• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ: ମୁଖ୍ୟମନ୍ତ୍ରୀ

by Voice of Victims
December 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ  ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ ୨୦୧୯ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳନ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ୧୯୮୬ ମସିହା ଡିସେମ୍ବର ୨୪ ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱର ସହ ନେଇ ସଂସଦରେ ନୂଆ ଉପଭୋକ୍ତା ଆଇନ ୨୦୧୯ ପାରିତ କରିଥିଲେ  ଏବଂ ୨୦୨୦ ଜୁଲାଇ ୨୦ରୁ ଏହା ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ପ୍ରକାର ଗଳାବାଟକୁ ବନ୍ଦ କରିବାର ପ୍ରାବଧାନ କରାଯାଇଛି। ସେ ଆହୁରି କହିଥିଲେ ଯେ, ଆଜିର ଇଣ୍ଟରନେଟ୍‌ ଓ ସୋସିଆଲ୍‌ ମିଡିଆ ଯୁଗରେ ଲୋକମାନେ ସହଜରେ ଠକାମିର ଶିକାର ହେଉଛନ୍ତି । ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି। ୨୦୧୦ ମସିହାରେ ଓଡିଶାରେ ଟିଟଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ। ଏ ସବୁକୁ ରୋକିବା ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି। ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ଏହି ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ। ଉପଭୋକ୍ତାମାନେ ମଧ୍ୟ ଘରେ ବସି ଇ-ଫିଲିଙ୍ଗ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଓ ନ୍ୟାୟ ପାଇପାରିବେ। ଚଳିତ ବର୍ଷ ଏହି ଦିବସ ପାଳନର ଥିବ ରହିଛି ଉପଭୋକ୍ତା ନ୍ୟାୟ ପାଇଁ ଭର୍ଚୁଆଲ ଶୁଣାଣି ଏବଂ ଡିଜିଟାଲ ଅଭିଗମ୍ୟତା (Digital Hearing & Digital Access to Consumer Justice)। ଉପଭୋକ୍ତାମାନେ ବିନା ଅସୁବିଧାରେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ ଏବଂ ନ୍ୟାୟ ମଧ୍ୟ ପାଇପାରିବେ। ଠକାମିର ଶିକାର ହେଲେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସେ ପୁଣି କହିଥିଲେ ଯେ, ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ। ତାହେଲେ ଯାଇ ବ୍ୟକ୍ତି ଅଧିକାର ସୁରକ୍ଷିତ ରହି ପାରିବ। ଏବେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଖାଉଟି ସୁରକ୍ଷା ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରାଯାଉଛି। ଉପଭୋକ୍ତା ସୁରକ୍ଷା ସଚେତନତା ଏକ ସାମାଜିକ ଆନ୍ଦୋଳନ। ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା ବାର୍ତ୍ତାକୁ ଜନସାଧାରଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁ ଖାଉଟି ଅଧିକାର ପାଇଁ ଯୁବ ସମାଜ ଆଜି ସଚେତନ ହୋଇଛନ୍ତି। ଖାଉଟି କଲ୍ୟାଣ ପାଇଁ ବଜେଟରେ ଅଧିକ ପ୍ରାବଧାନ କରାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କଠୋର ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ଆହୁରି କଡାକଡି ହେବ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, 2036ରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ। ବିକଶିତ ଓଡିଶାରେ ଉପଭୋକ୍ତାମାନେ ଠକେଇର ଶିକାର ହେବା ଉଚିତ୍ ନୁହେଁ। ତେଣୁ, ଏକ ଠକେଇମୁକ୍ତ ତଥା ଅସାଧୁ ବ୍ୟବସାୟୀମୁକ୍ତ ଓଡିଶା କିପରି ଗଠନ ହେବ ସେଥିପାଇଁ ଜନସାଧାରଣ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ସଚେତନ ଖାଉଟି ହେଉଛି ଉତ୍ତମ ଖାଉଟି। ଖାଉଟି ସଚେତନ ହେଲେ ଠକେଇ ବିରୁଦ୍ଧରେ ସେ ନ୍ୟାୟ ପାଇବ । ଖାଉଟି ସୁରକ୍ଷା ପାଇଁ ଆଗାମୀ ଦିନରେ ବିଭାଗକୁ ଆହୁରି କ୍ରିୟାଶୀଳ କରାଯିବ। ରାଜ୍ୟରେ ଥିବା କଞ୍ଜୁମର କୋର୍ଟଗୁଡିକୁ ଆହୁରି ସୁଦୃଢ କରାଯିବ। ଉପଭୋକ୍ତା ସ୍ୱାର୍ଥ ରକ୍ଷା ଆମର ଲକ୍ଷ୍ୟ ଏବଂ ଆମେ ସେଥିପାଇଁ ପ୍ରତିବଦ୍ଧତାର ସହ କାମ କରୁଛୁ  ବୋଲି ସେ କହିଥିଲେ। ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ ମହାପାତ୍ର କହିଥିଲେ ଯେ, ୨୦୧୯ରୁ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଘରେ ବସି ଅଭିଯୋଗ ଦାଖଲ କରିବାର ସୁବିଧା କରାଯାଇଛି। ଓଡିଶାରେ ଏବଂ ସମଗ୍ର ଦେଶରେ ଅନଲାଇନ କେସ୍ ଫାଇଲିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ଅନଲାଇନରେ କେସ୍ ଫାଇଲିଂ ହେଉଛି ଏବଂ କେସ୍ ଶୁଣାଣି ବି ହେଉଛି। ଦେଶର ପ୍ରଥମ ଥର ପାଇଁ ଓଡିଶାରେ ଅନଲାଇନ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିଲା  ବୋଲି ସେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ  ଦୈନନ୍ଦିନ ଜୀବନରେ ହେଉଥିବା ଶୋଷଣରୁ ମୁକ୍ତ କରିବା ପାଇଁ ଆମ ବିଭାଗ ଜାଗ୍ରତ ରହିଛି। ଏକ ସଚେତନ ଓ ସ୍ୱାଧୀନଚେତା ସମାଜ ଗଠନ ପାଇଁ ସମସ୍ତେ ସବୁ ବିଷୟରେ ଜାଣିବା ଉଚିତ୍ ବୋଲି ସେ କହିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସୁରକ୍ଷା ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନ୍ୟୁଜ ଲେଟର ଅତିଥିମାନେ ଉନ୍ମୋଚନ କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ।

Post Views: 41
Tags: Special News
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In