• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ପୂଜା ଶେଷ

by Voice of Victims
December 18, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ପୂଜା ଶେଷ

ଭୁବନେଶ୍ଵର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠପୂଜା କାର୍ଯ୍ୟ ଧାର୍ମିକତା ତଥା ନିଷ୍ଠା ପୂର୍ବକ ସମ୍ପନ୍ନ ହୋଇଛି। ଏହି ପରିପେକ୍ଷୀରେ, ପୁରୀରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରଥ ଯାତ୍ରା ନିମନ୍ତେ ଶ୍ରୀଜୀଉ ମାନଙ୍କ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ ଡ଼ିଭିଜନରୁ ୮୧୪ଖଣ୍ଡ ଅଶନ, ଧଉରା, ଫାଶି ଏବଂ ଶିମିଳି କାଠ ପଠାଯିବାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀ ଜୀଉଙ୍କ ଠାରୁ ମହାର୍ଦ, ଅଜ୍ଞାମାଳ, ପାଟପତନି, ଖଣ୍ଡୁଆପାଟ, ମହାପ୍ରସାଦ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ଇତ୍ୟାଦି ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପାରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ, ନିକଟବର୍ତ୍ତୀ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁଯାୟୀ ଆନୁଷ୍ଠାନିକ ଭାବେ ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଦଶପଲ୍ଲାର ରେଞ୍ଜର ସୁଦର୍ଶନ ଦେହୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜା କାର୍ଯ୍ୟରେ ପୁରୀରୁ ଆସିଥିବା ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେଳାପ,ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ ଏବଂ ରାଜେଶ କୁମାର ରାୟଙ୍କ ସମେତ ବନବିଭାଗର ଅନ୍ୟ ପଦାଧିକାରୀ ମାନେ ଯୋଗଥିଲେ। ସୂଚନା ଯୋଗ୍ୟ ଯେ, ପୁରୀରେ ଚଳିତ ଚର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ରୁ ୮୧୪ଖଣ୍ଡ ଅଶନ,ଧଉରା,ଫାଶି ଏବଂ ଶିମିଳି କାଠ ପଠାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ଡ଼ିଏଫଓଙ୍କୁ ନିର୍ଦେଶ ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ, ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର ଜଠର ଆବଶ୍ୟକତା ପଡ଼ିଥାଏ। ଗତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ଖଣ୍ଡ ଚଳକା କାଠ ରହିଥିବାରୁ ଆସନ୍ତା ବର୍ଷ ରଥନିର୍ମାଣ ପାଇଁ ଅବଶିଷ୍ଟ ୮୧୪ଖଣ୍ଡ କାଠର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ,ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର କାଠର ଆବଶ୍ୟକତା ପଡ଼ିଥାଏ। ୮୧୪ ଖଣ୍ଡ କାଠ ମଧ୍ୟରୁ ପୁରୀର ଶ୍ରୀଖଳାକୁ ୪୧୮ଖଣ୍ଡ କାଠ ଏବଂ ଅବଶିଷ୍ଟ ୩୯୬ ଖଣ୍ଡ କାଠ କଟଜ ଖପୁରିଆ ଠାରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର ଜରତ ଜଳକୁ ପଠାଯିବା ପାଇଁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Post Views: 81
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In