• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଶେଷ ହେଲା ସଂସଦର ଶୀତ ଅଧିବେଶନ: ଲୋକସଭାର ୨୦ଟି ଓ ରାଜ୍ୟସଭାର ୧୯ଟି ବୈଠକ

by Voice of Victims
December 20, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଶେଷ ହେଲା ସଂସଦର ଶୀତ ଅଧିବେଶନ: ଲୋକସଭାର ୨୦ଟି ଓ ରାଜ୍ୟସଭାର ୧୯ଟି ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ୨୦୨୪, ଯାହାକି ୨୫ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା, ଶୁକ୍ରବାର ୨୦ ଡିସେମ୍ବର ୨୦୨୪ରେ ସମାପ୍ତ ହୋଇଛି । ମୋଟ ୨୬ ଦିନବ୍ୟାପୀ ଚାଲିଥିବା ଏହି ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ବୈଠକ ଅନୁଷ୍ଠିତ ଥିବାବେଳେ ରାଜ୍ୟସଭାରେ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଲୋକସଭାରେ ୦୫ଟି ବିଧେୟକ ଆଗତ ହୋଇଥିବାବେଳେ , ଲୋକସଭାରେ ୦୪ଟି ଏବଂ ରାଜ୍ୟସଭାରେ ୦୩ଟି ବିଧେୟକ ଗୃହୀତ ହୋଇଥିଲା। ଏହି ଅଧିବେଶନରେ ‘ଭାରତୀୟ ବାୟୁଯାନ ବିଧେୟକ, ୨୦୨୪’ ନାମକ ଏକ ବିଧେୟକ ଉଭୟ ଗୃହରେ ଗୃହୀତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ଟ, ୧୯୩୪ରେ ବିଭିନ୍ନ ସମୟରେ ହୋଇଥିବା ସଂଶୋଧନ ମାଧ୍ୟମରେ କରାଯାଇଥିବା ସାମିଲ / ବାଦ / ବିଲୋପ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଦୂର କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ଟକୁ ପୁନଃ ପ୍ରଣୟନ କରିବାକୁ ଏହି ବିଧେୟକର ଲକ୍ଷ୍ୟ ରହିଛି। ଆମ ଦେଶ ୨୬ ନଭେମ୍ବର, ୨୦୨୪ରେ ଏକ ଐତିହାସିକ ମାଇଲଖୁଣ୍ଟ ପାଳନ କରିଥିଲା, ଯାହା ଥିଲ ଆମ ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ପାଳନ । ଏହି ଉପଲକ୍ଷେ ୪ଟି ବିଷୟରେ ଏକବର୍ଷ ବ୍ଯାପୀ ଉତ୍ସବ ପାଳନର ଶୁଭାରମ୍ଭ କରାଯାଇଥିଲା-ସମ୍ବିଧାନର ପ୍ରସ୍ତାବନା, ନିଜ ସମ୍ବିଧାନକୁ ଜାଣନ୍ତୁ, ସମ୍ବିଧାନର ନିର୍ମାଣ ଓ ଉକ୍ତ ଗୌରବମୟ ଦିନର ପାଳନ। ଏହି ଉପଲକ୍ଷେ ନଭେମ୍ବର ୨୬, ୨୦୨୪ରେ ସମ୍ବିଧାନ ଗୃହର ସେଣ୍ଟ୍ରାଲ ହଲରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତର ଉପରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା “ଭାରତର ସମ୍ବିଧାନର ନିର୍ମାଣ ଏବଂ ଏହାର ଗୌରବମୟ ଯାତ୍ରା” ଏବଂ “ଭାରତର ସମ୍ବିଧାନର ନିର୍ମାଣ: ଏକ ଝଲକ” ଶୀର୍ଷକ ଦୁଇଟି ପୁସ୍ତକ ଉନ୍ମୋଚନ କରାଯିବା ସହିତ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରାଯାଇଥିଲା ।  ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତା, ଉଭୟ ଗୃହର ସାଂସଦ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସମ୍ବିଧାନର ପ୍ରସ୍ତାବନା ପଢ଼ିବାରେ ସମଗ୍ର ବିଶ୍ୱରେ ଥିବା ଭାରତୀୟମାନେ ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ। ସମ୍ବିଧାନ ଗୃହୀତ ହେବାର ୭୫ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ଏବଂ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଲୋକସଭାରେ ହୋଇଥିବା ଆଲୋଚନାଟି ୧୫ ଘଣ୍ଟା ୪୩ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ୬୨ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ରାଜ୍ୟସଭାରେ ଏହି ଆଲୋଚନା ସମୁଦାୟ ୧୭ ଘଣ୍ଟା ୪୧ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଗୃହମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ୨୦୨୪-୨୫ ପାଇଁ ଅତିରିକ୍ତ ଅନୁଦାନ ଦାବିର ପ୍ରଥମ ବ୍ୟାଚ୍ ଉପରେ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ ମତଦାନ କରାଯାଇଥିଲା ଏବଂ ୧୭.୧୨.୨୦୨୪ରେ ସଂପର୍କିତ ବିନିଯୋଗ ବିଧେୟକ ଲୋକସଭାରେ ଆଗତ ହୋଇ ପ୍ରାୟ ୦୭ ଘଣ୍ଟା ୨୧ ମିନିଟର ବିତର୍କ ପରେ ପାରିତ ହୋଇଥିଲା। ଦୁଇଟି ଐତିହାସିକ ବିଧେୟକ ଯଥା (କ) ସମ୍ବିଧାନ (ଶହେ ଅଣତ୍ରିଶତମ) ସଂଶୋଧନ ବିଧେୟକ, ୨୦୨୪ ଏବଂ (ଖ) କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକ, ୨୦୨୪, ଯାହାକି “ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପରିକଳ୍ପନାକୁ ସାକାର କରିବା ଉଦ୍ଦେଶ୍ୟରେ ଲୋକସଭା ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ, ୨୦୨୪ ଡିସେମ୍ବର ୧୭, ୨୦୨୪ ଲୋକସଭାରେ ଆଗତ କରାଯାଇଥିଲା ଓ ତାହାକୁ ଏବଂ ଡିସେମ୍ବର ୨୦, ୨୦୨୪ରେ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ଲୋକସଭାରେ ଉପସ୍ଥାପିତ ବିଧେୟକ, ଲୋକସଭା/ରାଜ୍ୟସଭାରେ ପାରିତ ବିଧେୟକ ଏବଂ ଉଭୟ ଗୃହରେ ପାରିତ ବିଧେୟକ ଗୁଡ଼ିକର ତାଲିକା ଅନୁବନ୍ଧରେ ଦିଆଯାଇଛି। ଏହି ଅଧିବେଶନରେ ଲୋକସଭାର ଉତ୍ପାଦକତା ପ୍ରାୟ ୫୪.୫ ପ୍ରତିଶତ ଥିବା ବେଳେ ରାଜ୍ୟସଭାରେ ଏହା ପ୍ରାୟ ୪୦ ପ୍ରତିଶତ ରହିଛି।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In