• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ସେନାକୁ ଆଷ୍ଟେରିଆ ଏରୋସ୍ପେସର ଏଟି-୧୫ ଭିଟିଓଏଲ ଡ୍ରୋନ୍ ପ୍ରଦାନ

by Voice of Victims
December 7, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଭାରତୀୟ ସେନାକୁ ଆଷ୍ଟେରିଆ ଏରୋସ୍ପେସର ଏଟି-୧୫ ଭିଟିଓଏଲ ଡ୍ରୋନ୍ ପ୍ରଦାନ

ନୂଆଦିଲ୍ଲୀ: ଆଷ୍ଟେରିଆ ଏରୋସ୍ପେସ୍ ଭାରତୀୟ ସେନାକୁ ଏଟି-୧୫ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଡ୍ରୋନ୍ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଭାରତରେ ଡ୍ରୋନ୍ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଚୁକ୍ତି ଥିଲା, ଯାହା ଆଷ୍ଟେରିଆ ସଂପୂର୍ଣ୍ଣ କରିଛି। ଏହା ସହ ଦେଶ ସୁରକ୍ଷା ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପାଦ ଆଗକୁ ବଢିଛି। ଏହି ଡ୍ରୋନଗୁଡିକ ଆଭ୍ୟନ୍ତରୀଣ ସୁରକ୍ଷାରେ ସାହାଯ୍ୟ କରିବା ସହିତ ସୀମାବର୍ତ୍ତୀ ଅଂଚଳରେ ଆକାଶରେ ସେନାର ଆଖି ଭଳି ସେନାର ସାମର୍ଥ୍ୟକୁ ଯଥେଷ୍ଟ ବୃଦ୍ଧି କରିବାରେ ସକ୍ଷମ ହେବେ। ଏହି ଅବସରରେ ଆଷ୍ଟେରିଆ ଏରୋସ୍ପେସର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ନୀଲ ମେହେଟ୍ଟା କହିଛନ୍ତି ଯେ “ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସ୍ୱଦେଶୀ ଭାବରେ ବିକଶିତ ଏଟି-୧୫ ସର୍ଭେଲାନ୍ସ ଡ୍ରୋନଗୁଡିକୁ ହସ୍ତାନ୍ତର କରି ଆମେ ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଦର୍ଶାଇଛୁ।ଏହି ‘ମ୍ୟାନ୍ ପୋର୍ଟେବଲ୍‌’ ଡ୍ରୋନର ଅନେକ ବିଶେଷତା ରହିଛି। ଏହି ଡ୍ରୋନ୍ ଉଚ୍ଚ ପାର୍ବତୀୟ ଅଞ୍ଚଳରେ ମଧ୍ୟ କାମ କରିପାରିବ। ରାତି ହେଉ କି ଦିନ – ଏହାର ଉଚ୍ଚ ରେଜୋଲୁସନ କ୍ୟାମେରା ସ୍ୱଚ୍ଛ ଚିତ୍ର ଦେଖାଇବାରେ ସମର୍ଥ। ଦେଶର ତୋପଗୁଡିକୁ ସଠିକ୍ ଭାବରେ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ଏହି ଡ୍ରୋନ୍ ସମ୍ପୂର୍ଣ୍ଣ ସହାୟତା କରିବ। ସେଥିପାଇଁ ଦେଶର ସୀମା ସୁରକ୍ଷିତ ରଖିବାରେ ଏଟି-୧୫ ଡ୍ରୋନ୍ ଦେଶର ସେନା ପାଇଁ ବେଶ ଉପଯୋଗୀ ହୋଇପାରିବ। ଆଷ୍ଟେରିଆ ଏଟି-୧୫ ଡ୍ରୋନର ଏକ ମିଶ୍ରିତ ୱିଙ୍ଗ୍ ଡିଜାଇନ୍ ଅଛି ଯାହା ଉଚ୍ଚ ବେଗରେ ଉଡ଼ିବାରେ ସାହାଯ୍ୟ କରିଥାଏ ଏବଂ ପ୍ରବଳ ପବନରେ ମଧ୍ୟ ଏହି ଡ୍ରୋନ୍ଗୁଡ଼ିକ ଭୂମିଠାରୁ ୬,୦୦୦ ମିଟର ଉଚ୍ଚତାରେ କୌଣସି ଅସୁବିଧା ବିନା କାର୍ଯ୍ୟ କରିପାରିବ । ଏହି ଡ୍ରୋନଗୁଡିକ ଛୋଟ ସ୍ଥାନରୁ ମଧ୍ୟ ଉଡ଼ାଣ କରାଯାଇପାରିବ କାରଣ ଏହା ଭୂଲମ୍ବ (ଭର୍ଟିକାଲ) ଭାବରେ ଉଡାଣ ଏବଂ ଅବତରଣ କରିଥାଏ। ଏଟି-୧୫ ର ଉଡ଼ାଣ ସମୟ ହେଉଛି ୧୨୦ ମିନିଟ୍ ଏବଂ ଭିଜୁଆଲ୍ ରେଞ୍ଜ୍ ୨୦ କିଲୋମିଟର ରହିଛି। ଏହାର ଅର୍ଥ ଏହା ଶତ୍ରୁର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିପାରିବ। ଏହି ଡ୍ରୋନରେ ଇଓ-ଆଇଆର (ଋଙ-ଓଜ) ପେଲୋଡ୍ ସଜ୍ଜିତ ହୋଇଛି ଯାହା ଜୁମ୍ କରି ଜିନିଷଗୁଡିକୁ ଅଧିକ ସ୍ପଷ୍ଟ ଭାବରେ ଦେଖାଇପାରେ, ତେଣୁ ଏଥିରୁ ଉତ୍ତମ ତଥ୍ୟ ଓ ଇଣ୍ଟେଲିଜେନ୍ସ ପ୍ରାପ୍ତ ହୋଇପାରିବ। ଏହା ହାଲୁକା, ଶକ୍ତିଶାଳୀ ଏବଂ ‘ମ୍ୟାନ୍ ପୋର୍ଟେବଲ୍‌’ ଅଟେ, ଅର୍ଥାତ୍ ଏହାକୁ ଯେକୌଣସି ସ୍ଥାନକୁ ନେବା ପାଇଁ କୌଣସି ମେସିନର ଆବଶ୍ୟକତା ନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଚ୍ଚମାନର ଉତ୍ପାଦ ଉତ୍ପାଦନ ପାଇଁ ଡିଏସଆଇଆର (ଊଝଓଜ) ଅନୁମୋଦିତ ଗବେଷଣା ଲ୍ୟାବ ସହିତ ବେଙ୍ଗାଲୁରୁରେ ଆଷ୍ଟେରିଆ ଏରୋସ୍ପେସର ୨୮,୦୦୦ ବର୍ଗଫୁଟ ୟୁନିଟ୍ ରହିଛି।

Post Views: 205
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In