• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଶା ପର୍ବ-୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ: ‘ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ’

by Voice of Victims
November 24, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ପର୍ବ-୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ: ‘ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରବିବାର ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ର (୭ମ ସଂସ୍କରଣ) ଉଦ୍‌ଯାପନୀ ଦିବସରେ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ ଅନନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏହି ୩ ଦିନିଆ (୨୨-୨୪) ସମାରୋହ ‘ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୪’ର ଉଦ୍‌ଯାପନୀ ଦିବସରେ ଓଡ଼ିଆ ନାଗରିକଙ୍କୁ ଭେଟି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ଭାଷଣରେ ଓଡ଼ିଶା ସନ୍ଥ ଏବଂ ବିଦ୍ୱାନଙ୍କ ଧରିତ୍ରୀ ବୋଲି କହିଛନ୍ତି। ମୋଦୀ ନିଜ ପ୍ରାରମ୍ଭିକ ଭାଷଣରେ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଇବା ସହ ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ୱାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରୁଥିବା କହିଛନ୍ତି। ସେହିପର ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ସେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିରୁ ଆମକୁ ବହୁତ ଶିକ୍ଷା ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ ଓଡ଼ିଶାର ମହିଳାଙ୍କ ବିକାଶ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି, ଏହା ଅତ୍ୟନ୍ତ ଗର୍ବର ବିଷୟ। ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। କିଛିଦିନ ତଳେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ମହିଳାଙ୍କ ଆର୍ଥକ ବିକାଶ ହୋଇପାରିବ। ମୋଦୀ କହିଛନ୍ତି, ସନ୍ଥ ଭୀମ ଭୋଇ ଏକଦା କହିଥିଲେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’। ଏହା ହିଁ ଓଡ଼ିଶାର ସଂସ୍କୃତି। ଓଡ଼ିଶାର ସଂସ୍କୃତି ଅନ୍ୟ ପାଇଁ ସମର୍ପିତ। ଓଡ଼ିଶା ପୂରା ମାନବ ସମାଜର ସେବା କରିଛି। ଓଡ଼ିଶାର ସନ୍ତାନ ସ୍ୱାଧୀନତା ସଂଗ୍ରାମରେ ନୂଆ ଦିଗ ଦେଖାଇଛନ୍ତି। ପାଇକ ବିଦ୍ରୋହକୁ କେହି କେବେ ଭୁଲିପାରିବ ନାହିଁ। ପାଇକ ବିଦ୍ରୋହ ଉପରେ ଡାକ ଟିକେଟ୍ ଓ ମୁଦ୍ରା ଉନ୍ମୋଚନ କରିବାର ସୁଯୋଗ ତାଙ୍କ ସରକାରକୁ ମିଳିଛି। ସେହିପରି ବରପୁରୁଷ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାର ମଧ୍ୟ ସୁଯୋଗ ତାଙ୍କ ସରକାରଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାକୁ ମନେପକାଇ ଭାରତର ନୌବାଣିଜ୍ୟ ପରମ୍ପରା ବିଷୟରେ ମଧ୍ୟ ନିଜ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାର ସାଧବ ପୁଅମାନେ ଜାଭା, ବାର୍ଲି, ସୁମତ୍ରାରେ ନୌବାଣିଜ୍ୟ କରୁଥିଲେ। ଯେଉଁ ସମୟରେ କୌଣସି ଟେକ୍ନୋଲୋଜି ନଥିଲା ସେହି ସମୟରେ ସାଧବ ପୁଅମାନେ ସାମୁଦ୍ରିକ ବାଣିଜ୍ୟ ସଫଳତାର ସହିତ କରୁଥିଲେ। ।ମୁଦ୍ରିକ ସାମର୍ଥ୍ୟକୁ ଉତ୍କଳୀୟମାନେ ବିସ୍ତାର ଦେଇଥିଲେ। ଓଡ଼ିଶାରେ ପାଳିତ ହେଉଥିବା ଐତିହ୍ୟସମ୍ପନ୍ନ ବାଲିଯାତ୍ରା ଏହାର ସର୍ବୋତ୍ତମ ଉଦାହରଣ ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି, ଓଡ଼ିଶାକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ଗତ ୧୦ ବର୍ଷ ହେଲା କାମ ଚାଲିଛି। ୨୦୨୪ରେ ଓଡ଼ିଶାବାସୀ ନୂଆ ଆଶା ଦେଇଛନ୍ତି। ୨୦୩୬ରେ ଓଡ଼ିଶା ଶତବାର୍ଷିକୀ ପାଳନ ହେବ। ଏହି ଅବସରରେ ଓଡ଼ିଶାର ବିକାଶ ଦେଖିବାର ଅଛି। ଏକଦା ଓଡ଼ିଶାକୁ ପଛୁଆ କୁହାଯାଉଥିଲା, କିନ୍ତୁ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ସେ ଦେଖୁଛନ୍ତି। ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରଗତି କରୁଛି। ଓଡ଼ିଶାର ବିକାଶ ପାଇଁ ଗତବର୍ଷ ତୁଳନାରେ ୩୦% ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର କୃଷି ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ଲାଭବାନ କରାଯିବ। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ହେଉଛି। ଓଡ଼ିଶାରେ ନୂଆ ସରକାରର ୧୦୦ ଦିନରେ ୪୫ହଜାର କୋଟି ନିବେଶକୁ ମଞ୍ଜୁରି ମିଳିଛି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବିଶ୍ୱରେ ଯେତେଗୁଡ଼ିଏ ଭାଷା ରହିଛି, ତାହା ମଣିଷ ତିଆରି କରିଛି। କିନ୍ତୁ ଏକମାତ୍ର ଭାଷା ମହାପ୍ରଭୁଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଉଚ୍ଚକୋଟୀର ବୋଲି ବୈଷ୍ଣବ ବର୍ଣ୍ଣନା କରିଛନ୍ତି। ଓଡ଼ିଶାରେ ବିକାଶ, ଓଡ଼ିଶାରେ ରେଳ ନେଟୱର୍କ, ଟେଲିଫୋନ୍ ନେଟୱାର୍କ ସଂପର୍କରେ ରେଳମନ୍ତ୍ରୀ କହିଥିଲେ। ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହି ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ସମ୍ପର୍କରେ ନିଜ ମତ ବ୍ୟକ୍ତ କରିଥିଲେ।

Post Views: 41
Tags: PM Modi at Odisha festival-2024: 'If the women of Odisha progress
Share197Tweet123Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In