ସତ୍ୟବାଦୀ( ଭିଓଭି): ୨୬ ଡିସେମ୍ବର ଗୁରୁବାର ଦିନ ବିଜୁ ଜନତାଦଳ ସତ୍ୟବାଦୀ ବ୍ଲକ୍ ତରଫରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳିତ ହୋଇ ଯାଇଛି। ଲଗାଣ ବର୍ଷାରେ ଚାଷୀ କୁଳର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା। ସତ୍ୟବାଦୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟଙ୍କ ଆବାହକତ୍ବରେ ବୀରଗୋବିନ୍ଦପୁର ସ୍ଥିତ ବାପୁ ହୋଟେଲର ସଭାଗୃହରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ବ୍ଲକ୍ ବିଜେଡି ସଭାପତି ଶ୍ରୀ ପ୍ରମୋଦ କୁମାର ରାଉତରାୟ , ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ପଣ୍ଡା, ୩୧ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ନାରାୟଣ ରାଉତରାୟ, ଦଳର ବରିଷ୍ଠ ସଦସ୍ୟ ଶ୍ରୀ ଦେବେନ୍ଦ୍ର ମହାପାତ୍ର, ଶ୍ରୀ ଦେବଦତ୍ତ ସାମନ୍ତରାୟ, ଶ୍ରୀ ସୁବାସ ପ୍ରଧାନ, ଶ୍ରୀ ପ୍ରେମାନନ୍ଦ ବେହେରା, ଆତ୍ମା ଅଧ୍ୟକ୍ଷ ଶ୍ରୀ ମହମ୍ମଦ ଝିକିରିଆ ତଥା ସତ୍ୟବାଦୀର ଚବିଶି ପଞ୍ଚାୟତର ବିଜେଡିର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ତଥା ପ୍ରମୂଖ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜଭୂତ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ଜନତାଙ୍କ ହକ ପାଇଁ ଲଢ଼େଇ କରିବାକୁ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଓ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ପଣ୍ଡା ଆହ୍ବାନ ଦେଇଥିଲେ। ଏହି ସଭାରେ ଦଳର ଅନ୍ୟ ନେତୃତ୍ବ ମାନେ ଦଳକୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହେବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
