ଭୁବନେଶ୍ବର (ଭିଓଭି) ଆଜି ସଂଧ୍ୟାରେ ଭୁବନେଶ୍ଵର ଡମ୍ପିଂ ୟାର୍ଡ ସମସ୍ୟାର ସମାଧାନ ପାଇଁ ମାନନୀୟ ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଭଏସ୍ ଅଫ୍ ଭିଜ୍ଟିମ୍ସର ପୁରା ଟିମ୍। ବହୁଭାଷୀ ସାପ୍ତାହିକ ଖବରକାଗଜ “ଭଏସ୍ ଅଫ୍ ଭିକ୍ଟିମ୍ସ” ଗତ ବର୍ଷକ ମଧ୍ୟରେ ପ୍ରକାଶ କରିଥିବା ବଛାବଛା ମୁଖ୍ୟ ପ୍ରସଙ୍ଗ ମାଧ୍ୟମରେ ପ୍ରଶାସନକୁ ସଜାଗ କରୁଥିଵାରୁ ବିରୋଧୀ ଦଳ ନେତା ସନ୍ତୋଷ ପ୍ରକାଶ କରି ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷ ଓ ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର, ମୁଖ୍ୟ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥୀ, ମୁଖ୍ୟ ପ୍ରତିନିଧି ରଣଜିତ୍ ପଟ୍ଟନାୟକଙ୍କ ଉପସ୍ଥିତିରେ
ଭଏସ୍ ଅଫ୍ ଭିକ୍ଟିମ୍ସ ଖବରକାଗଜରେ ନିୟମିତ ସ୍ତମ୍ବ ଲେଖୁଥିଵା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଲ’ ସ୍କୁଲର ଡିନ୍ ପଲ୍ଲବ ଦାସଙ୍କ “ରାଇଜିଂ ଫ୍ରମ୍ ଦ ଭଏଡ୍ – ଏ ଜର୍ଣ୍ଣି ଅଫ୍ ଗ୍ରିଟ୍ ଆଣ୍ଡ ସରଭାଇବାଲ” ପୁସ୍ତକକୁ ମଧ୍ୟ ଏହି ଅବସରରେ ବିରୋଧୀ ଦଳ ନେତା ଉନ୍ମୋଚନ କରିଥିଲେ।
Source:
।
Via:
।
