• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଇଏଫଏଫଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ

by Voice of Victims
November 19, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆଇଏଫଏଫଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ର ୫୫ତମ ସଂସ୍କରଣ ଆସନ୍ତା ନଭେମ୍ବର ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ମନୋରମ ସାମୁଦ୍ରିକ ବେଳାଭୂମିର ରାଜ୍ୟ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ ସରକାର), ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ଏବଂ ଗୋଆ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି) ମାଧ୍ୟମରେ ମହୋତ୍ସବ ଆୟୋଜିତ ହେଉଚି। ବିବିଧ କାହାଣୀ, ଅଭିନବ ସ୍ୱରକୁ ପ୍ରଦର୍ଶନ କରିବା ସହିତ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷର ଆଇଏଫ୍ଏଫ୍ଆଇ ମହୋତ୍ସବ ଚମତ୍କାର ଚଳଚ୍ଚିତ୍ର ଉତ୍ସବର ଭିନ୍ନ ଅନୁଭୂତି ନେଇ ଆସିଛି। ଆଜି ଆଇଏଫ୍ଏଫ୍ଆଇ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ, ଗୋଆର ମନୋରଞ୍ଜନ ସୋସାଇଟିର ଉପାଧ୍ୟକ୍ଷ ଡେଲିୟାଲା ଲୋବୋ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଏନ୍ଏଫଡିସିର ପରିଚାଳନା ନିର୍ଦ୍ଦେଶକ ପୃଥୁଲ କୁମାର ଯୋଗ ଦେଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବୃନ୍ଦା ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ମହାନିର୍ଦ୍ଦେଶକ ସ୍ମିତା ବତ୍ସ ଶର୍ମା; ଏବଂ ପିଆଇବି ଓ ଇଏସଜିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ। ଚଳିତ ବର୍ଷର ମହୋତ୍ସବରେ ଆୟୋଜନ କରାଯିବାକୁ ଥିବା ନୂଆ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଡ. ସାୱନ୍ତ କହିଥିଲେ ଯେ ଆଇଏଫ୍ଏଫ୍ଆଇ ପରେଡ୍ ମାର୍ଗରେ ‘ସ୍କାଏ ଲାଣ୍ଟର୍ନ’ ବା ଆକାଶ ଦୀପ ପ୍ରତିଯୋଗିତାର ଏଣ୍ଟ୍ରିଗୁଡ଼ିକ ପ୍ରଦର୍ଶିତ ହେବ। ଆସନ୍ତା ୨୨ ତାରିଖରେ ଇଏସଜି କାର୍ଯ୍ୟାଳୟ ସ୍ଥାନ ଠାରୁ କଳା ଏକାଡେମୀ ପର୍ଯ୍ୟନ୍ତ ଆଇଏଫଏଫଆଇ ପରେଡ୍‌ ଆୟୋଜନ କରାଯିବ। ଏହି ମହୋତ୍ସବରେ ୮୧ଟି ଦେଶର ୧୮୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ମହୋତ୍ସବ ସ୍ଥଳରେ ଯାତାୟାତ ର ସୁବିଧା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯିବ। ଗୋଆ ଚଳଚ୍ଚିତ୍ର ଉପରେ ସ୍ୱତନ୍ତ୍ର ବିଭାଗ ରହିବ ଯେଉଁଥିରେ ସ୍ଥାନୀୟ ପ୍ରତିଭା ଓ ସଂସ୍କୃତିକୁ ନେଇ ୧୪ଟି ସିନେମା ପ୍ରଦର୍ଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏନଏଫଡିସିର ଏମଡି ଶ୍ରୀ ପୃଥୁଲ କୁମାର କହିଛନ୍ତି ଯେ ଗୁଗଲ ଏବଂ ମାଇ ଗଭ ପ୍ଲାଟଫର୍ମ ସହିତ ଭାଗିଦାରୀ ମାଧ୍ୟମରେ ମହୋତ୍ସବରେ ୟୁଟ୍ୟୁବ ଇନଫ୍ଲୁଏସର୍‌ଙ୍କ ସହିତ ସହଭାଗିତା କରାଯାଇଛି। ଫିଲ୍ମ ବଜାରରେ ଏକ ଅଷ୍ଟ୍ରେଲୀୟ ଫିଲ୍ମ ପ୍ୟାଭିଲିୟନ୍ ପ୍ରଦର୍ଶିତ ହେବ। ଏହି ଉତ୍ସବରେ ବିଧୁ ବିନୋଦ ଚୋପ୍ରା, ଏଆର ରେହମାନ, ବିକ୍ରାନ୍ତ ମେସୀ, ଆର ମାଧବନ, ନୀଲ ନିତିନ ମୁକେଶ, କୀର୍ତ୍ତି କୁଲ୍‌ହାଡ଼ି, ଅର୍ଜୁନ କପୁର, ଭୂମି ପେଡନେକର, ରକୁଲ ପ୍ରୀତ ସିଂ, ନୁସରତ ଭରୁଚା, ସାନ୍ୟା ମାଲହୋତ୍ରା, ଇଲିଆନା ଡିକ୍ରୁଜ, ବୋମନ ଇରାନୀ, ପଙ୍କଜ କପୁର, ଅପାରଶକ୍ତି ଖୁରାନା, ମାନସୀ ପାରେଖ, ପ୍ରତୀକ ଗାନ୍ଧୀ, ସାଇ ତାମହାନକର, ବିଷ୍ଣୁ ମଞ୍ଚୁ, ପ୍ରଭୁଦେବା, କାଜଲ ଅଗ୍ରୱାଲ, ସୌରଭ ଶୁକ୍ଳାଙ୍କ ଭଳି ଚଳଚ୍ଚିତ୍ର  ତାରକାମାନେ ଯୋଗଦେବେ। ଏନଏଫଡିସିର ଏମଡି ଆହୁରି ସୂଚନା ଦେଇଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୬୫୦୦ ଜଣ ପ୍ରତିନିଧି ପଞ୍ଜୀକୃତ ହୋଇଛନ୍ତି ଯାହାକି ୨୫ ପ୍ରତିଶତ ଅଧିକ। ଚଳଚ୍ଚିତ୍ର ମହୋତ୍ସବ ସିନେପ୍ରେମୀଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଚଳିତ ବର୍ଷ ଆଉ ୬ଟି ସ୍କ୍ରିନ୍ ଏବଂ ୪୫ ପ୍ରତିଶତ ଅଧିକ ସ୍କ୍ରିନିଂ ଥିଏଟର ଉପଲବ୍ଧ ହେବ।ଚଳଚ୍ଚିତ୍ର ଜଗତର ବିଭିନ୍ନ ଦିଗକୁ ଗଭୀର ଭାବରେ ବୁଝିବା ସହ ଚଳଚ୍ଚିତ୍ର ବ୍ୟବସାୟର ସମସ୍ତ ବିଭାଗ ସହ ସାମ୍ବାଦିକମାନଙ୍କୁ ପରିଚିତ କରାଇବା ପାଇଁ ଏକ ପ୍ରେସ୍ ଟୁର ଆୟୋଜନ କରାଯିବ ବୋଲି ପୃଥୁଲ କୁମାର ସୂଚନା ଦେଇଛନ୍ତି। ଆଇଏଫଏଫଆଇ ୨୦୨୪ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଗୁରୁତ୍ୱ ଦେଉଛି ଏବଂ ସିଏମଓଟି ବିଭାଗରେ ରେକର୍ଡ ୧୦୩୨ ଟି ଆବେଦନ ପାଇଛି ଯାହାକି ଗତ ବର୍ଷ  ୫୫୦ ଥିଲା ବୋଲି ଶ୍ରୀ କୁମାର କହିଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ମହାନିର୍ଦ୍ଦେଶକ ସ୍ମିତା ବତ୍ସ ଶର୍ମା ଗଣମାଧ୍ୟମରେ ଏହି ମହୋତ୍ସବର ବଢୁଥିବା ଆକର୍ଷଣ ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବହୁ ସଂଖ୍ୟାରେ ଆବେଦନ ଆସିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ମୋଟ ୮୪୦ ଟି ଆବେଦନ ରହିଛି ଏବଂ ସେଥିମଧ୍ୟରୁ ୨୮୪ ଟି ଗୋଆରୁ ଆସିଛି। ଦେଶର ସମସ୍ତ ଅଞ୍ଚଳରେ ଏହି ମହୋତ୍ସବର ବ୍ୟାପକ ପ୍ରଚାର ବଢ଼ାଇବା ପାଇଁ ପିଆଇବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ସ୍ଥାନୀୟ ଭାଷାରେ ପ୍ରେସ ବିଜ୍ଞପ୍ତି ଜାରି କରିବେ। ସେହିପରି କୋଙ୍କଣୀ ଭାଷାରେ ମଧ୍ୟ ପ୍ରେସ ବିଜ୍ଞପ୍ତି ଜାରି କରାଯିବ।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In