• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହିରୋମାନଙ୍କ ନାମରେ ଦ୍ୱୀପପୁଞ୍ଜଗୁଡିକର ନାମକରଣ ସେମାନଙ୍କୁ ସ୍ମରଣ ରଖିବା ପାଇଁ ଏକ ମାଧ୍ୟମ: ପ୍ରଧାନମନ୍ତ୍ରୀ ମୋଦୀ

by Voice of Victims
December 18, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ହିରୋମାନଙ୍କ ନାମରେ ଦ୍ୱୀପପୁଞ୍ଜଗୁଡିକର ନାମକରଣ ସେମାନଙ୍କୁ ସ୍ମରଣ ରଖିବା ପାଇଁ ଏକ ମାଧ୍ୟମ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମ ଦେଶର ସାହସୀ ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଅନେକ ପୀଢ଼ି ଯାଏଁ ସ୍ମରଣୀୟ କରିବା ପାଇଁ ସୁନିଶ୍ଚିତ କରିବାର ଏକ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଷ୍ଟ୍ରମାନେ ସେମାନଙ୍କର ମୂଳ ସହିତ ଜଡିତ ସେମାନେ ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରଗତି କରନ୍ତି। ଏକ୍ସରେ ଶିବ ଅରୁରଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି, “ଆମର ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଆଗାମୀ ପୀଢ଼ି ପାଇଁ ସ୍ମରଣୀୟ କରିବାର ଏକ ମାଧ୍ୟମ। ଆମର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିକୁ ସଂରକ୍ଷଣ ତଥା ସ୍ମରଣ କରିବା ପାଇଁ ଏହା ଆମର ବୃହତ ପ୍ରୟାସର ଏକ ଅଂଶ, ଯେଉଁମାନେ ଆମ ଦେଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ସର୍ବୋପରି ଯେଉଁ ଦେଶଗୁଡିକ ସେମାନଙ୍କର ମୂଳ ସହ ଜଡିତ ରହିଥାନ୍ତି, ସେମାନେ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରସର ହୋଇଥାନ୍ତି। ଆହୁରି ମଧ୍ୟ, ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜକୁ ଉପଭୋଗ କରନ୍ତୁ। ସେଲ୍ୟୁଲାର ଜେଲ୍ ମଧ୍ୟ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏବଂ ମହାନ ବୀର ସଭରକରଙ୍କ ସାହସ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ।”

Post Views: 63
Share199Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In