• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପୁରୀରେ ବିପର୍ଯ୍ଯସ୍ତ ଟ୍ରାଫିକ ପରିଚାଳନା, ଭିଆଇପିଙ୍କ ପାଇଁ ଦେଢ ଘଣ୍ଟା ରାସ୍ତା ବନ୍ଦ – ରାସ୍ତା ଉପରେ ଅଟକି ରହିଲେ ହଜାର ହଜାର ଗାଡି

by Voice of Victims
December 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ପୁରୀରେ ବିପର୍ଯ୍ଯସ୍ତ ଟ୍ରାଫିକ ପରିଚାଳନା, ଭିଆଇପିଙ୍କ ପାଇଁ ଦେଢ ଘଣ୍ଟା ରାସ୍ତା ବନ୍ଦ – ରାସ୍ତା ଉପରେ ଅଟକି ରହିଲେ ହଜାର ହଜାର ଗାଡି

ପୁରୀ (ଭିଓଭି): ନୌସେନାର ପରାକ୍ରମ ପ୍ରଦର୍ଶନ ଦେଖିବାକୁ ଗତକାଲି ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଦର୍ଶନ ଅପରାହ୍ନ ଚାରିଟା ରୁ ଆରମ୍ଭ ହେବାକୁ ଥିଲେ ମଧ୍ଯ ସକାଳୁ ଲୋକ ମାନଙ୍କର ପୁରୀକୁ ଆସିବା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ସୁଦ୍ଧା ଲକ୍ଷ ଲକ୍ଷ ଯାନ ବାହାନ ସହର ମଧ୍ୟକୁ ପ୍ରବେଶ କରି ସାରିଥିଲେ। ତାଳବଣିଆ ପାର୍କିଂ, ହେଲିପ୍ଯାଡ଼୍ ଏବଂ ଅନ୍ୟାନ୍ୟ ପାର୍କିଂ ସମେତ ସମୁଦ୍ରକୂଳ ଅଞ୍ଚଳର ରାସ୍ତା କଡ ମାନଙ୍କରେ ଲକ୍ଷାଧିକ ବାଇକ, ଅଟୋ ଏବଂ ଚାରିଚକିଆ ଯାନ ପାର୍କିଂ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ବେଳକୁ ପ୍ରଦର୍ଶନ ସରିବା ପରେ ଲୋକ ମାନଙ୍କର ଫେରିବା ଆରମ୍ଭ ହୋଇଥିଲା। ମାତ୍ର ଠିକ୍ ଛଅଟା ବେଳକୁ ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ତାଳବଣିଆ ଗ୍ରୀଡ ଷ୍ଟେସନ ଛକ ଠାରେ ପୁରୀ ପୋଲିସ ବ୍ୟାରିକେଡ ପକାଇ ସହରରୁ ବାହାରୁଥିବା ସମସ୍ତ ଗାଡି ଗୁଡ଼ିକୁ ଅଟକାଇ ଦେଇଥିଲେ। ଏହି ଛକଟି ସମୁଦ୍ର ପଟୁ ଏବଂ ପୁରୀ ସହରରୁ କୋଣାର୍କ ପଟକୁ ବାହାରକୁ ବାହାରିବା ପାଇଁ ଏକମାତ୍ର ପ୍ରବେଶ ପଥ। ଫଳରେ ହଜାର ହଜାର ଗାଡି ମୋଟର, ସାଇକେଲ୍ ଆରୋହୀ, ପାଦଚଲା ଲୋକ ମାନେ ମଧ୍ୟ ସହରରୁ ବାହାରି ନପାରି କି ସହରକୁ ପ୍ରବେଶ କରି ନ ପାରି ତାଳବଣିଆ ଛକ ଠାରେ ଅଟକି ରହିଥିଲେ। ଅନେକ ରୋଗୀ ଏବଂ ଟିଉସନ ଯାଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଭିଡ ମଧ୍ୟରେ ଫସି ରହିଥିଲେ। ସନ୍ଧ୍ୟା ପ୍ରାୟ ଛଅଟା ରୁ ସାଢେ ସାତଟା ଯାଏ ଏଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ବ୍ୟାରିକେଡ ପାଖରେ ଜଗି ରହିଥିବା ପୋଲିସ କର୍ମଚାରୀ ମାନଙ୍କୁ ପଚାରିବାରେ ଉତ୍ତର ମିଳିଥିଲା କେହି ଜଣେ ଭିଆଇପି ପୁରୀରୁ କୋଣାର୍କ ଯିବେ ବୋଲି ଉପରୁ ନିର୍ଦ୍ଦେଶ ଆସିଛି। ସେଥିପାଇଁ ରାସ୍ତା ବନ୍ଦ କରାଯାଇଛି। ରାସ୍ତା ଫାଙ୍କା ଥିବା ସତ୍ତ୍ୱେ ସହରରୁ ବାହାରିବା ପାଇଁ ଗାଡ଼ି ଗୁଡିକୁ ଛଡା ନଯିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଥିଲା। କେତେକ ବ୍ୟାରିକେଡ ଠେଲି ଯିବାକୁ ଚେଷ୍ଟା କରି ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ପୁରୀ ପୋଲିସର ଏପରି ଅପରିଣାମଦର୍ଶୀ ବିପର୍ଯ୍ୟସ୍ତ ଟ୍ରାଫିକ ପରିଚାଳନା ଯୋଗୁଁ ହଜାର ହଜାର ଲୋକ ଅସୁବିଧା ଭୋଗିଥିଲେ।

Post Views: 216
Share201Tweet126Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In