• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

“ଅନ୍ୱେଷଣ”ର ୪ର୍ଥ ବାର୍ଷିକ ଶିଶୁ ଉତ୍ସବ

by Voice of Victims
November 21, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
“ଅନ୍ୱେଷଣ”ର ୪ର୍ଥ ବାର୍ଷିକ ଶିଶୁ ଉତ୍ସବ

ପୁରୀ (ଭିଓଭି): ଅଭାବ ଓ ଅବହେଳା ପାଇଁ ବନ୍ଧା ନପଡୁ ଶୈଶବ। ଶିକ୍ଷା ଅଧିକାରରୁ ବଞ୍ଚିତ ନରହୁ କେହି ବି ଶିଶୁ। ଶିକ୍ଷା ଶିଶୁର ମୌଳିକ ଅଧିକାର। ବସ୍ତି ପିଲାଙ୍କ ଭିତରେ ମଧ୍ୟ ଭରି ରହିଛି ଅନେକ ପ୍ରତିଭା ଓ ଦକ୍ଷତା। ପରିବାର ସମସ୍ୟା ବା ଅଭାବ ପାଇଁ, ବଣ ମଲ୍ଲି ବଣରେ ଝରି ନ ଯାଉ। ସେସବୁର ବିକାଶ ହେଉ। ଏହି ଲକ୍ଷ୍ୟରେ କାର୍ଯ୍ୟରତ ଅନୁଷ୍ଠାନ “ଅନ୍ୱେଷଣ” ର ୪ ର୍ଥ ବାର୍ଷିକ ଶିଶୁ ଉତ୍ସବରେ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଙ୍ଗୋଲି ମାଧ୍ୟମରେ ଏବଂ ଶୋଭାଯାତ୍ରା, କର୍ମଶାଳା ଓ ସଭା ଦ୍ଵାରା ସଚେତନତା ସୃଷ୍ଟି କରାଯାଇ ଥିଲା। ବୁଧବାର ଶିଶୁମାନେ ସକାଳୁ ଶ୍ରୀମନ୍ଦିର ସାମ୍ନା ରେ ରଙ୍ଗୋଲି ରେ ସୁନ୍ଦର ଚିତ୍ର କରି ଏବଂ ଶୋଭାଯାତ୍ରା କରି ଶିଶୁ ଅଧିକାର ର ସ୍ଲୋଗାନ ଦେଇ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ନିକଟରୁ ସଭାସ୍ଥଳରେ ପହଞ୍ଚିଥିଲେ। ସଂସ୍କୃତି ଭବନ ଠାରେ ଆୟୋଜିତ “ଶିଶୁ ମହୋତ୍ସବ”ରେ ପିଲାଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସେଠାରେ ପିଲାମାନେ ବିଭିନ୍ନ ଅଦରକାରୀ ବସ୍ତୁରୁ ଅନେକ ଘରସଜା ସାମଗ୍ରୀ ମାନ ପ୍ରସ୍ତୁତ କରିଥିଲେ। ପଞ୍ଚଗବ୍ୟ (ଗୋବର, ଗୋମୂତ୍ର, କ୍ଷୀର ଦହି, ଘିଅ,)ରେ ଦୀପ,ରାକ୍ଷୀ,ମୂର୍ତ୍ତି ଏବଂଅନେକ ଘର ସଜା ଜିନିଷ ତିଆରି କରି ସେମାନଙ୍କ ଦକ୍ଷତା ଦେଖାଇବା ସହ ସମାଜକୁ ଦେଇଥିଲେ ପରିବେଶ ସୁରକ୍ଷା ର ବାର୍ତ୍ତା। ଅପରାହ୍ନରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ CWC ଅଧ୍ୟକ୍ଷ ଅଜିତ୍ ମହାପାତ୍ର, dcpo ମନୋଜ ତ୍ରିପାଠୀ, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂଯୋଗ ସମ୍ପାଦିକା ରିନି ମହାନ୍ତି, ପୁରୀ ରୋଟାରୀ କ୍ଲବ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମାଜସେବୀ ମନୋଜ ରଥ ଓ ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମର ସଭାପତି କୈଳାଶ ଚନ୍ଦ୍ର ବେହେରା, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ମଞ୍ଚାଶୀନ ଥିଲେ। ସମାଜ ସେବା ତଥା ଶିଶୁଙ୍କୁ ସୁନାଗରିକ କରି ଗଢି ତୋଳିବା କ୍ଷେତ୍ରରେ ଅନ୍ଵେଷଣ ର ପ୍ରୟାସ କୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଶିଶୁମାନେ( ପେଣ୍ଠକଟା ଓ ବଳିଆ ପଣ୍ଡା ବସ୍ତି ) ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶିବ ସୁନ୍ଦର ମିଶ୍ର ସଭା ସଂଯୋଜନା କରିବା ସହିତ ଅନୁଷ୍ଠାନର କର୍ମକର୍ତ୍ତା ନିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୀପକ୍ ରଞ୍ଜନ ପାଣି, ସିପାଲି ବାରିକ୍,ବ୍ରଜ କିଶ୍ବର ସାହୁ, ବାମଦେବ ମହାରଣା,ଉମେଶ ଦାସ,ଦିପ୍ତିଶିଖା କର,ବର୍ଷା ହାଲଦାର,ରାଜେଶ,ଖିତିସ୍ ନାୟକ, ନନ୍ଦିନୀ ମଲିକ୍, କଲ୍ୟାଣୀ, ସନ୍ଧ୍ୟା ବେହେରା, ଲିକୁ, ସମୀକ୍ଷା, ଶୁଭସ୍ମିତା ଏବଂ ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ଶିଶୁ ମାନଙ୍କର ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ କିଛି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In