• About Us
  • Contact Us
Saturday, April 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଦିନିଆ ଲଗାଣ ବର୍ଷା ଉଜାଡିଲା ଫସଲ, ବିଲରେ ପଡ଼ି ଗଜା ହେଲା ଧାନ, ଚିନ୍ତାରେ ଚାଷୀ

by Voice of Victims
December 25, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଦିନିଆ ଲଗାଣ ବର୍ଷା ଉଜାଡିଲା ଫସଲ, ବିଲରେ ପଡ଼ି ଗଜା ହେଲା ଧାନ, ଚିନ୍ତାରେ ଚାଷୀ

ରଣପୁର (ଭିଓଭି) ; ଚଳିତ ବର୍ଷ ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକୁଳ ପାଗ ରହିଥିବା ବେଳେ ଅମଳ ସମୟରେ ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିବା ପରେ ମାତ୍ର ଗୋଟିଏ ଦିନ ପାଇଁ ପାଗ ଶୁଖିଲା ଥିବା ବେଳେ ପୁଣି ଥରେ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଫସଲ ଚିନ୍ତାରେ ଚାଷୀ ହତାସ ହୋଇଥିବା ଦେଖିବାକୁ ମିଳିଛି। ଏଣେ ଅମଳ ଅପେକ୍ଷାରେ ବିଲରେ କଟା ହୋଇ ପଡି ରହିଥିବା ଧାନ ସବୁ ଦୀର୍ଘ ଦିନ ଧରି ପାଣିରେ ଭିଜିବା ପରେ ଗଜା ଧରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଚାଷୀଙ୍କ ମଧ୍ୟରୁ କେହି କେହି କଟା ଧାନ କୁ ବିଲରେ ଗଦା ମାରି ପାଳ ନଡା ଘୋଡାଇ ରଖିଥିବା ବେଳେ ତାହା ଏବେ ଖତ ଖାଇ ନଷ୍ଟ ହେବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ଅଧିକାଂଶ କ୍ଷେତରେ କଟା ଯାଇଥିବା ଧାନ ପଡି ରହିଥିବା ହେତୁ ତାହା ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ଅବସ୍ଥାରେ ବିଲରେ ପଡି ଗଜା ହୋଇଯାଇଛି। ଅପରପକ୍ଷରେ ଅମଳ ଧାନର କ୍ଷତି ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ହେତୁ ଚାଷ ପାଇଁ କରିଥିବା ଧାର କରଜ କୁ କିଭଳି ଶୁଝିବେ ତାହା ଚିନ୍ତାର ବିଷୟ ପାଲଟିଛି। ଚାଷୀକୂଳ ଅମଳ ସମୟରେ ବର୍ଷାକୁ ନେଇ ଚଳିତ ବର୍ଷ ଧାନମଣ୍ଡି ପାଇଁ ରହିଥିବା କଟକଣା କୁ କିଭଳି ସାମ୍ନା କରିବେ ତାହା ଚିନ୍ତାର ବିଷୟ ପାଲଟିଛି। ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଚାଷୀକୂଳର ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ରାଜ୍ୟ ସରକାର ତୁରନ୍ତ ଅନୁଧ୍ୟାନ କରି କ୍ଷତିପୂରଣ ଭରଣା କରିବାର ପ୍ରତିଶୃତି ଦେଇଥିବା ବେଳେ ମାତ୍ର ଗୋଟିଏ ଦିନ ପାଗ ଶୁଖିଲା ରହି ପରବର୍ତି ଦୁଇଦିନ ଲଗାଣ ବର୍ଷା ଚାଷୀକୂଳକୁ ଅସ୍ତବ୍ୟସ୍ତ କରି ପକାଇଛି। ଏଭଳି ଦୁର୍ବିପାକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀକୂଳ ଙ୍କୁ ସହାୟକ ହେବା ପାଇଁ ଜରୁରୀ କାଳୀନ ପଦକ୍ଷେପ ଗ୍ରହଣ କରି କ୍ଷୟକ୍ଷତି ଭରଣା କରିବା ସହ ଚଳିତ ବର୍ଷ କୃଷି ଋଣ ଛାଡ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Post Views: 129
Tags: Heavy rains destroy cropspaddy fields fall
Share199Tweet125Send
Voice of Victims

Voice of Victims

Recent Posts

  • “ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ
  • ରାଜ୍ୟପାଳଙ୍କୁ ଭେଟିଲେ ପୋଲିସ କମିଶନର, ରାଜଭବନରେ IRS ଅଫିସରଙ୍କ ସହ ଉପୁଜିଥିବା ବିବାଦ ମାମଲା
  • ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ
  • ଶିକ୍ଷକଙ୍କ ଅକାଳ ଦେହାନ୍ତ, ଶିକ୍ଷା ମଣ୍ଡଳୀରେ ଶୋକର ଛାୟା
  • ଡି ପି ଏସ କଳିଙ୍ଗ ଛାତ୍ରୀ ଆଦ୍ୟାଶାଙ୍କ ସଫଳତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In