• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୯ରୁ ଭୁବନେଶ୍ୱରରେ ଡିଜିପି କନ୍‌ଫରେନ୍ସ: ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

by Voice of Victims
November 19, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୯ରୁ ଭୁବନେଶ୍ୱରରେ ଡିଜିପି କନ୍‌ଫରେନ୍ସ: ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୁଲିସ୍ ଡିଜି କନଫରେନ୍ସ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌। ସମସ୍ତ ରାଜ୍ୟର ପୁଲିସ୍ ଡିଜିଙ୍କ ସହ ଅର୍ଦ୍ଧସାମରିକ ବାହିନୀଗୁଡ଼ିକର ମୁଖ୍ୟମାନେ ଏଥିରେ ଯୋଗଦେବେ। ସୀମା ସହିତ ଅନ୍ତରୀଣ ସୁରକ୍ଷା, ସାଇବର ଅପରାଧ କିପରି ନିୟନ୍ତ୍ରଣ ହେବ ତା’ଉପରେ ଏହି ସମ୍ମିଳନୀରେ ମାନସମନ୍ଥନ ହେବ। ଲୋକସେବା ଭବନ କନ୍‌ଫରେନ୍ସ ହଲରେ ନଭେମ୍ବର ୨୯ରୁ ଆରମ୍ଭ ହେବ ଏହି ୩ ଦିନିଆ କନଫରେନ୍ସ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଓଡ଼ିଶା ପୁଲିସ। ଆଗାମୀ ଦିନରେ କଣ ରହିବ ପୁଲିସର ରୋଡମ୍ୟାପ୍‌, ସାଇବର୍ ସିକ୍ୟୁରିଟିକୁ କେମିତି ସୁଦୃଢ଼ କରାଯିବ, ଅନ୍ତରୀଣ ସୁରକ୍ଷା ଓ ଅନୁପ୍ରବେଶକାରୀ ଚ୍ୟାଲେଞ୍ଜକୁ କେମିତି ସାମ୍ନା କରିବେ ସରକାର ତାହା ଉପରେ ଆଲୋଚନା ହେବ। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ଯାଏଁ ଚାଲିବ ଏହି କନଫରେନ୍ସ। ବିଭିନ୍ନ ପ୍ରସଙ୍ଗକୁ ନେଇ ପାଖାପାଖି ୧୨ଟି ସେସନ୍ ରହିବ। ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ୩ ଦିନ ଓଡ଼ିଶାରେ ରହି ସମସ୍ତ ସେସନରେ ଯୋଗ ଦେବେ। ବିଶେଷ କରି ଆତଙ୍କବାଦ ତଥା ସୀମା ସୁରକ୍ଷା, ଅନ୍ତରୀଣ ସୁରକ୍ଷା ଯେମିତି କି ମାଓ ସମସ୍ୟା, ଅନୁପ୍ରବେଶକାରୀ ସମସ୍ୟା ଉପରେ ହେବ ଆଲୋଚନା ।୨୦୨୬ ସୁଦ୍ଧା ଭାରତକୁ ମାଓମୁକ୍ତ କରିବା ଟାର୍ଗେଟ୍ କେମିତି ହାସଲ ହେବ ସେ ନେଇ ବି ସମୀକ୍ଷା ହେବ। ସେହିପରି ବଢୁଥିବା ସାଇବର୍ ଅପରାଧ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର ଏବେ ବଡ଼ ଚାଲେଞ୍ଜ ପାଲଟିଛି। ତାକୁ କେମିତି ନିୟନ୍ତ୍ରଣରେ ରଖାଯିବ ସେ ନେଇ କନଫରେନ୍ସରେ ଗୁରୁତ୍ୱ ଦିଆଯିବ। ଜେଲ୍ ସଂସ୍କାର ସହ ବିଭିନ୍ନ ରାଜ୍ୟର ପୁଲିସ୍ ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହେବ। ଏହାବ୍ୟତୀତ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଏବଂ ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ କେମିତି ରକ୍ଷା ହେବ ତାଉପରେ ବି ଫୋକସ୍ ଦିଆଯିବ। ସମୁଦାୟ ୯୦ ଜଣିଆ ଡେଲିଗେସନ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଓଡ଼ିଶା ପୁଲିସ ପକ୍ଷରୁ ସମୀକ୍ଷା ବୈଠକ କରାଯାଇ କଫରେନ୍ସକୁ ସଫଳ କରିବାକୁ ମଧ୍ୟ ଦାୟିତ୍ୱ ବଣ୍ଟା ସରିଛି। କିଛି ଡେଲିଗେସନଙ୍କ ପାଇଁ ଘରୋଇ ହୋଟେଲ ବୁକ୍ ସରିଥିବା ବେଳେ ଆଉ କିଛି ଗେଷ୍ଟଙ୍କ ପାଇଁ ରାଜ୍ୟ ଅତିଥି ଭବନ ପ୍ରସ୍ତୁତ ହେଉଛି। ପୂର୍ବରୁ ସମସ୍ତ ଡିଜି କନଫରେନ୍ସ ଦିଲ୍ଲୀରେ ଅନୁଷ୍ଠିତ ହେଉଥିଲା। ୨୦୧୪ରେ ବିଜେପି ସରକାରକୁ ଆସିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟାଳୟଗୁଡିକରେ ଏହି କନଫରେନ୍ସ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଜାନୁଆରୀ ୫ରୁ ୭ ତାରିଖ ମଧ୍ୟରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା ୫୮ତମ ଡିଜିପି ସମ୍ମିଳନୀ। ଓଡ଼ିଶା ଏବେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି କନଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି।

Post Views: 45
Share200Tweet125Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In