• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଳୁ ସଂକଟକୁ ନେଇ ପୁଣି ଗୃହ ଉଷ୍ଣ, ବିରୋଧୀଙ୍କ କକ୍ଷତ୍ୟାଗ

by Voice of Victims
December 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଳୁ ସଂକଟକୁ ନେଇ ପୁଣି ଗୃହ ଉଷ୍ଣ, ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର: ପୁଣି ଆଳୁ ସଂକଟକୁ ନେଇ ପୁଣି ଗୃହ ସର୍‌ଗରମ ହୋଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ଆଳୁ, ପିଆଜ, ତେଲ ଭଳି ସାମଗ୍ରୀରେ ସବ୍‌ସିଡି ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବିରୋଧୀଙ୍କ ସବୁ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ଆଳୁ ସଂକଟ ନେଇ ଅପପ୍ରଚାର କରାଯାଉଛି। ବଜାରରେ ଏବେ ଆଳୁ କେଜି ପ୍ରତି ୩୫ରୁ୪୦ରେ ମିଳୁଛି। ମାତ୍ର ବିରୋଧୀ ସଭ୍ୟ ୭୦ ଟଙ୍କା କହୁଥିବା କଥା ମିଛ। ମୋ ସାଂଗରେ ଗଲେ ଆଳୁ କିଣି ଦେବି। ସେ କହିଛନ୍ତି ଯେ, ଗତକାଲି ୩୦୦ ଟ୍ରକ୍ ଆଳୁ ଆସିଛି। ରାଜ୍ୟ ଖାଦ୍ୟ ଯୋଗାଣ ସଚିବ ପଶ୍ଚିମବଙ୍ଗ ସଚିବଙ୍କ ସହ କଥା ହୋଇଛନ୍ତି। ସେମାନେ ଆଳୁ ଦେବାକୁ ଅନୁମତି ଦେବେ। ପଶ୍ଚିମବଙ୍ଗରେ ୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଅଛି। ତାଙ୍କର ୫ ଲକ୍ଷ ଆବଶ୍ୟକ। କିନ୍ତୁ କେଉଁ ପରିସ୍ଥିତିରେ ପଡ଼ି ପଶ୍ଚିମବଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଲେ ଜଣାନାହିଁ। ବର୍ତ୍ତମାନ ଚାଷୀ ଆନ୍ଦୋଳନ କରୁଛନ୍ତି। ସେମାନେ ପୁଣି ଆଳୁ ଦେବାକୁ ନିଷ୍ପତ୍ତି ନେବେ। ରାଜ୍ୟରେ ବର୍ତ୍ତମାନ୍ ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି। ଆବଶ୍ୟକ ପରିମାଣର ଆଳୁ ଉତ୍ତର ପ୍ରଦେଶରୁ ଆସୁଛି। ଭୟଭୀତ ସ୍ଥିତି ସୃଷ୍ଟି କରାନଯାଉ। ଆଜିର ଦର ବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କରିଥିଲେ। ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏସମ୍ପର୍କିତ ଅଣାଯାଇଥିଲା ମୂଲତବୀ ପ୍ରସ୍ତାବ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ନିୟନ୍ତ୍ରଣରେ ସରକାର ସଂପୂର୍ଣ୍ଣ ବିଫଳ। ଯଦି ଦରଦାମ ନିୟନ୍ତ୍ରଣ କରିପାରୁ ନାହାନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ, ତେଲରେ ସବସିଡି ଦିଅନ୍ତୁ ରାଜ୍ୟ ସରକାର। ସୋରିଷ ତେଲ ଦର ୧୯୦ ଟଙ୍କା ପହଞ୍ଚିଲାଣି, ସେଥିରେ ୯୦ ଟଙ୍କା ସରକାର ସବସିଡି ଦିଅନ୍ତୁ । ଲୋକ ଯେମିତି ୧୦୦ ଟଙ୍କାରେ ସୋରିଷ ତେଲ କିଣିବେ । ରିଫାଇନ ତେଲ ୧୫୦ ଟଙ୍କା ହେଲାଣି, ସରକାର ୫୦ ଟଙ୍କା ସବସିଡି ଦିଅନ୍ତି । ଖଣି, ପାଣିରୁ ଟିକସ ମିଳୁଛି, ତେଣୁ ସେହି ଟିକସ ପଇସାରେ ସରକାର ଲୋକଙ୍କୁ ଆଳୁ, ପିଆଜ, ତେଲ ଯୋଗାଇ ଦିଅନ୍ତୁ । ମାଗଣାରେ ଆଳୁ, ପିଆଜ ୫ ରୁ ୬ କେଜି ଦିଅନ୍ତୁ । ତେଲ ୨ରୁ ୩ ଲିଟର ମାଗଣା ଦିଅନ୍ତୁ ସରକାର ବୋଲି ଦାବି କଲେ ତାରା । ରାଜ୍ୟରେ ଉତ୍ପାଦନ ହେଉଛି, କିନ୍ତୁ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ । କୋରାପୁଟରେ ବାଇଗଣ, ଟମାଟୋ, କୋବି ଉତ୍ପାଦନ ହେଉଛି । ଟମାଟୋ ଯାଉଛି ପଶ୍ଚିମବଙ୍ଗ, କୋବି ଯାଉଛି ଛତିଶଗଡ । ୨୦୦ ଟ୍ରକ୍ ବାଇଗଣ ପ୍ରତିଦିନ ବାହାର ରାଜ୍ୟକୁ ଯାଉଛି । ମନ୍ତ୍ରୀଙ୍କ ଭାଷଣରେ ସରକାର ବଦନାମ ହୋଇଗଲେଣି । ଲୋକଙ୍କୁ ଦୋଷାରୋପ କରି ବଡ଼ ବଡ଼ ଭାଷଣ ମାରି କଥା କହିବା, ସାଧାରଣ ଜନତା ବରଦାସ୍ତ କରିବେ ନାହିଁ । କଂଗ୍ରେସ ଅମଳରେ ଖାଇବା ତେଲ ୬୫ ଟଙ୍କା ଥିଲା କିନ୍ତୁ ଏବେ ୧୯୦ ଟଙ୍କା ପହଞ୍ଚିଲାଣି ବୋଲି ତାରା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେ କହିଛନ୍ତି ଯେ, ମନ୍ତ୍ରୀ କେବଳ ମିଡିଆରେ ଭାଷଣ ଦେଉଛନ୍ତି। ଦରଦାମ ରେ ଲୋକେ ହନ୍ତସନ୍ତ। ମାଲ ଗୋଦାମ ରେଟ ଅନୁସାରେ ଆଳୁ କିଲୋ ୫୦ରୁୂ୬୦ ଟଙ୍କା, ପିଆଜ ୬୫, ବାଇଗଣ ୬୦, ସୋରିଷ ତେଲ ୨୦୦, ରସୁଣ ୪୦୦ ରେ ପହଞ୍ଚିଲାଣି। କିନ୍ତୁ ମନ୍ତ୍ରୀ କହୁଛନ୍ତି ଦରଦାମ ବୃଦ୍ଧି ତଥ୍‌ଯ ସମ୍ବଳିତ ନୁହେଁ। ଗ୍ରାମାଞ୍ଚଳରେ ଲୋକଙ୍କ ସଞ୍ଚୟ କମୁଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଦ୍ରସ୍ପିତି ଅଧିକ। ପଶ୍ଚିମବଙ୍ଗ ୪.୬୩, ତେଲେଙ୍ଗାନା ୫.୫୨ ଥିବା ବେଳେ ଓଡ଼ିଶାରେ ୭.୫। ସେ ରାଜ୍ୟ ବି ବାହାରୁ ଆମଦାନୀ କରିଛନ୍ତି। କିନ୍ତୁ ତାଙ୍କର ମୁଦ୍ରାସ୍ପିତି କମ ହୋଇଥିବାବେଳେ ଆମର ଅଧିକ। ମନ୍ତ୍ରୀ ଯଦି ଟ୍ରେନରେ ଆଳୁ ନଆଣିଲେ, ତେବେ ତାଙ୍କ ଦେହରେ କଳଙ୍କ ଲାଗି ରହିବ। ଆଳୁ ପ୍ରସଂଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଯଥାରେ ଟାଣୁଛନ୍ତି । ଯାହା କହୁଛନ୍ତି ତାହା ମିଛ କହୁଛନ୍ତି । ଗୃହରେ ବିଭ୍ରାନ୍ତି କରନ୍ତୁନି ମନ୍ତ୍ରୀ। ବିଜେଡ଼ିର ୫୧ ବିଧାୟକ ଅଛନ୍ତି। ନବୀନ ୫ ଥରର ବିଧାୟକ। ନବୀନଙ୍କ ନା ନିଅନ୍ତୁନି, ଯଦି ସତ ସାହସ ଅଛି, ତେବେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରନ୍ତୁ କି ନବୀନ ପଟ୍ଟନାୟକ ଆଳୁ ବନ୍ଦ୍ କରିଛନ୍ତି। ବିଭ୍ରାନ୍ତି ତଥ୍ୟ ନ ରଖି ଦରବୃଦ୍ଧି ହ୍ରାସ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଦେଇଥିବା “ଅତ୍ୟାବଶ୍ୟକ ଜିନିଷର ଦରଦାମ ଆକାଶ ଛୁଆଁ, ରାଜ୍ୟ ସରକାର ନୀରବ ଦ୍ରଷ୍ଟା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ରଖିଥିଲେ। ସେ କହିଥିଲେ, ବିରୋଧୀଙ୍କ ଅଭିଯୋଗ ଅସତ୍ୟ। ସରକାର ଏନେଇ ଜରୁରୀ ପଦକ୍ଷେପ ନେଇଛନ୍ତି। ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ୧ ଲକ୍ଷ ୬୩ ହାଜର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୨ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର କରିବା ପାଇଁ ନିଷ୍ପତି ନିଆଯାଇଛି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବ୍ୟବସାୟୀଙ୍କ ସହ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଗଚ୍ଛିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗହମ, ଡାଲି, ଆଳୁ, ପିଆଜ ଆଦିର ତଥ୍ୟ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ ଆନ୍ଧ୍ର, ୟୁପି, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ଆଳୁ, ଡାଲି, ପିଆଜ, ଖାଇବା ତେଲ ଆଦି ଆମଦାନୀ କରୁଛି। ଚଳିତ ବର୍ଷ ପାଣିପାଗ ଅନିୟମିତ ଓ ପ୍ରତିକୂଳ ପାଗ ଯୋଗୁଁ ଉତ୍ପାଦନ ୧୦ରୁ ୧୨ ପ୍ରତିଶତ ହ୍ରାସ ହୋଇଛି । ତେଣୁ ଅଭାବ ରହିଛି। ତେଣୁ ଏହାକୁ ଲକ୍ଷ୍ୟ ରଖି ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ୩୦୦ ମେଟ୍ରିକ୍ ଟନ୍ ଆଳୁ ନାଫେଡ ମାଧ୍ୟମରେ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧାରେ ସୁଲଭ ମୂଲ୍ୟରେ ଯୋଗାଇ ଦେଇଛନ୍ତି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଗୃହ ଛାଡ଼ି ଚାଲି ଯାଇଥିଲେ ବିରୋଧୀ ସଦସ୍ୟ।

Post Views: 51
Share200Tweet125Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In