• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନକ୍ସଲଙ୍କ ବର୍ବରକାଣ୍ଡ: ୨ ପୂର୍ବତନ ସରପଞ୍ଚଙ୍କୁ କଲେ ହତ୍ୟା

by Voice of Victims
December 6, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ରାଜ୍ୟ
ନକ୍ସଲଙ୍କ ବର୍ବରକାଣ୍ଡ: ୨ ପୂର୍ବତନ ସରପଞ୍ଚଙ୍କୁ କଲେ ହତ୍ୟା

ଭୁବନେଶ୍ବର : ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନକ୍ସଲ ହତ୍ୟା କରିଛନ୍ତି। ଭେରମଗଡ ଥାନା ଅଞ୍ଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଞ୍ଚଳରୁ ନକ୍ସଲ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ନକ୍ସଲ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଆଜି ସକାଳୁ ଦୁଇ ଜଣଙ୍କର ମୃତଦେହ ସେମାନଙ୍କ ଅଞ୍ଚଳରେ ପଡ଼ିଥିବା ଲୋକେ ଦେଖିଥିଲେ। ତେବେ ସୁକୁଲ ଫରସାଙ୍କ ମୃତଦେହ ଉପରେ ଏକ ପୋଷ୍ଟର ନକ୍ସଲ ଛାଡିଯାଇଛନ୍ତି। ଏଥିରେ ସୁକୁଲ ବିଜେପି ସହ ଯୋଡ଼ି ହେବାରୁ ଏଭଳି ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ସୁକୁଲକୁ ବାରମ୍ବାର ବିଜେପି ସହ ନଯୋଡ଼ି ହେବାକୁ ତାଗିଦ କରିଥିଲୁ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମ କଥାକୁ ସେ ଗୁରୁତର ସହ ନେଲା ନାହିଁ। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Post Views: 55
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In