• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ ଓଟିପି

by Voice of Victims
November 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ ଓଟିପି

ନୂଆଦିଲ୍ଲୀ: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଅର୍ଥାତ ଆପଣଙ୍କୁ ନିଜ ଫୋନ୍‌ରେ ମେସେଜ୍‌ ଏବଂ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ପାଇବାକୁ ବିଳମ୍ବ ହୋଇପାରେ। ନୂଆ ଟ୍ରେସେବିଲିଟି ନିୟମକୁ ସ୍କାମ୍‌, ସ୍ପାମ୍‌ ଏବଂ ଫିଶିଂ ଭଳି ସାଇବର ଅପରାଧକୁ ରୋକିବାକୁ ଏବଂ କମର୍ଶିଆଲ ମେସେଜ୍‌କୁ ଟ୍ରାକ୍‌ କରିବାକୁ ନେଇ ଟ୍ରାଇ ଆଣିଛି।ଭେରିଫିକେଶନ ଲାଗି ଓଟିପି ଏକ ଜରୁରୀ ଟୁଲ୍‌ରେ ପରିବର୍ତ୍ତିତ ହୋଇଛି। ଏମିତିରେ ଯଦି ଆପଣଙ୍କୁ କୌଣସି ବଡ଼ ଟ୍ରାନ୍ଜାକ୍ସନ କରିବାକୁ ହେବ ତେବେ କୌଣସି ଆପ୍‌ରେ ଲଗ୍‌ଇନ୍‌ କରିବାକୁ ହେବ। କମ୍ପାନୀଗୁଡ଼ିକ ଏଥିଲାଗି ଓଟିପି ମାଗିଥାନ୍ତି। ହେଲେ ଏବେ ଓଟିପି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌କୁ ମେସେଜ୍‌ ଟ୍ରେସେବିଲିଟି ଦେବାକୁ କହିଛି। ଅର୍ଥାତ କମ୍ପାନୀଗୁଡ଼ିକ ବ୍ୟବହାରକାରୀଙ୍କୁ ମେସେଜ ପଠାଇବା ପୂର୍ବରୁ ତାହା କେଉଁଠାରୁ ଆସିଛି ତାହା ଯାଞ୍ଚ କରିବାକୁ ହେବ। ଏହାପରେ ବ୍ୟବହାରକାରୀ ମେସେଜ୍‌ ପାଇଯିବେ।ପୂର୍ବରୁ ଏହି ନିୟମ ଅକ୍ଟୋବର ୩୧ରୁ ଲାଗୁ ହେବାର ଥିଲା। ହେଲେ ସେବା ପ୍ରଦାନକାରୀଙ୍କ ଦାବି ପରେ ଟ୍ରାଇ ଏହାକୁ ନଭେମ୍ବର ୩୦ ଯାଏ ଘୁଞ୍ଚାଇଥିଲା। ଅର୍ଥାତ ଯଦି କମ୍ପାନୀ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ବ୍ୟବହାରକାରୀଙ୍କୁ ଓଟିପି ମିଳିବା ବନ୍ଦ ହୋଇଯିବ ନଚେତ ବିଳମ୍ବ ହେବ।ଟ୍ରାଇ କହିଛି ଯେ, ଏହି ସୂଚନାକୁ ନେଇ ଦିଆଯାଉଥିବା ତଥ୍ୟ ଭୂଲ। ଟ୍ରାଇ ସେବା ପ୍ରଦାନକାରୀଙ୍କୁ ମେସେଜ ପଠାଉଥିବା ସଂସ୍ଥାର ପରିଚୟ ସୁନିଶ୍ଚିତ କରିବାକୁ ଆଦେଶ ଦେଇଛି। ଏଣୁ ଗ୍ରାହକଙ୍କୁ ବ୍ୟାଙ୍କିଂ ଏବଂ ଇ-କମର୍ଶ ଭଳି ଓଟିପି ଆଧାରିତ ନେଣଦେଣରେ ବିଳମ୍ବ ସ୍ଥିତି ଉପୁଜିପାରେ।

Post Views: 113
Share204Tweet128Send
Voice of Victims

Voice of Victims

Recent Posts

  • Weekly News Paper (August 10- 16, 2026)
  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In