• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମଣିପୁର ସ୍ଥିତି ଅସମ୍ଭାଳ: ପୁଣି ଜଣେ ବିକ୍ଷୋଭକାରୀ ମୃତ, ବ୍ୟାପକ ପୋଡାଜଳା

by Voice of Victims
November 18, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମଣିପୁର ସ୍ଥିତି ଅସମ୍ଭାଳ: ପୁଣି ଜଣେ ବିକ୍ଷୋଭକାରୀ ମୃତ, ବ୍ୟାପକ ପୋଡାଜଳା

ଇମ୍ଫାଲ: ମଣିପୁରର ହିଂସାରେ ଆଉ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଜିରିବାମ୍ ଜିଲ୍ଲାରେ ଉତ୍ତ୍ୟକ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚାଳନା କରିଥିବା ବେଳେ ୨୦ ବର୍ଷୀୟ ଯୁବକ କେ ଅଥୁବାଙ୍କର ମୃତ୍ରୁ୍ୟ ଘଟିଥିବା ସୂଚନା ରହିଛି। ଏହାକୁ ନେଇ ଉତ୍ତେଜନା ଆହୁରି ବଢ଼ିଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ୫୦ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସଙ୍କୁ ମଣିପୁରରେ ନିୟୋଜିତ କରାଯାଇଛି। ଏସବୁ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ଦ୍ୱିତୀୟ ଦିନରେ ମଧ୍ୟ ମଣିପୁର ହିଂସାଜନିତ ପରିସ୍ଥିତି ଉପରେ ସମୀକ୍ଷା ବୈଠକ କରିଥିବା ଜଣାପଡିଛି। ମଣିପୁରରରେ କୁକି ଉଗ୍ରବାଦୀ ଗୋଷ୍ଠୀ ମୈତେଇ ଗୋଷ୍ଠୀର ୬ ଜଣଙ୍କୁ (୩ ମହିଳା ଓ ୩ ଶିଶୁ) ନିର୍ମର୍ମ ଭାବେ ହତ୍ୟା କରିବା ପରେ ସମ୍ପୂର୍ଣ୍ଣ ମଣିପୁରରେ ଏବେ ବିରୋଧ ଓ ହିଂସା ଜାରି ରହିଛି। ସେହିପରି ଗତକାଲି ଏକ ଶିଶୁର ମୁଣ୍ଡବିହୀନ ମୃତଦେହ ମଧ୍ୟ ମିଳିଥିଲା। ଏହି ଘଟଣାରେ ମଧ୍ୟ କୁକି ଗୋଷ୍ଠୀଙ୍କ ହାତ ଥିବା ଅନୁମାନ କରାଯାଉଛି। ତେବେ ଏହାର ପ୍ରତିବାଦରେ ମୈତେଇ ଗୋଷ୍ଠୀ ଏବଂ ମଣିପୁରର ଅନ୍ର ସାଧାରଣ ନାଗରିକମାନେ ବିକ୍ଷୋଭ ତଥା ପ୍ରତିବାଦକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ବିଭିନ୍ନ ନେତା ଓ ରାଜନୀତିକ ଦଳର ଅଫିସ ଉପରେ ଆକ୍ରମଣ କରିବାରୁ ପୁଲିସ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିଯୋଗୁ ଜଣେ ୨୦ ବର୍ଷୀୟ ଯୁବକ ଜିରିବାମ ଜିଲ୍ଲାରେ ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ସ୍ଥାନୀୟ କାର୍ଯ୍ୟାଳୟରୁ ନିଆଯାଇଥିବା ଆସବାବପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ସ୍ଥାନୀୟ ଲୋକମାନେ ନିଆଁ ଲଗାଇ ଦେଇଛନ୍ତି। ଜିରିବାମ୍ ପୁଲିସ୍ ଷ୍ଟେସନର ୫୦୦ ମିଟର ମଧ୍ୟରେ ଏହି ହିଂସା ଘଟିଥିଲା। ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇଥିବା ମଣିପୁରର ସ୍ଥିତି ଏବେ ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଛି। ପୋଡ଼ାଜଳା ଯୋଗୁ ମଣିପୁର ସ୍ଥିତି ଦିନକୁ ଦିନ ବେକାବୁ ହେଉଛି।

Post Views: 54
Tags: Manipur Situation Untenable: Another Protester Dead
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In