ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର) : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିର ରେ ସତ୍ୟବାଦୀ ବ୍ଲକ୍ ର ଚବିଶି ପଞ୍ଚାୟତର ପ୍ରତ୍ୟେକ ଓ୍ବାର୍ଡ ରୁ ପାଖାପାଖି ଆଠଶହ ବିଜେଡି ସଭ୍ୟ ଯୋଗଦେଇ, ଆଗାମୀ ଦିନରେ ଦଳ ପାଇଁ ସଭ୍ୟ ସଂଗ୍ରହ ଅଭିଯାନ କୁ ଗୁରୁତ୍ତ୍ବ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ତଥା ସବୁବେଳେ ଲୋକଙ୍କ ସୁଖଦୁଃଖ ରେ ସାମିଲ ହେବାକୁ ଶ୍ରୀଯୁକ୍ତ ସାମନ୍ତରାୟ ସମସ୍ତ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଏହି ସଭାରେ ଦଳର ବରିଷ୍ଠ ନେତୃତ୍ବ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସୁନୀଲ ପଣ୍ଡା, ବିଜେଡି ସଭାପତି ଶ୍ରୀ ପ୍ରମୋଦ ରାଉତରାୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ବେହେରା, ୩୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନାରାୟଣ ରାଉତରାୟ, ଆତ୍ମା ଅଧ୍ୟକ୍ଷ ଶ୍ରୀ ମହମ୍ମଦ ଝିକିରିଆ, ବରିଷ୍ଠ ନେତା ଶ୍ରୀ ଦେବୀ ମହାପାତ୍ର ତଥା ବ୍ଲକର ସମସ୍ତ ବିଜେଡି ସରପଞ୍ଚ, ସମିତି ସଭ୍ୟ ତଥା ଓ୍ବାର୍ଡ ସଭ୍ୟ ମାନେ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ବିଜେଡି ରାଜ୍ୟ ସଂଯୋଜକ ଶ୍ରୀ ବିଜୟ ନାୟକ ତଥା ବିଜେଡି ମେଡିଆ ସେଲ ସଂଯୋଜକ ଶ୍ରୀ ତୁଷାର ନାୟକ ପରିଚାଳନା କରି କିଭଳି ଲୋକସମ୍ପର୍କ ବଢାଇ ସଭ୍ୟ ସଂଗ୍ରହ ଅଭିଯାନ କୁ ସଫଳ କରାଯାଇ ପାରିବ ସେ ବିଷୟରେ ମତ ରଖିଥିଲେ।


