• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଯାପିତ: ଓଡ଼ିଶା ପ୍ରଦେଶ ଅନନ୍ୟ ସଂସ୍କୃତିର ପରିଚୟ ନେଇ ବଞ୍ଚିଛି: ଆଇନ ମନ୍ତ୍ରୀ

by Voice of Victims
November 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଯାପିତ: ଓଡ଼ିଶା ପ୍ରଦେଶ ଅନନ୍ୟ ସଂସ୍କୃତିର ପରିଚୟ ନେଇ ବଞ୍ଚିଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜାତିର ପରିଚୟ ହେଉଛି ସଂସ୍କୃତି। କଟକ ସହରର ସଂସ୍କୃତିର ପୁରୁଷମାନଙ୍କୁ ଜନ୍ମଦେଇଛି। ଓଡ଼ିଶା ପ୍ରଦେଶ ଅନନ୍ୟ ସଂସ୍କୃତିର ପରିଚୟ ନେଇ ବଞ୍ôଚଛି। ସେଥିରୁ ନୌବାଣିଜ୍ୟ ସଂସ୍କୃତି ଅନ୍ୟତମ। ଚଳିତ ବାଲିଯାତ୍ରା ସଫଳତାର ସହ ପରିଚାଳିତ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ କହିଛନ୍ତି। ତଳପଡ଼ିଆ ବୈଷ୍ଣବ ପାଣି ମଞ୍ଚରେ ଆଜି ଅନ୍ତିମ ସନ୍ଧ୍ୟାର ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ହରିଚନ୍ଦନ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବିଧାୟିକା ସୋଫିଆ ଫିର୍ଦୋଶ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ କଟକ ଡିସିପି ଜଗମୋହନ ମୀନା ଯୋଗଦେଇଥିଲେ। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କଟକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ହାସ୍ୟ ଅଭିନେତା ଜୟୀରାମ ସାମଲ, କଣ୍ଠଶିଳ୍ପୀ ଶେଖର ଘୋଷ, ଅଭିନେତା ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ଜୟା ସ୍ୱାମୀ, ପ୍ରଣବ ଦାସ, ସୁବାସ ଦାସ, ଡ. ତ୍ରିପୁରା ମିଶ୍ର, ବନଜା ଦାସ ମହାନ୍ତି, ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର, ସୁରେନ୍ଦ୍ର କୁମାର ସାହୁ, ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, କଣ୍ଠଶିଳ୍ପୀ ଗୀତା ଦାସ, ଅଭିନେତ୍ରୀ ନମ୍ରତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଲିଯାତ୍ରାକୁ ନେଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ସେହିପରି ପ୍ରାୟୋଜକ ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ରୁଚି ମସଲାର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ଅଲଟ୍ରାଟେକ୍ ସିମେଣ୍ଟର ୟୁନିଟ୍ ହେଡ୍ ପୁରୁଷୋତ୍ତମ ଭେମୁରୀ, ଆରତି ଷ୍ଟିଲ୍‌ର ଜେନେରାଲ ମ୍ୟାନେଜର ଗୋପାଳକ୍ରିଷ୍ଣ ମଲ୍ଲିକ, ୱେଲ୍‌ସ୍ପନର ଅଧିକାରୀ ପାର୍ଥ ପଟ୍ଟନାୟକ, ଦୀଓନ ଗ୍ରୁପ୍ ନିର୍ଦ୍ଦେଶକ ମନୋଜ କୁମାର ସାହୁ, ଶ୍ରୀ ସିମେଣ୍ଟର ପ୍ଲାଣ୍ଟ ହେଡ୍ ଦୀପନ୍ଦର ଭରଦ୍ୱାଜ, ପଶୁପତି ଫିଡ୍‌ସର ଦେବବ୍ରତ ବିଶ୍ୱାଳ, ପ୍ରଗତିର ଜେନେରାଲ ମ୍ୟାନେଜର୍ ପ୍ରସୂନ ଭଟ୍ଟଚାର୍ଯ୍ୟ, ସନ୍ଦୀପ ସାହୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମ୍ୟାନେଜର ସନ୍ତୋଷ ମିଶ୍ର, ନୀଳାଞ୍ଚଳ ସୁବୁଦ୍ଧି, ୟୁକୋ ବ୍ୟାଙ୍କର ଡିଜିଏମ୍ ତଥା ଜୋନାଲ ହେଡ୍ ଚିନ୍ମୟ କୁମାର ସାହୁ, ୱାଟକୋର ଜେନେରାଲ ମ୍ୟାନେଜର ମନୋରଞ୍ଜନ ଜେନା, ଓରମାସ୍‌ର ଜିଏ ସିଇଓ ବିପିନ୍ ରାଉତ, ଟିପିସିଓଡିଏଲର ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର ସଞ୍ଜୟ ମହାନ୍ତି, ପୂର୍ତ୍ତବିଭାଗର ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର ପ୍ରଭାସ ଚନ୍ଦ୍ର ମାଝି, ସେଣ୍ଟ୍ ଜୋନ ଆମ୍ବୁଲାନ୍ସର ଯୁଗ୍ମ ସଚିବ ମିଲନ କୁମାର ସାହୁ, ଜାଗୃତିର କଟକ ପ୍ରୋଜେକ୍ଟ ହେଡ୍ ଆଲୋକ ମହାନ୍ତି, ବାଲିଯାତ୍ରା ସ୍ମରଣିକାର ସମ୍ପାଦକ ପ୍ରଫେସର ସହଦେବ ପାତ୍ର, ଆଶା ଏନ୍‌ଜିଓର ସଭାପତି ଲିପନ କୁମାର ଦାସ ଓ ଯୁଗ୍ମ ସମ୍ପାଦକ ନିତ୍ୟସୁନ୍ଦର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In