• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମରଙ୍କ ଓଡ଼ିଶା ଗସ୍ତ

by Voice of Victims
December 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମରଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଅର୍ଥନୀତି ବିଜ୍ଞାନରେ “ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ” ଉପରେ କାର୍ଯ୍ୟ କରି ସମ୍ମାନଜନକ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ମାଇକେଲ କ୍ରେମର୍ ଓଡ଼ିଶା ଗସ୍ତରେ ଆସି ଆଜି ଲୋକସେବା ଭବନରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ତାଙ୍କର ଗବେଷଣା ଏବଂ ପ୍ରୟୋଗାତ୍ମକ ଉପଲବ୍ଧି ଆଧାରରେ “ପରୀକ୍ଷାମୂଳକ ପଦ୍ଧତି, ଅଭିନବତ୍ୱ ଏବଂ ଅର୍ଥନୀତି” ଶୀର୍ଷକ ଏକ ଉପାଦେୟ ବକ୍ତୃତା  ଉପସ୍ଥାପନ କରିଥିଲେ। ୨୦୧୯ ରେ ଅର୍ଥନୀତି ବିଜ୍ଞାନରେ ଏଷ୍ଟର ଡୁଫ୍ଲୋ ଏବଂ ଅଭିଜିତ୍ ବାନାର୍ଜୀଙ୍କ ସହିତ ନୋବେଲ ପୁରସ୍କାର  ଯୁଗ୍ମ ବିଜେତା ହୋଇଥିବା ମାଇକେଲ କ୍ରେମର୍ ଅଧୁନା ଚିକାଗୋ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଡେଭଲପମେଣ୍ଟ ଇନୋଭେସନ ଲ୍ୟାବର ନିର୍ଦ୍ଦେଶନା  ଦେଉଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟକ୍ରମରେ ନୋବେଲ ବିଜେତା ପ୍ରଫେସର କ୍ରେମାରଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ତାଙ୍କର  ଅନନ୍ୟ  ପ୍ରତିଭାର ସୂଚନା ଦେଇଥିଲେ ।  ପ୍ରଫେସର କ୍ରେମରଙ୍କ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ଅର୍ଥ, କୃଷି ସମେତ ଅଭିନବତ୍ୱ ଉପରେ ଗୁରୁତ୍ୱ ଦେଇଥାଏ। ସାମାଜିକ ଅଭିନବ ପାଣ୍ଠି ମାଧ୍ୟମରେ ଅଭିନବତ୍ୱକୁ ତ୍ୱରାନ୍ୱିତ କରିବା ପାଇଁ ଅନୁଷ୍ଠାନଗୁଡ଼ିକୁ କିପରି ଢାଞ୍ଚାରେ ଗଠନ  କରାଯିବ, ସେ ବିଷୟରେ ମଧ୍ୟ ସେ ବିସ୍ତୃତ ଭାବରେ କାର୍ଯ୍ୟ କରିଛନ୍ତି । କ୍ରେମର କିପରି ସକ୍ରିୟ ଭାବରେ ତାଙ୍କର ଶିକ୍ଷାଗତ କାର୍ଯ୍ୟକୁ ବାସ୍ତବ ଦୁନିଆର ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରୟୋଗ କରିଛନ୍ତି , ସେ ସଂପର୍କରେ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । କ୍ରେମର୍ ମଧ୍ୟ ୟୁଏସଏଆଇଡିର  ଡେଭେଲପମେଣ୍ଟ  ଇନୋଭେସନ ଭେଞ୍ଚର୍ସ (ଡିଆଇଭି)ର ବୈଜ୍ଞାନିକ ନିର୍ଦ୍ଦେଶକ ଏବଂ ଜଣେ ସହ-ପ୍ରତିଷ୍ଠାତା ଭାବରେ କାର୍ଯ୍ୟ କରନ୍ତି। ପ୍ରଫେସର କ୍ରେମାର ତାଙ୍କ ଉପସ୍ଥାପନାରେ ବିଦ୍ୟାଳୟ ମାଧ୍ୟମରେ  କୃମିନାଶ ଉପରେ ତାଙ୍କର କାର୍ଯ୍ୟ କିପରି  ଭାରତରେ  ଜାତୀୟ କୃମି ନାଶକ  ଦିବସ ପ୍ରଚଳନ କରିବାରେ ସାହାଯ୍ୟ କରିଥିଲା , ସେ ସଂପର୍କରେ ଉପସ୍ଥାପନ କରିଥିଲେ। ଏହି ଅଭିଯାନ ଫଳରେ ବାର୍ଷିକ ଲକ୍ଷ ଲକ୍ଷ ପିଲାଙ୍କୁ ଚିକିତ୍ସା ପ୍ରଦାନ କରାଯାଇପାରୁଛି। ଡିଜିଟାଲ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଆଧାରରେ କୃଷି ପରାମର୍ଶ ଦ୍ୱାରା କିପରି କୃଷକମାନେ  ଉଲ୍ଲେଖନୀୟ ଉନ୍ନତି ଘଟାଇ ପାରିବେ ଓ ଏହି  ପରାମର୍ଶ ଅନୁସାରେ ପରିବର୍ତ୍ତିତ କୃଷି ପଦ୍ଧତି ଆପଣାଇପାରିବେ। ଏହି ପରାମର୍ଶର ପ୍ରଚାର ପ୍ରସାର ଖର୍ଚ୍ଚର ୧୦ ଗୁଣା ଲାଭ ଦେଇପାରିବ ବୋଲି ସେ କହିଥିଲେ । ବୈଷୟିକ ଜ୍ଞାନ କୌଶଳରେ ପ୍ରସ୍ତୁତି  ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ କୃଷକମାନଙ୍କ ପାଇଁ ବୋଧଗମ୍ୟ ହେଲେ ଏହା ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେ ମଧ୍ୟ ଜଳ ଉତ୍ସର ଉପଯୁକ୍ତ ପରିଚାଳନା କରି ସୁରକ୍ଷିତ ପାନୀୟ ଜଳ ଶିଶୁ ମୃତ୍ୟୁହାର ରୋକିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥାପନ  କରିଥିଲେ। ପରୀକ୍ଷାମୂଳକ ତଥ୍ୟ କହୁଛି ଯେ କ୍ଲୋରିନେସନ ଦ୍ୱାରା ପାଇପଯୋଗେ ପାନୀୟ ଜଳ ଡାଇରିଆ ହାରକୁ ୨୫ ପ୍ରତିଶତରୁ କମ୍‌ କରିପାରିଛି। ଶିକ୍ଷଣ ସ୍ତରରେ ବ୍ୟପକ ଭିନ୍ନତା ପରିଲକ୍ଷିତ ହେଉଥିବା ସଂପର୍କରେ ଉଲ୍ଲେଖ କରି କମ୍ ଗ୍ରେଡ୍‌ ପ୍ରଦର୍ଶନ କରୁଥିବା ପିଲାମାନଙ୍କ ପାଇଁ ବ୍ୟକ୍ତିଗତ ଅନୁକୂଳ ଶିକ୍ଷଣରେ ଦୃତ ଉନ୍ନତି କରିବାର ଆବଶ୍ୟକତା ରହିଛି , ଯେପରି ସେମାନେ ଗ୍ରେଡ୍‌ ସ୍ତରୀୟ ଦକ୍ଷତା ଠାରୁ ପଛରେ ଥିବା ପିଲାଙ୍କ ଭଳି ଆଗକୁ ଯାଇପାରିବେ। ସେଥିପାଇଁ ଶିକ୍ଷକମାନଙ୍କୁ ଆବଶ୍ୟକ  ପରାମର୍ଶର ନମୁନା ସଂପର୍କରେ ସେ ଆଲୋକପାତ କରିଥିଲେ। ଶିକ୍ଷାଗ୍ରହଣରେ ଫଳାଫଳରେ ଉନ୍ନତି ପାଇଁ ମଧ୍ୟ ବାୟୂ ପ୍ରଦୂଷଣକୁ କମାଇବା ଆବଶ୍ୟକତା ରହିଥିବା  ସଂପର୍କରେ ସେ କହିଥିଲେ। ସବୁ ସମସ୍ୟାଗୁଡ଼ିକ ଚିହ୍ନଟ କରି ବିଭିନ୍ନ ଅଂଶୀଦାର, ଫୋକସ ଗୃପ୍‌ ସହ ଆଲୋଚନା, ବିଷୟ ସମ୍ବନ୍ଧୀୟ ଗ୍ରନ୍ଥ ଅଧ୍ୟୟନ ଓ  ବିଶେଷଜ୍ଞଙ୍କ ସହିତ ପରାମର୍ଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା, ପରୀକ୍ଷାମୂଳକ ପ୍ରୟୋଗ ଓ ତାହାର ପୁନଃ ପରୀକ୍ଷା ଓ ସଂଶୋଧନ ଅଭିନବତ୍ତ୍ୱ ଚକ୍ରର  ଅଂଶ ବିଶେଷ ବୋଲି ସେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ ଏବଂ ଅର୍ଥନୀତି ଅଧ୍ୟାପକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ପ୍ରଫେସର କ୍ରେମାରଙ୍କ ଉପସ୍ଥାପିତ  ଚିନ୍ତାଧାରା ଅନୁସାରେ ଆମେ ବିକଶିତ ଓଡ଼ିଶା ୨୦୩୬ ସଙ୍ଗେ ସଙ୍ଗେ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟ ରଖି  ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛୁ । ତଥ୍ୟ ଭିତ୍ତିକ ଅନୁସଂଧାନ ଦ୍ୱାରା ସଂସ୍ଥାଗତ ବ୍ୟବସ୍ଥାରେ ରୂପାନ୍ତର କରାଯିବା ସହିତ ତଦନୁସାରେ ଯୋଜନା  ପ୍ରସ୍ତୁତି ପୂର୍ବକ ଏହା କିପରି ଅଧିକ ସୁଫଳ ପ୍ରଦାନ କରିବ ସେଥିପାଇଁ ପ୍ରୟାସ ଜାରି ରହିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ,କମିଶନର-ତଥା ଶାସନ ସଚିବ ଏବଂ ସମସ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ  ସମସ୍ତ ୩୦ଟି ଜିଲ୍ଲାରୁ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଏଥି ସହିତ କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର  ରାଜ୍ୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମଧ୍ୟ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଆହୁରି ମଧ୍ୟ ଏହି ବକ୍ତୃତାରେ ଭୁବନେଶ୍ୱରର ଅର୍ଥନୀତିର ପ୍ରଫେସର, ଗବେଷକ, ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ ଡିଗ୍ରୀ କଲେଜର ଅର୍ଥନୀତିର ମନୋନୀତ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପ୍ରତିନିଧିତ୍ୱ କରିଥିଲେ।ଜିଲ୍ଲା ସଦର ମହକୁମାଗୁଡ଼ିକରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅର୍ଥନୀତି ଅଧ୍ୟାପକ, ଗବେଷଣା ବିଦ୍ୟାର୍ଥୀ, ନିର୍ବାଚିତ ସ୍ନାତକୋତ୍ତର ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଓସ୍ୱାନ୍ ମାଧ୍ୟମରେ ଆଭାସୀ ମାଧ୍ୟମରେ ଏହି ବକ୍ତୃତାରେ ଯୋଗ ଦେଇଥିଲେ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In