• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ଆଇନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

by Voice of Victims
November 27, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ଆଇନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ଯୁଗରେ ବାସ କରୁଛୁ । ତେବେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣମାଧ୍ୟମର ପାରମ୍ପରିକ ରୂପ, ଯେଉଁମାନେ ଏକଦା ସମ୍ପାଦକୀୟ ଯାଞ୍ଚ ଉପରେ ନିର୍ଭର କରି ବିଷୟବସ୍ତୁର ଉତ୍ତରଦାୟିତ୍ୱ ଓ ଶୁଦ୍ଧତା ସୁନିଶ୍ଚିତ କରୁଥିଲେ, ତାହା ସମୟ କ୍ରମେ ହ୍ରାସ ପାଇବାରେ ଲାଗିଛି। ସେ କହିଛନ୍ତି ଯେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ସୋସିଆଲ ମିଡିଆ ଏକ ମଞ୍ଚ ପାଲଟିଛି, କିନ୍ତୁ ସମ୍ପାଦକୀୟ ତଦାରଖ ଅଭାବରୁ ଏହା ଅନିୟନ୍ତ୍ରିତ ଅଭିବ୍ୟକ୍ତିର ଏକ ସ୍ଥାନରେ ପରିଣତ ହୋଇଛି, ଯେଉଁଥିରେ ପ୍ରାୟତଃ ଅଶ୍ଳୀଳ ବିଷୟବସ୍ତୁ ରହୁଛି। ଭାରତ ଏବଂ ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ଭୌଗଳିକ କ୍ଷେତ୍ର ମଧ୍ୟରେ ଭିନ୍ନ ଭିନ୍ନ ସାଂସ୍କୃତିକ ଭିନ୍ନତାକୁ ସ୍ୱୀକାର କରି ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସାଂସ୍କୃତିକ ସମ୍ବେଦନଶୀଳତା ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ସ୍ଥାନ ଠାରୁ ବହୁତ ଭିନ୍ନ। ତେଣୁ ଭାରତ ପାଇଁ ପ୍ରଚଳିତ ଆଇନକୁ ଅଧିକ କଠୋର କରିବା ଜରୁରୀ ହୋଇପଡିଛି। ଏହି ପ୍ରସଙ୍ଗରେ ସାଧାରଣ ସହମତି ସୃଷ୍ଟି କରିବାକୁ ସେ ଅନୁରୋଧ କରିଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ସଂସଦୀୟ ସ୍ଥାୟୀ କମିଟିକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଆହ୍ୱାନର ମୁକାବିଲା ପାଇଁ ସାମାଜିକ ସହମତି ରହିବା ସହ କଠୋର ଆଇନ ମଧ୍ୟ କରାଯିବା ଦରକାର ବୋଲି ସେ କହିଛନ୍ତି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In