• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କମିଲା ବାରବାଟୀ ଟିକଟ ଦର

by Voice of Victims
November 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କମିଲା ବାରବାଟୀ ଟିକଟ ଦର

ଭୁବନେଶ୍ବର: ୨୦୨୫ ଫେବୃୟାରୀ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ପାଇଁ ପୂର୍ବରୁ ଧାର୍ଯ୍ୟ ଟିକଟ ମୂଲ୍ୟ ହ୍ରାସ କରାଯାଇଛି। ଶୃଙ୍ଖଳିତ ଭାବେ ମ୍ୟାଚ୍ ପରିଚାଳନା ପାଇଁ କଳିଙ୍ଗ ଷ୍ଟାଡିୟମରେ ଆଜି ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରିଥିଲେ। କ୍ରୀଡାମନ୍ତ୍ରୀଙ୍କ ପରାମର୍ଶକ୍ରମେ ଟିକଟ ମୂଲ୍ୟ ହ୍ରାସ କରାଯାଇଛି ବୋଲି ଓସିଏ ପକ୍ଷରୁ ପ୍ରେସବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ତେବେ ଗ୍ୟାଲେରୀ ଟିକଟ ମୂଲ୍ୟ ୧୦୦ରୁ ୩୦୦ଟଙ୍କା ଭିତରେ ହ୍ରାସ ପାଇଥିବା ବେଳେ ସ୍ପେଶିଆଲ ଏନକ୍ଲୋଜର ଏବଂ ଏସି ଗ୍ୟାଲେରୀ ଭଳି ସ୍ଥାନର ଟିକଟ ଏକହଜାର ଟଙ୍କା କମିଛି। କିନ୍ତୁ ନ୍ୟୁ ପ୍ୟାଭିଲିୟନ ୧୦ ହଜାରଟଙ୍କା ଏବଂ କର୍ପୋରେଟବକ୍ସର ଟିକଟ ମୂଲ୍ୟ ୨୦ହଜାର ଟଙ୍କା ଅପରିବର୍ତ୍ତିତ ରଖାଯାଇଛି। କ୍ରିକେଟପ୍ରେମୀଙ୍କ ଅସନ୍ତୋଷ, ସାମାଜିକ ଗଣମାଧ୍ୟମରେ ନିନ୍ଦା ଏବଂ ବୁଦ୍ଧିଜୀବୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପରେ ବାରବାଟୀର ଟିକଟ ଦର କମାଇ ଦିଆଯାଇଛି ବୋଲି କୁହାଯାଉଛି। ପୂର୍ବରୁ ୧ ଏବଂ ୩ ନମ୍ବର ଗ୍ୟାଲେରୀ ଟିକେଟ ୧୨୦୦ ଟଙ୍କା ଥିଲା ବେଳେ ଏହାକୁ ୧୧୦୦ଟଙ୍କାକୁ ହ୍ରସ କରାଯାଇଛି। ୨ ଓ ୪ ନମ୍ବର ଗ୍ୟାଲେରୀ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀନଂ -୫ରେ ୧୫୦୦ରୁ ୧୨୦୦ଟଙ୍କା, ଗ୍ୟାଲେରୀ ନଂ-୭ରେ ୮୦୦ରୁ ୭୦୦ଟଙ୍କା ଏବଂ ସ୍ପେଶିଆଲ ଏନକ୍ଲୋଜର ଟିକୋଟ ମୂଲ୍ୟ ୭୦୦୦ରୁ ୬୦୦୦ଟଙ୍କାକୁ ହ୍ରାସ କରାଯାଇଛି। ଗତ ୩ ତାରିଖରେ ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ଅର୍ନ୍ତଜାତୀୟ ମ୍ୟାଚ୍ ପାଇଁ ବର୍ଦ୍ଧିତ ଟିକଟ ଦର ଘୋଷଣା କରିଥିଲା ଓସିଏ। ଗ୍ୟାଲେରୀ ଠାରୁ ଆରମ୍ଭ କରି କର୍ପୋରେଟ ବକ୍ସ ପର୍ଯ୍ୟନ୍ତ, ସମସ୍ତ ଟିକଟ ଦର ବୃଦ୍ଧି ପାଇଥିଲା। ପୂର୍ବରୁ ଅତିକମ୍‌ରେ ୬ଶହ ଟଙ୍କାରେ ଗ୍ୟାଲେରୀ ଟିକଟ ମିଳୁଥିଲା। ମାତ୍ର ଏହା ୮ଶହ ଟଙ୍କାରେ ପହଞ୍ଚିଥିଲା। ୫ନଂ ଗ୍ୟାଲେରୀ ଟିକଟର ମୂଲ୍ୟ ସର୍ବାଧିକ ୧୫୦୦ଟଙ୍କା ଧାର୍ଯ୍ୟ ହୋଇଥିଲା। କର୍ପୋରେଟ ବକ୍ସ ଟିକଟ ଦରକୁ ସିଧାସଳଖ ୮ହଜାର ଟଙ୍କା ବଢ଼ାଇ ଦିଆଯାଇଥିଲା। ଓସିଏର ଏହି ଘୋଷଣା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଓସିଏ ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ସ୍ପଷ୍ଟୀକରଣ ଦେଇ ଅନ୍ୟ ରାଜ୍ୟ ତୁଳନାରେ ବାରବାଟୀର ଟିକଟ ମୂଲ୍ୟ କମ୍ ବୋଲି କହିଥିଲେ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରସ୍ତୁତି ବୈଠକରେ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ସିଇଓ ଦୀପଙ୍କର ମହାପାତ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ ଉପସ୍ଥିତ ଥିଲେ। ଏହି ଅବସରରେ ସୁରକ୍ଷା ବ୍ୟବସ୍ଥା, ଖେଳାଳିଙ୍କ ଯାତାୟତ ଏବଂ ରହଣୀ ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In