• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଓ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ସିପିଆଇ (ଏମ୍)ର ବିକ୍ଷୋଭ

by Voice of Victims
December 30, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଓ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ସିପିଆଇ (ଏମ୍)ର ବିକ୍ଷୋଭ

ରଣପୁର (ଭିଓଭି): ଅଦିନିଆ ଲଗାଣ ବର୍ଷା ରେ ରଣପୁରରେ ଚାଷୀଙ୍କ ପାଚିଲା ଧାନରେ ପାଣି ମାଡି ଗଜା ହେବା ସହ ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବେଳେ ଚାଷୀମାନେ ମାନସିକ ଭାବେ ଭାଙ୍ଗି ପଡି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅଥଚ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ବିଧି ପାଳନ ପୂର୍ବକ ନିରବଦ୍ରଷ୍ଟା ସାଜିଛନ୍ତି। ସରକାର ବେସାହାରା ଚାଷୀଙ୍କୁ ପ୍ରତିଶୃତି ଦେଇ ମିଛ ଅଭିନୟ କରି ଭୂୟାଁ ବୁଲାଉଛନ୍ତି। ସରକାର ଓ ପ୍ରଶାସନର ଏଭଳି ନିଷ୍କ୍ରିୟତାର ପ୍ରତିବାଦ କରି ସିପିଆଇ(ଏମ) ରଣପୁର ଆଞ୍ଚଳିକ କମିଟି ତରଫରୁ ଆଜି ଶତାଧିକ ଚାଷୀ ଗଜା ଧାନ ଧରି ରଣପୁର ପଞ୍ଚୁଦୋଳ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ସଂଗଠିତ କରାଯାଇଛି। ଦୁଃଶାସନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତାମାନେ ପ୍ରଶାସନ ତରଫରୁ ତଦନ୍ତ, ଚାଷୀଙ୍କୁ କ୍ଷତିପୂରଣ, ଏକର ପିଛା ୨୫ ହଜାର ଟଙ୍କା ପ୍ରଦାନ, ଚାଷୀ ରୂଣ ଛାଡ, ବ୍ୟାପକ ନୂଆ କୃଷି ରୁଣ ପ୍ରଦାନ, ବିନା କଟନୀ ଛଟନୀ ରେ ତୁରନ୍ତ ଚାଷୀଙ୍କଠାରୁ ଧାନ କ୍ରୟ ଏବଂ ୨୦୧୫ର ଚାଷୀ କ୍ଷତିପୂରଣ ରାଶିର ସଂଶୋଧନ ପାଇଁ ଦାବି କରିଥିଲେ। ସରକାର ଏଥିରେ ବ୍ୟତିକ୍ରମ କଲେ ଭବିଷ୍ୟତରେ ଚାଷୀ ଆନ୍ଦୋଳନ କରାଯିବ ବୋଲି ପାର୍ଟି ତରଫରୁ ଚେତାବନୀ ଦିଆଯାଇଛି।

ସେହିଭଳି ସମ୍ବିଧାନର ୭୫ତମ ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଆଲୋଚନା ବେଳେ ରାଜ୍ୟସଭାରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତି ଦେଇଥିବା ଦାୟିତ୍ଵ ହୀନ ମନ୍ତବ୍ୟର ପ୍ରତିବାଦ କରି ବାମପନ୍ଥୀ ଦଳଗୁଡ଼ିକ ଡାକରାରେ ଆଜି ଦେଶ ବ୍ୟାପି ଗୃହ ମନ୍ତ୍ରୀ ଅମିତି ଶାହାଙ୍କ ତୁରନ୍ତ ଇସ୍ତଫା ଦାବିରେ ଅନୁଷ୍ଠିତ ପ୍ରତିବାଦ ପରିପ୍ରେକ୍ଷୀରେ ପାର୍ଟି ତରଫରୁ ଆଜି ପ୍ରଥମେ ଶହୀଦ ରଘୁ-ଦିବାକରଙ୍କ ଶହୀଦ ମଣ୍ଡପ ନିକଟରେ ବିକ୍ଷୋଭ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ମୋଦୀ ସରକାରର ବିଫଳତା ସାଙ୍ଗକୁ ସମ୍ବିଧାନ ବିରୋଧୀ ପଦକ୍ଷେପ କୁ ଦୃଢ ନିନ୍ଦା କରିଥିଲେ ଓ ଅମିତ ଶାହାଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ। ପାର୍ଟି ତରଫରୁ ଏକ ପ୍ରତିନିଧିଦଳ ରଣପୁର ତହସିଲଦାରଙ୍କୁ ଭେଟି ଚାଷୀଙ୍କ ଦାବି ତୁରନ୍ତ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଅମିତ ଶାହାଙ୍କ ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ଆନ୍ଦୋଳନରେ ପାର୍ଟିର ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ବରିଷ୍ଠ ନେତା ଗଙ୍ଗାଧର ଆଚାର୍ଯ୍ୟ, ନିତ୍ୟାନନ୍ଦ ପରିଡା, ସୁରେଶ ସ୍ଵାଇଁ, ଦୁଃଶାସନ ଜେନା, ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କବିରାଜ ପ୍ରଧାନ , ମହିଳା ନେତ୍ରୀ ସଂଯୁକ୍ତା ସେଠୀ, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, ଭିକାରୀ ଚରଣ ସାହୁ, ସବ୍ୟସାଚୀ ସେନାପତି, କୁଳମଣି ପଲେଇ ଓ ବିଜୟ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

Post Views: 71
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In