• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସ୍ୱାଗତଂ ୨୦୨୫: ସଂକଳ୍ପ, ସମ୍ଭାବନା ଓ ସନ୍ଧିକ୍ଷଣର ବର୍ଷ

by Voice of Victims
December 31, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସ୍ୱାଗତଂ ୨୦୨୫: ସଂକଳ୍ପ, ସମ୍ଭାବନା ଓ ସନ୍ଧିକ୍ଷଣର ବର୍ଷ

ଭୁବନେଶ୍ୱର: ସ୍ୱାଗତଂ ୨୦୨୫। ୨୦୨୪ କ୍ୟାଲେଣ୍ଡରର ବଦଳିଛି ପୃଷ୍ଠା। ଏହାର ସ୍ଥାନ ନେଇଛି ନୂଆବର୍ଷ। ନୂଆବର୍ଷର ଆଗମନକୁ ନେଇ ଲୋକେ ବେଶ୍ ଉତ୍ସାହିତ। ହେଲେ ଟେନ୍‌ସନରେ ନେତା ଓ ରାଜନୈତିକ ଦଳ। କାରଣ ନୂଆ ବର୍ଷକୁ ନେଇ ମନରେ ଅନେକ ଅସମାହିତ ପ୍ରଶ୍ନ। ବିଶେଷକରି ‘ଟମ୍ ଓ ଜେରି’ ଭଲି କୋଳାକୋଳି ହେଉଥିବା ବିଜେଡି-ବିଜେପି ପାଇଁ ଅସଲ ପରୀକ୍ଷାର ବେଳ। ନୂଆ ବର୍ଷରେ କେମିତି ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିବ, କେଉଁ ରଣନୀତି ଅବଲମ୍ବନ କରାଯିବ ସେଇ ଉଭୟ ଦଳର ଛାମୁଆ ନେତା ଚିନ୍ତାମଗ୍ନ ଥିବାବେଳେ ନୂଆ ବର୍ଷରେ ନୂଆ ରୂପରେ କଂଗ୍ରେସ ଆବିର୍ଭାବ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ସଂକଳ୍ପ, ସମ୍ଭାବନା ଓ ସନ୍ଧିକ୍ଷଣର ବର୍ଷ ହେବ ନୂଆବର୍ଷ। ଏଭଳି ସ୍ଥିତିରେ କେଉଁ ନେତା ନୂଆବର୍ଷକୁ କେଉଁରୂପରେ ଦେଖୁଛନ୍ତି ତାହା ଆଲୋଚନାର ବିଷୟ। ନୂଆବର୍ଷରେ କି’ଏ କେତେ କ’ଣ ସ୍ୱପ୍ନ ଦେଖିଛି। କିଏ ଅନ୍ୟକୁ ସରପ୍ରାଇଜ୍ ଦେବା ପାଇଁ ନୂଆବର୍ଷରେ ଯୋଜନା କରୁଛି ତ, କିଏ ନିଜର ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରୁଛି। କିଏ ନୂଆ ଘର ନିର୍ମାଣ ପାଇଁ ଶୁଭ ଦେଉଛି ତ, ଆଉ କିଏ ଜମି କିଣିବା, ବିବାହ ପାଇଁ ଦିନ ସ୍ଥିର କରିଛି। ସେମିତି ଛାତ୍ରଛାତ୍ରୀ ପାଠପଢ଼ାରେ ନିମଗ୍ନ ହେଉଛି ତ ରାଜନେତା ଭବିଷ୍ୟତ ଖସଡ଼ା ପ୍ରସ୍ତୁତ କରୁଛି। ନୂଆବର୍ଷର ଏହି ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ ଲୋକେ ଧାର୍ମିକସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ବୁଲୁଥିବାବେଳେ ଯୁବପିଢ଼ି ଭୋଜିଭାତର ମସଗୁଲ୍‌। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ନୂଆବର୍ଷରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳନେତା। ଇଂରାଜୀ ନବବର୍ଷ ୨୦୨୫ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ କହିଛନ୍ତି ଯେ ନୂଆବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରୁ ଆପଣଙ୍କ ଜୀବନ ଶୁଖମୟ ହେଉ। ନୂଆ ସଂକଳ୍ପ ନେଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଶପଥର ବର୍ଷ ହେଉ।’ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ନୂଆବର୍ଷ ଓଡ଼ିଶା ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ମହାପ୍ରଭୁଙ୍କ ଆଶୀଷ ଥାଉ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନୂଆ ବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ଜୀବନ କାମନା କରି କହିଛନ୍ତି ଯେ ‘ବିକଶିତ ଭାରତ ସ୍ୱପ୍ନ ଓ ‘ବିକଶିତ ଓଡ଼ିଶା’ ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ। ୨୦୨୫ ସମସ୍ତଙ୍କ ପାଇଁ ସମ୍ଭାବନା ଓ ନୂତନ ଉଦ୍ମାଦନାର ବର୍ଷ ହେଉ।’ ସେହିପରି ଇଂରାଜୀ ନବବର୍ଷ ୨୦୨୫ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚିନ୍ତ ପୂରଣ ହେବ। ଏହି ଲକ୍ଷ୍ୟ ହାସଲ କରିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। ନୂଆବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ଏଆଇର ବର୍ଷ ହେବ। ବୈଷୟିକ କ୍ଷେତ୍ରରେ ପ୍ୟାପକ ପରିବର୍ତ୍ତନ ଘଟିବ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ପର୍ଯ୍ୟଟନ ଭିତ୍ତିଭୂମିରେ ପରିବର୍ତ୍ତନ ଆସିବ। ନୂତନ ଜୀବନଚର୍ଯ୍ୟାର ରୂପରେଖ ବଦଳିବ। ବିଶ୍ୱବାସୀଙ୍କୁ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ। ହେଲେ ନୂଆବର୍ଷ ନୂଆ ପ୍ରେରଣାର ନୂଆ ମାର୍ଗ ଦେଖାଇବ। ତେଣୁ ନୂତନ ଦକ୍ଷତା ଶିଖିବା, ଭଲ ଅଭ୍ୟାସ କରିବା, ଦୈନିକ ଜୀବନରେ ଶୃଙ୍ଖଳା ଓ ସୃଜନଶୀଳତାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି। ଏଭଳି ଘଡ଼ିସନ୍ଧୀ ମୂହୁର୍ତ୍ତରେ ରାଜନୈତିକ ଦଳର ନେତାମାନେ ‘ହାଇକେଟ୍ ପଲିଟିକ୍ସ’ କାରଣରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ନିଶ୍ଚିତ। ତେଣୁ ନୂଆ ବର୍ଷ ନୂଆ ସନ୍ଧିକ୍ଷଣ ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି।

Post Views: 56
Tags: Welcome 2025: A Year of Resolution
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In