• About Us
  • Contact Us
Monday, March 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ୨୦୨୫ରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

by Voice of Victims
December 21, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ୨୦୨୫ରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର: ଜାନୁଆରୀ ୨୦୨୫ରେ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨୦ ଲକ୍ଷରୁ ଅଧିକ ବକ୍ଟଶଜ୍ଞଳ ହିତାଧିକାରୀଙ୍କୁ ଉପକୃତ ହେବେ। ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସବୁ ଭେରିଫିକେସନ୍ ସରିଲେ ଜାନୁଆରୀରେ ସୁଭଦ୍ରା ଟଙ୍କା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥି ପାଇଁ ଯାଞ୍ଚ ପ୍ରକ୍ରିୟା ଆଗାମୀ ୩୦ ତାରିଖ ମଧ୍ୟରେ ଶେଷ ହେବ। ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୪ରେ ଦିଆଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଗତ ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହୋଇଥିବା ଯୋଜନାରୁ ଯେଉଁମାନେ ଏପର୍ଯ୍ୟନ୍ତ ଉପକୃତ ହୋଇପାରି ନାହାନ୍ତି, ସେମାନେ ବ୍ୟସ୍ତ ଦେଖାଯାଉଛନ୍ତି। ଅନେକ ମହିଳାଙ୍କର ଅଭିଯୋଗ ଯେ, ସେମାନଙ୍କର ନାମରେ କୌଣସି ଜମି ରେକର୍ଡ଼ ନଥିବାବେଳେ ସରକାର ସେମାନଙ୍କୁ ସାମିଲ କରୁନାହାନ୍ତି। ଆହୁରି ଅନେକ ମହିଳା କହୁଛନ୍ତି, ସେମାନେ କୌଣସି ଜଳକର ଦେଉନାହାନ୍ତି। କିନ୍ତୁ ତାଙ୍କର ଆବେଦନକୁ ସ୍ୱୀକାର କରାଯାଇ ନାହଁ। ଏ ସମସ୍ୟା ରହିବ ନାହିଁ। ତୁରନ୍ତ ସମାଧାନ କରାଯିବ। ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ବୋଲି ଦେଖାଉଛି, ତେବେ ହିତାଧିକାରୀ ଅଚିନ୍ତା ରୁହନ୍ତୁ। ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ। ଇ-କେୱାଇସି ଅପଡେଟ୍ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ିରହିଛି। ନିଜର ୫ ଏକର ଜମି ଥିଲେ ହେଁ ରିଜେକ୍ଟ ଲିଷ୍ଟରେ ନାଁ ଆସିବ। ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ। ସେଇ କ୍ରମରେ ଦୁର୍ଗମ ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ୧୨ ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ ହଜାର ଲୋକଙ୍କୁ ଏହି ଟଙ୍କା ମିଳିଥିବା ବେଳେ ଆହୁରି ୩ ହଜାର ଲୋକଙ୍କ ବାକି ରହିଛନ୍ତି। ସେଇ କାର୍ଯ୍ୟ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି।

Post Views: 41
Tags: Information of the Deputy Chief Minister: In January 2025
Share198Tweet124Send
Voice of Victims

Voice of Victims

Recent Posts

  • ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • “ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ
  • ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ
  • କଟକ ଏସସିବି ଅଗ୍ନିକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
  • କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ, ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ଭକ୍ତ ଦାସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In