ଢେଙ୍କାନାଳ (ଭିଓଭି): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଯୋଗ ଦେଇ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ଅନ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ସୁବୋଧ କୁମାର ପାଢ଼ୀ,କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର,କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ କୃଷି ଅଧିକାରୀ ବିମ୍ବାଧର ସାହୁ,ପ୍ରମୁଖ ଉପସ୍ଥିତ ଥିଲେ l ତିନି ଦିନ ଵ୍ୟାପୀ ହେବାକୁ ଥିବା ଏହି ମେଳା ରେ ୩୫ ଟି ଷ୍ଟଲ ହୋଇଥିବା ବେଳେ ୨୮ ଟି ଷ୍ଟଲ ରେ ବିଭିନ୍ନ କୃଷି ଯନ୍ତ୍ରପାତି, କୃଷି ଉପକରଣ ଇତ୍ୟାଦି ପ୍ରଦର୍ଶିତ କରାଯାଇଛି l ଅନ୍ୟ ୭ ଟି ଷ୍ଟଲ ରେ ମତ୍ସବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ କୃଷି ବିଭାଗ, ଓ କୃଷି ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଛି l କୃଷି ଓ କୃଷି ପ୍ରଣାଳୀ ସହ ଜଡ଼ିତ ବିଭିନ୍ନ ଆଧୁନିକ ଉପକରଣ ତଥା ଯନ୍ତ୍ରପାତି ର ବ୍ୟବହାର କରି କିପରି କୃଷକମାନେ ଅଧିକରୁ ଅଧିକ ସ୍ୱାବଲମ୍ବୀ ହୋଇପାରିବେ, ସେ ବିଷୟରେ ଅତିଥିମାନେ ଆଲୋକପାତ କରିବା ସହ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ କୃଷି ଯୋଜନା ଓ କୃଷି ସହ ଜଡ଼ିତ ବିଭିନ୍ନ ବିଭାଗ ବିଷୟରେ ଜାଣିବା ପାଇଁ ଅଧିକ ସଂଖ୍ୟାରେ ମେଳାରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଥିଲେ।
