• About Us
  • Contact Us
Friday, March 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ-ଅଜିତ ପାୱାର ହେଲେ ଉପ ମୁଖ୍ୟମନ୍ତ୍ରୀ

by Voice of Victims
December 5, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ-ଅଜିତ ପାୱାର ହେଲେ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ମହୁୟୁତୀ ମେଣ୍ଟର ଏକ ନୂତନ ସରକାର ଗଠନ କରାଯାଇଛି। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଏକ ବିଶାଳ ସମାରୋହରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନୂତନ ସରକାରରେ ଦୁଇ ଜଣ ଡେପୁଟି ସିଏମ୍ ନିଯୁକ୍ତ ହୋଇଛନ୍ତି। ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ଡେପୁଟି ସିଏମ ଦାୟିତ୍ଵ ପାଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଏବଂ ଏନସିପି ସଭାପତି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ। ବର୍ତ୍ତମାନ ନୂତନ ସରକାରରେ ନେତୃତ୍ୱ ବଦଳିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ କେନ୍ଦ୍ର ମନ୍ତ୍ରୀ, ମହାୟୁତୀ ସହଯୋଗୀ ଦଳର ବହୁ ବରିଷ୍ଠ ନେତା ତଥା ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଭାଗ ନେଇଥିଲେ। ଅସନ୍ତୋଷର କଳ୍ପନା ମଧ୍ୟରେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ କରିଛନ୍ତି।

Post Views: 62
Share203Tweet127Send
Voice of Victims

Voice of Victims

Recent Posts

  • ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ ଓ ୬ ଆହତ
  • ଏମିତି ହେଲେ ମହିଳାଙ୍କୁ କେହି ଚାକିରି ଦେବେ ନାହିଁ, ମାସିକ ଧର୍ମ ବେଳେ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
  • ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ, ବଢୁଛି ଗୃହିଣୀଙ୍କ ଟେନସନ
  • ଘୋଡ଼ା ବେପାର ଭୟ, ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ
  • ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In