ଢେଙ୍କାନାଳ (ଭିଓଭି): ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଳର ପୁରୀ ବିଧାୟକ ପ୍ରାର୍ଥୀ ସତ୍ୟଜିତ ମହାନ୍ତି ଯୋଗଦେଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପଦାନ ସହିତ ପୂଜାର୍ଚନା କରି ସ୍ମୃତି ଚାରଣ କରିବା ସହିତ ସମ୍ବିଧାନ ଦିବସ ର ମହତ୍ବ ବିଷୟରେ ଆଲୋକପାତ କରିଥିଲେ। ତତସଙ୍ଗେ ବାଜିଚୌକ ଛକ ଠାରେ ଦଳର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକତ୍ରିତ ହୋଇ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦଳୀୟ କର୍ମୀ ମାନେ ପରସ୍ପରକୁ ଲଡ଼ୁ ଖୁଆଇ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଲଡ଼ୁ ଖୋଇ ସ୍ଥାପନା ଦିବସ ପାଳନ କରିଥିଲେ l ପରେ ପୂର୍ବ ଘୋଷଣା ଅନୁଯାୟୀ ଟାଟା ପାୱାରର ପ୍ରସ୍ତାବିତ ସ୍ମାର୍ଟ ମିଟର ଓ ବିଜୁଳି ଶୋଷଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବାଜିଚୌକ ଛକ ଠାରୁ ଏକ ପଟୁଆରରେ ବାହାରି ମୁଖ୍ୟ ବଜାରର ରାସ୍ତା ଦୁଇ ପାଖ ଲିଫଲେଟ ବଣ୍ଟନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l

