• About Us
  • Contact Us
Saturday, March 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ: ଓଡ଼ିଶାକୁ ମିଳିଲା ସାତଟି ଜାତୀୟ ପଞ୍ଚାୟତ ପୁରସ୍କାର

by Voice of Victims
December 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ: ଓଡ଼ିଶାକୁ ମିଳିଲା ସାତଟି ଜାତୀୟ ପଞ୍ଚାୟତ ପୁରସ୍କାର

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୧୫ଟି ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଛି। ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍ କେନ୍ଦ୍ରକିଲୋ ପଞ୍ଚାୟତକୁ କାର୍ବନ୍ ନିଉଟ୍ରାଲ ବିଶେଷ ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଅଛି। ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଅଛି। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ଅନ୍ତର୍ଗତ କଶିରା ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରୂପେ ଜାତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ବର୍ଗରେ ଏହି ପ୍ରତିଷ୍ଠାନକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଓଡ଼ିଶାର ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ହାସଲ କରିଛି। ସେହିପରି ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ହାସଲ କରିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ ‘ପୁରସ୍କାରପ୍ରାପ୍ତ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଉପରେ ଅଭିନବ ଓ ସର୍ବଶ୍ରେଷ୍ଠ ପ୍ରୟାସ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପ୍ରଦାନ କରାଯାଉଥିବା ସ୍ୱୀକୃତିର ଉଦ୍ଦେଶ୍ୟ ହେଉଛି ଅନ୍ୟ ପଞ୍ଚାୟତଗୁଡ଼ିକୁ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରିବା ସହ ଭାରତର ଗାଁ ଗୁଡ଼ିକରେ ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ଅଧିକ ମଜବୁତ କରି ସମସ୍ତଙ୍କୁ ଅନୁପ୍ରାଣିତ କରିବା। ସୂଚନା ଅନୁଯାୟୀ, ଏହି ପ୍ରତିଯୋଗିତାରେ ଦେଶରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ପରିପ୍ରେକ୍ଷୀରେ ୯ଟି ବିଷୟ ଯଥା: ଦାରିଦ୍ର‌୍ୟମୁକ୍ତ ଓ ଉନ୍ନତ ଜୀବିକାଯୁକ୍ତ ଗ୍ରାମପଞ୍ଚାୟତ, ସୁସ୍ଥ ଗ୍ରାମପଞ୍ଚାୟତ, ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ, ସବୁଜ ଓ ସ୍ୱଚ୍ଛ ଗ୍ରାମପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମିଯୁକ୍ତ ଗ୍ରାମପଞ୍ଚାୟତ,ସାମାଜିକ ରୂପେ ସୁରକ୍ଷିତ ଓ ସାମାଜିକ ନ୍ୟାୟ ସଂଗଗ ଗ୍ରାମପଞ୍ଚାୟତ, ସୁଶାସନଯୁକ୍ତ ଗ୍ରାମପଞ୍ଚାୟତ ଓ ମହିଳାଅନୁକୂଳ ଗ୍ରାମପଞ୍ଚାୟତ ବର୍ଗରେ ଏହି ପୁରସ୍କାର ଗୁଡ଼ିକ ପ୍ରତ୍ୟେକ ବର୍ଷ ପ୍ରଦାନ କରଯାଉଅଛି। ଚଳିତ ବର୍ଷ ଓଡ଼ିଶା ମୋଟ୍ ୭ଟି ବର୍ଗରେ ୮ କୋଟି ୫୦ ଲକ୍ଷ ଟଙ୍କା ହାସଲ କରି ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଗିରିଶ ଏସ.ଏନ. (କମିଶନର ତଥା ଶାସନ ସଚିବ), ସୁରେନ୍ଦ୍ର କୁମାର ମୀନା (ନିର୍ଦେଶକ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଂଚାୟତ ରାଜ ପ୍ରତିଷ୍ଠାନ) , କିର୍ତ୍ତୀଭାସନ (ଜିଲ୍ଲାପାଳ କୋରାପୁଟ), ଦିବ୍ୟଜ୍ୟୋତି ପରିଡା (ଜିଲ୍ଲାପାଳ ଗଞ୍ଜାମ), ଅମୀତା ପାତ୍ର (ଉପନିର୍ଦେଶକ), ବ୍ରଜ କିଶୋର ପଣ୍ଡା (ଅର୍ଥ ପରିଚାଳକ), ପ୍ରଦୀପ୍ତ କୁମାର ମହାପାତ୍ର (ପ୍ରଶିକ୍ଷକ), ଅମ୍ବୁଜା କୁମାର ବିଶୋଇ (ସୂଚନା-ଶିକ୍ଷା-ସଂଚାର ପରାମର୍ଶ ଦତ୍ତା),ବିମ୍ବାଧର ସେଠୀ (ଯୁଗ୍ମ ସଚିବ) ପ୍ରମୁଖ ଉପସ୍ଥିତ ଥିଲେ।

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ
  • ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ, ଆମେରିକା-ଇସ୍ରାଏଲ କଲେ ବୋମାବର୍ଷା
  • ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ
  • ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
  • ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In