ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସ୍ଥିତ ବଳପୁର ଗ୍ରାମର ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଅସହାୟ, ଭିନ୍ନକ୍ଷମ ଏବଂ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି l ସମସ୍ତ ହିତାଧିକାରୀଙ୍କ ପାଇଁ ପରିଷଦ ତରଫରୁ ଜଳପାନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ, ଓଡିଶା ପୂର୍ବପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପୃଷ୍ଠପୋଷକ ଶ୍ରୀଯୁକ୍ତ ସୁନାକାର ପତି, ସଚିବ ନବଘନ ଶତପଥୀ, ଅର୍ଥ ସଚିବ ବିଜୟ କୁମାର ପରିଡା, ଉପସଭାପତି ଦେବରାଜ ନାଏକ ଓ ବିଷ୍ଣୁ ମହାରଣା, ସଂଗଠନ ସଚିବ ସୁନୀଲ କୁମାର ବେହେରା, ସେବା ସଚିବ ଲିଙ୍ଗରାଜ ସାହୁ, ସଂସ୍କାର ସଚିବ ବିଭୂପ୍ରସାଦ ମହାପାତ୍ର, ସ୍ୱାସ୍ଥ୍ୟ ସଚିବ ଅମୀୟ କୁମାର ସ୍ୱାଇଁ, ମହିଳା ସହଭାଗିତା ରିତା ତ୍ରିପାଠୀ, ପ୍ରମିଳା ଦାସ, ଅନ୍ନଦା ସୁଆର ଓ ପ୍ରଜ୍ଞା ପରମିତା ସ୍ୱାଇଁ ଙ୍କ ଉପସ୍ଥିତିରେ ଏବଂ ବଳପୁର ର ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପଣ୍ଡା, ସଂଗ୍ରାମ ମହାପାତ୍ର, ଭୁବନ ମୋହନ ଷଡ଼ଙ୍ଗୀ, ବସନ୍ତ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ମୁକେଶ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କର ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶତାଧିକ ହିତାଧିକାରୀଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି l ବଳପୁର ଗ୍ରାମର ମୁଖିଆ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର ଏହି ମହତ କାର୍ଯ୍ୟ ପାଇଁ ଭାରତ ବିକାଶ ପରିଷଦ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ l
