• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜରବୈଜାନ ବିମାନ ଦୁର୍ଘଟଣା ପ୍ରସଙ୍ଗ: କ୍ଷମା ମାଗିଲେ ପୁଟିନ

by Voice of Victims
December 28, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆଜରବୈଜାନ ବିମାନ ଦୁର୍ଘଟଣା ପ୍ରସଙ୍ଗ: କ୍ଷମା ମାଗିଲେ ପୁଟିନ

ନୂଆଦିଲ୍ଲୀ: କାଜାଖସ୍ତାନର ଅକତାଉ ସହର ନିକଟରେ ଆଜରବୈଜାନର ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବୁଧବାର ଘଟିଥିବା ଏହି ବିମାନ ଦୁର୍ଘଟଣାରେ ୩୮ ଜଣ ପ୍ରାଣ ହରାଇଥିଲେ। ୟୁକ୍ରେନକୁ ଟାର୍ଗେଟ କରୁଥିବାବେଳେ ଭୁଲବଶତଃ ରୁଷ ସେନାଙ୍କ ଟାର୍ଗେଟକୁ ଏହି ବିମାନ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପାଇଁ ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ କ୍ଷମା ମାଗିଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ। ଆଜରବୈଜାନର ବିମାନ ଜେ-୨-୮୨୪୩ ଆଜରବୈଜାନର ରାଜଧାନୀ ବାକୁରୁ ରୁଷର ଗ୍ରୋଜନି ଆଡକୁ ଉଡାଣ ଭରିଥିଲା। ତେବେ ପାଗ ଅନୁକୂଳ ନଥିବାରୁ କାଜାଖସ୍ତାନର ଅକତାଉ ସହର ଆଡ଼କୁ ବୁଲି ଲ୍ୟାଣ୍ଡିଂ କରିବା ସମୟରେ ପ୍ଲେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୩୮ ଜଣ ପ୍ରାଣ ହରାଇଥିବାବେଳେ ୨୯ ଜଣ ବଞ୍ଚିଯାଇଥିଲେ। ତେବେ ଶନିବାର ରୁଷର କ୍ରେମଲିନ ପକ୍ଷରୁ ଏକ ଆଧିକାରୀକ ବିବୃତି ଜାରି କରି କୁହାଯାଇଛି ଯେ, ୟୁକ୍ରେନ ବୁଧବାର କରିଥିବା ଡ୍ରୋନ ଆକ୍ରମଣର ଜବାବ ଦେଉଥିଲା ରୁଷ ସେନା। ଏହି ସମୟରେ ଭୁଲ ବଶତଃ ଆଜରବୈଜାନର ଏହି ବିମାନଟି ଟାର୍ଗେଟକୁ ଆସିଯାଇଥିଲା। ଏଥିପାଇଁ ଆଜି ରାଷ୍ଟ୍ରପତି ପୁଟିନ ଆଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ୟୁଏସ୍ ଅଧିକାରୀ ଓ ଜଣେ ଆଜରବୈଜାନ ମନ୍ତ୍ରୀ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ନୁହେଁ, ବରଂ କୌଣସି ବାହ୍ୟ ଆକ୍ରମଣ ଫଳରେ ବିମାନ ଦୁର୍ଘଟଣା ଘଟିଥିବା କହିଥିଲେ। ଆଜରବୈଜାନ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଥିଲା। ଏଥି ସହିତ, ୟୁକ୍ରେନ ସରକାରଙ୍କ ଅନେକ ନେତା ଏହି ଦୁର୍ଘଟଣା ପାଇଁ ରୁଷକୁ ଦାୟୀ କରିଥିଲେ। ଅନ୍ୟପଟେ ରାଷ୍ଟ୍ରପତି ପୁଟିନଙ୍କ କ୍ଷମା ପ୍ରାର୍ଥନା ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛି।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In