• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା

ମାଟିଆପଡ଼ା ରେଳ ଓଭର୍‌ବ୍ରିଜ୍ : ନିର୍ମାଣ ବିଳମ୍ବ, ଲୋକେ ହନ୍ତସନ୍ତ

by Voice of Victims
December 25, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା
ମାଟିଆପଡ଼ା ରେଳ ଓଭର୍‌ବ୍ରିଜ୍ : ନିର୍ମାଣ ବିଳମ୍ବ, ଲୋକେ ହନ୍ତସନ୍ତ

ପୁରୀ(ଭିଓଭି): ପୁରୀ ସହର ବାସୀ ତଥା ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ, ରାଜନେତା, ଯୁବ ସଂଗଠନ, ଛାତ୍ର ସଂସଦ ଆଦି ମାନଙ୍କ ଦୀର୍ଘ ଦିନର ଦାବି, ଆନ୍ଦୋଳନ ପରେ ସାକାର ହେବାକୁ ଯାଉଛି ମାଟିଆପଡ଼ା ରେଳ ଓଭରବ୍ରିଜ୍‌ର ବାସ୍ତବ ରୂପ । ଜମି ହସ୍ତାନ୍ତର, ଅଧିଗ୍ରହଣ, କ୍ଷତିପୂରଣ, ଉଚ୍ଛେଦ, ରାସ୍ତା ସଂପ୍ରସାରଣ ଆଦି କାମ ସରିଛି । ମାତ୍ର ଜାତୀୟ ରାଜପଥ କର୍ତୃପକ୍ଷ ଏବଂ ଠିକାଦାରଙ୍କ ଉଦାସୀନତା ଯୋଗୁଁ ଏହି ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟି ସ୍ଥାନୀୟ ବାସିନ୍ଦା ସମେତ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
କୋଣାର୍କ ପଟୁ ପୁରୀ ସହରକୁ ମୁଖ୍ୟ ପ୍ରବେଶ ପଥ ମାଟିଆପଡ଼ା ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ୯୦୦ ମିଟର ରେଳ ଓଭରବ୍ରିଜ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଘର ଏବଂ ଜମି ହରାଉଥିବା ଲୋକଙ୍କୁ କ୍ଷତି ପୂରଣ ପରେ ରାସ୍ତାର ଦୁଇ ପାଶ୍ୱର୍ରୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି । ଏହି ଓଭରବ୍ରିଜ ବାଲିଘାଟ ଠାରୁ ଆରମ୍ଭ ହୋଇ ମାଟିଆପଡା ଠାରେ ଶେଷ ହେବ । ଦୁଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କାର୍ଯ୍ୟାଦେଶରେ ଉଲ୍ଲେଖ ଥିବା ବେଳେ ବର୍ତମାନ ସୁଦ୍ଧା ରାସ୍ତାର ଦୁଇ ପାଶ୍ୱର୍ରେ ନଳା, ସ୍ୱେରେଜ କାମ ସରି ପାରିନାହିଁ । ରାସ୍ତା ଉପରେ ବିଦ୍ୟୁତ ଖୁଂଟ ସେମିତି ରହିଛି । ସୀମିତ ମେସିନ୍ ଏବଂ କର୍ମଚାରୀଙ୍କୁ ନେଇ କୁୁମୁଟିପାଟଣାରୁ ବାଲିଘାଟ ମଧ୍ୟରେ ଏବେ ନଳା କାମ ଧୀର ମନ୍ଥର ଗତିରେ ଚାଲୁଅଛି । ଠିକାଦାର ସାଧାରଣ ଲୋକଙ୍କ ଗମନା ଗମନ ର ଅସୁବିଧାକୁ ଦୃଷ୍ଟି ନଦେଇ ରାସ୍ତା ଉପରକୁ ମୋଟର ଲଗାଇ ନଳା ପାଣି ଛାଡି ଦେବା ଫଳରେ ରାସ୍ତାରେ ନଳା ପାଣିର ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରାସ୍ତାରେ ବାଲି ସହ ନଳା ପାଣି ଜମା ହୋଇ ରହିବା ଦ୍ୱାରା ସ୍ଥାନୀୟ ଲୋକଙ୍କ ସମେତ ହଜାର ହଜାର ପର୍ଯ୍ୟଟକ, ଛାତ୍ର ଛାତ୍ରୀ, ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀ ସହରକୁ ପ୍ରତ୍ୟେହ ପ୍ରାୟ ୫୨ଟି ରେଳ ଗାଡି ଯିବା ଆସିବା କରିଥାନ୍ତି । ତେଣୁ ରେଳଫାଟକ ଟି ବହୁ ସମୟ ବନ୍ଦ ହୋଇ ରହିବା ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ମୋଟର ଅଟକି ରହି ଦୁର୍ଦଶା ଭୋଗିବା ସାଙ୍ଗକୁ ରାସ୍ତାର ଏ ଅବସ୍ଥା ଲୋକଙ୍କ ଦୁର୍ଦଶାକୁ ଆହୁରି ବହୁଗୁଣିତ କରି ଦେଉଛି । ସେଥି ପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଏବଂ ଓଭର ବ୍ରିଜ କାମ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ହେଉଛି ।

ରଶ୍ମୀରଞ୍ଜନ ମହାରଥା
ଡିଷ୍ଟ୍ରିକ୍ଟ କରେସ୍ପଣ୍ଡେଣ୍ଟ୍‌

Post Views: 119
Tags: Matiapada Railway Overbridge: Construction delayed
Share204Tweet127Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In