ତିନି ମହଲା ବିଶିଷ୍ଟ ଓ ଆଉ ଏକ ଦୁଇ ମହଲା ବିଶିଷ୍ଠ ଦୁଇଟି ଆଲିଶାନ ଅଟ୍ଟାଳିକା ଠାବ କରାଯାଇଛି। ଭଦ୍ରକ ଗେଲପୁର ଓ କାଉଁଶ ଠାରେ ତିନି ମହଲା ଓ ନିର୍ମାଣାଧୀନ ଦୁଇ ମହଲା ବିଶାଳ କୋଠା, ବାସୁଦେବପୁରର କପାଗାଡ଼ିଆ ଠାରେ ଅନ୍ୟ ଏକ ଘରକୁ ଠାବ କରିଛି ଭିଜିଲାନ୍ସ। ଏହା ସହିତ ଭଦ୍ରକ ବରୁଣେଇରେ ସମ୍ପର୍କୀୟ ଘର, ଭଣ୍ଡାରୀପୋଖରୀ ଜୋରାଗାଡିଆଠାରେ ଥିବା ଘର, ମୟୂରଭଞ୍ଜ ଧଳପୁର ସ୍ଥିତ ସମ୍ପର୍କୀୟ ଘର, କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ କ୍ୱାର୍ଟର୍ସରେ ଚାଲିଛି ଯାଞ୍ଚ। ସେ ଅନୁପସ୍ଥିତି ଥିବାରୁ କାମାକ୍ଷାନଗର ସରକାରୀ ବାସଭବନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଚଢ଼ଉ କରାଯାଇଛି। ଏହା ସହିତ ଯାଞ୍ଚ ବେଳେ ଭୁବନେଶ୍ୱରସ୍ଥିତ ବାସ ଭବନରୁ ଅନେକ ବ୍ୟାଙ୍କ ପାସ ବୁକ, ବିଭିନ୍ନ ବୀମା କମ୍ପାନୀର ବଣ୍ଡ, ଜମି ପଟ୍ଟା, ସୁନା ଗହଣା, କାର ଓ ବାଇକ, ଭିଭିନ୍ନ ନାମୀ ଦାମୀ କମ୍ପାନୀ ବ୍ରାଣ୍ଡର ଆସବାବ ପତ୍ର ଆଦି ମିଳିଛି।

Post Views: 157
Tags: Kamakshanagar upazilapal
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In