• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅଙ୍ଗନଓ୍ୱାଡି ଓ ବିଦ୍ୟାଳୟଗୁଡିକରେ ଦିଆଯିବ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ: ପରିଚାଳନା ପରିଷଦ ବୈଠକରେ ପ୍ରସ୍ତାବ

by Voice of Victims
November 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଙ୍ଗନଓ୍ୱାଡି ଓ ବିଦ୍ୟାଳୟଗୁଡିକରେ ଦିଆଯିବ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ: ପରିଚାଳନା ପରିଷଦ ବୈଠକରେ ପ୍ରସ୍ତାବ

ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟିଡେଟ୍ (ଓମ୍ଫେଡ୍)ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଡାଏରୀ ଅପରେସନ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ ବୋର୍ଡର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବୋର୍ଡର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଓମ୍ଫେଡକୁ କିପରି ଆଗେଇ ନେବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟକର ଉତ୍ପାଦ ମାର୍କେଟକୁ ଯାଇପାରିବ ସେ ସଂପର୍କରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ନିଜ ନିଜର ବହୁ ମୂଲ୍ୟ ମତାମତ ଦେବାକୁ ଅନୁରୋଧ କରିଥିଲେ। ଦୁଗ୍ଧ ସଂଗ୍ରହ ସହ ଉତ୍ପାଦ ବୃଦ୍ଧି କରିବା ଏବଂ ଓମ୍ଫେଡ ଉତ୍ପାଦନଗୁଡିକ କପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେ ସଂପର୍କରେ ମଧ୍ୟ ପରିଚାଳନା ନିର୍ଦେଶକ ଆଲୋକପାତ କରିଥିଲେ। ଓମ୍ଫେଡର ଉତ୍ପାଦନ ବୃଦ୍ଧି କରିବା ସହ ଏହାର କଳେବରକୁ ବୃଦ୍ଧି କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବା ଦରକାର ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଦୁଗ୍ଧ ସଂଗ୍ରହ ଓ ନୂତନ ଉତ୍ପାଦ ବୃଦ୍ଧି କରିବା ନେଇ ବୋର୍ଡର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳରେ କ୍ଷୀରଧାରା କେନ୍ଦ୍ରମାନ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ ଜଣାଇବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ଓମ୍ଫେଡ୍ ଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାକୁ ସମସ୍ତେ ସ୍ୱାଗତ ଜଣାଇଥିଲେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ବଡ ବଡ ମନ୍ଦିରରେ କିପରି ଓମ୍ଫେଡ୍ ଘିଅ ଲାଗି ହୋଇପାରିବ, ସେ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇଥିବା ସଂପର୍କରେ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ପରିଷଦକୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ଯୋଜନାକୁ ଗ୍ରାମାଞ୍ଚଳକୁ ବ୍ୟାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ରାଜ୍ୟ ସରକାର ୬୫.୪୯ କୋଟି ଟଙ୍କା ମଂଜୁର କରିଥିବାରୁ ରାଜ୍ୟ ସରକାରଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଓମ୍ଫେଡ ଗୁଣ୍ଡ ଦୁଗ୍ଧ ଯୋଗାଇ ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର ହୋଇଛି। ସେହି ପରି ଷ୍ଟେଟ ସେଣ୍ଟ୍ରାଲ ଲାବ୍ରୋଟାରୀ ମଧ୍ୟ ଅରିଲୋଠାରେ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୁଗ୍ଧ କାରଖାନାଠାରେ ପାଇପ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ଯୋଗାଣ, ଅରିଲୋଠାରେ ଏକ ପାର୍ଲୋର ଖୋଲାଯିବାକୁ ଏହି ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି।

ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା ପରିଷଦର ସଂପାଦକ ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ।

Post Views: 121
Share199Tweet125Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In