• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

’ଲୋକ ଉପକରଣ ଦ୍ବାରା ହିଁ ଲୋକ ସଂସ୍କୃତିର ସଂରକ୍ଷଣ ସମ୍ଭବ’

by Voice of Victims
December 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
’ଲୋକ ଉପକରଣ ଦ୍ବାରା ହିଁ ଲୋକ ସଂସ୍କୃତିର ସଂରକ୍ଷଣ ସମ୍ଭବ’

କଟକ (ଭିଓଭି): ସଂପୂର୍ଣ୍ଣ ବ୍ୟକ୍ତିଗତ ଉଦ୍ୟମରେ ଗଠିତ ‘ମିଶ୍ରଶାଳ’ର ସ୍ଵତନ୍ତ୍ର ବର୍ଷପୂରାଣି କାର୍ଯ୍ୟକ୍ରମ କଟକର ଖପୁରିଆ ସ୍ଥିତ ଓସେମାର ସମ୍ମିଳନୀ କକ୍ଷରେ ଓଡ଼ିଶାର ପୂର୍ବତନ ଆୟକର ମୁଖ୍ୟ ଆୟୁକ୍ତ, କବି, ଗୀତିକାର ଶ୍ରୀଯୁକ୍ତ ଶରତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ‘ଲୋକଉପକରଣ ଦ୍ଵାରା ହିଁ ପ୍ରକୃତପକ୍ଷରେ ଆମ ଲୋକସଂସ୍କୃତି, ଆମ ଐତିହ୍ୟ, ଆମ ପରମ୍ପରାର ସୁରକ୍ଷା ସମ୍ଭବ ହୋଇପାରିବ’ ବୋଲି ଲୁପ୍ତସଂସ୍କୃତିର ବାର୍ତ୍ତାବହ ‘ମିଶ୍ରଶାଳ’ର ଏଇ କାର୍ଯ୍ୟକ୍ରମରେ ବରେଣ୍ୟଅତିଥି ଭାବରେ ଯୋଗଦେଇଥିବା ନବଗୁଞ୍ଜର ସଂସ୍କୃତି ଅନୁଷ୍ଠାନର ମୁଖ୍ୟ ଓ ଦୈନିକ ‘ସକାଳ’ର ପ୍ରାକ୍ତନ ମୁଖ୍ୟସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ମିଶ୍ର ମତ ରଖିଥଲେ। ଅନ୍ୟତମ ବରେଣ୍ୟ ଅତିଥୁ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ତଥା ‘ନୀଳଚକ୍ର’ ସଭାନେତ୍ରୀ ନମିତା ପଣ୍ଡା ମିଶ୍ରଶାଳର ଏଇ ଅନନ୍ୟ ଉଦ୍ୟମ ସହିତ ନୀଳଚକ୍ର ଏଣିକି ଜଡ଼ିତ ହୋଇ ଏହାର ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ରଖିଥିଲେ । ପ୍ରଥମେ କୋଟି ଓଡ଼ିଆର ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ଚ୍ଚନା କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଉତ୍ସବର ଆରମ୍ଭରେ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ରଚିତ ଓ ସଂଗୀତକାର ମୁନା ପୃଷ୍ଟିଙ୍କ ଦ୍ଵାରା ‘ଶାଳଗୀତିକା’ ଗାନ କରାଯାଇଥିଲା। ପରେ ସଭାପତି ଶ୍ରୀଯୁକ୍ତ ଶରତ କୁମାର ଦାଶଙ୍କ ଦ୍ଵାରା ସଭାର ଆଭିମୁଖ୍ୟ ପ୍ରକାଶ କରାଯାଇଥିଲା। ରମାଦେବୀ ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ମିଶ୍ରଶାଳ ସମ୍ପର୍କରେ ସୁଦୂର ଲଣ୍ଡନରୁ ଆସିଥିବା ଦିଶା ମହାପାତ୍ର ଓ କଟକର ଶ୍ରେୟାଂଶ ମିଶ୍ର ଭଳି ଶିଶୁ ପ୍ରତିଭା ନିଜ ନିଜ ଆକାଂକ୍ଷାକୁ ଶବ୍ଦର ରୂପ ଦେଇଥିଲେ। ମିଶ୍ରଶାଳର ପ୍ରତିଷ୍ଠାତା ସେବାନିବୃତ୍ତ ସହଯୋଗୀ ପ୍ରଫେସର୍ ଡକ୍ଟର ଅଜୟ କୁମାର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ୨୦୨୧ରୁ ଗୋଟିଏ ୧୧ ଇଞ୍ଚର ଶଗଡ଼ ଗଢି କିପରି ସେ ଅବସର ପରେ ବହୁ କଷ୍ଟ ସହି ‘ମିଶ୍ରଶାଳ’କୁ ଗଢିଛନ୍ତି ତାହା ବିବରଣୀରେ ପ୍ରକାଶ ପାଇଥିଲା।

ସଭାରେ ମିଶ୍ରିଶାଳ ତିଆରି ପଚାଶ ଗୋଟି ପୁରୁଣା ଜିନିଷର ପ୍ରଦର୍ଶିତ ହୋଇଥିଲା। ସଭାର ସବୁଠାରୁ ଆକର୍ଷଣୀୟ ବିଷୟ ଥିଲା ‘ ମିଶ୍ରଶାଳ’ର ବିକାଶ ପାଇଁ ଉପସ୍ଥିତ ସଦସ୍ୟମାନଙ୍କର ସୁଚିନ୍ତିତ ପରାମର୍ଶ ଓ ଗଠନମୂଳ ପ୍ରସ୍ତାବ। ଉପସ୍ଥିତ ସଦସ୍ୟମାନଙ୍କର ସୁଚିନ୍ତିତ ପ୍ରସ୍ତାବ କ୍ରମରେ ‘ମିଶ୍ରଶାଳ’ ଲୋକଉପକରଣକୁ ନେଇ ଉଚ୍ଚତର ଗବେଷଣା, ଅନଲାଇନ୍ ମାଧ୍ୟମରେ ନୂତନ କୋର୍ସ ପ୍ରଚଳନ, ଉଚ୍ଚକୋଟୀର ଗବେଷଣାଧର୍ମୀ ପତ୍ରିକା ପ୍ରକାଶନ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାର୍ଷିକ ସମ୍ପାନ, କର୍ମଶାଳା, ପ୍ରଦର୍ଶନୀ ଆୟୋଜନ ଇତ୍ୟାଦି ଭବିଷ୍ୟତରେ ନୂଆ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଇ ଆଲୋଚନା ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ମିଶ୍ର, ସାହିତ୍ୟ ଚର୍ଚ୍ଚାର ସଂପାଦକ ନିହାର ରଞ୍ଜନ ଶତପଥୀ, ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ପଣ୍ଡା, ବାଣୀବିହାର -୮୦ର ସୁରେଶ ଆଚାର୍ଯ୍ୟ, ବିକ୍ରମ ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ସୁକାନ୍ତ ମହାନ୍ତି, ସଂସାରବିନ୍ଦୁ ପୃଷ୍ଟି, ଡକ୍ଟର ଅନୁପ ରାୟ, ଡକ୍ଟର ପରେଶ ମହାନ୍ତି, ଡକ୍ଟର ଅଲେଖ ନନ୍ଦୀ, ଧରିତ୍ରୀ ରାୟ, ନିହାରିକା ମିଶ୍ର, ଡକ୍ଟର ଦୁର୍ଗାଶଙ୍କର ଷଢ଼ଙ୍ଗୀ, ନୀଳଚକ୍ରର ଉପସଭାପତି କାହ୍ନୁଚରଣ ପାଣିଗ୍ରାହୀ, ସଂପାଦକ ରଞ୍ଜନକୁମାର ମହାନ୍ତି, ନାଟ୍ୟକାର ଓ ନିର୍ଦ୍ଦେଶକ ଅଭୟ କୁମାର ଦାସ, ଟ୍ରେଜେରୀ ଅଫିସର୍ ବସନ୍ତ କୁମାର ସାହୁ, ରାଜୀବ ଷଢ଼ଙ୍ଗୀ, ରାଜଲକ୍ଷ୍ମୀ ପାତ୍ର, ଡକ୍ଟର ଅଭୟ ରାଉତ, ପ୍ରତିମା ଶତପଥୀ ପ୍ରମୁଖ ଅନେକ ବ୍ୟକ୍ତି ଆଲୋଚନାରେ ମିଶ୍ରଶାଳର ବିକାଶ ପାଇଁ ନିଜ ନିଜ ମତ ରଖିଥିଲେ । ପରେ ପରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ମିଶ୍ରଙ୍କ ନିର୍ଦ୍ଦେଶିତ ମିଶ୍ରଶାଳର କାର୍ଯ୍ୟଧାରା ସମ୍ପର୍କିତ ୩ ମିନିଟ୍ ୨୦ସେକେଣ୍ଡ୍ ଅବଧିର ସଂକ୍ଷିପ୍ତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସଭାପତି ଶ୍ରୀଯୁକ୍ତ ଶରତ କୁମାର ଦାଶ ତାଙ୍କ ସଭାପତି ଅଭିଭାଷଣରେ ଆଂଜ୍ଵଳ ଭାବରେ ‘ମିଶ୍ରଶାଳ’ର ବିବିଧ ଦିଗ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ଉପସଭାପତି ଅଭୟ କୁମାର ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 108
Share205Tweet128Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In