• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରିଲା ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ର ଗଣଦୌଡ଼: ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

by Voice of Victims
January 5, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରିଲା ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ର ଗଣଦୌଡ଼: ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ରଣପୁର (ଭିଓଭି) : ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି | ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ | ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି |

ଚଳିତ ବର୍ଷ ରଣପୁରରୁ ବିଧାୟିକା ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ରଣପୁର ମହୋତ୍ସବ କମିଟି ଅଧକ୍ଷ ଭାବେ ମହୋତ୍ସବକୁ ପରିଚାଳନା କରୁଛନ୍ତି | ରଣପୁର ବାଘସାମନ୍ତ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ସମସ୍ତ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇସାରିଛି | ଆଜି ସକାଳ ୫ ଟାରେ ପ୍ରଭାତ ଫେରି ରାମଧ୍ୱନି ସହିତ ସକାଳ ୮ ଟାରେ ମା ମଣିନାଗ ମନ୍ଦିର ଠାରୁ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଛି |

ଗଣ ଦୌଡ଼ ପୂର୍ବରୁ ମା ମଣିନାଗଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା | ଏହି ଗଣ ଦୌଡ଼ରେ ଭାଗ ନେଇଥିବା ପିଲାମାନଙ୍କୁ ବାଚସ୍ପତି ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ | ପୂର୍ବାହ୍ନ ୧୧ ଘଟିକା ସମୟରେ ରଣପୁର ଅଞ୍ଚଳର ଶହୀଦ ମାଟିରୁ ଅଣାଯାଇଥିବା ମଶାଲକୁ ଧରି ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ଶୋଭାଯାତ୍ରାରେ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ |

ଏହା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ସନ୍ଧ୍ୟା ୬ ଘଟିକାରେ ସଭାକାର୍ଯ୍ୟର କାର୍ଯ୍ୟସୂଚୀ ରହିଛି | ତେବେ ଚଳିତ ବର୍ଷ ରଣପୁର ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ କମିଟି ଅଧକ୍ଷା ସୁରୁମା ପାଢ଼ୀ ଯଥେଷ୍ଟ ପ୍ରୟାସ କରିଥିବା ବେଳେ ଓଡିଶା ଓ ଓଡିଶା ବାହାରୁ ବହୁ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିବା ସହ ସଭାକାର୍ଯ୍ୟ ପାଇଁ ପ୍ରତେକ ଦିନ ଓଡିଶାର ମାନଗଣ୍ୟ ମନ୍ତ୍ରୀମାନେ ଯୋଗଦେବେ ବୋଲି ମହୋତ୍ସବ କମିଟି ତରଫରୁ ସୂଚନା ମିଳିଛି |

ମହାତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସହିତ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ ହୋଇଥିବା ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ସୂଚନା ଦେଇଛନ୍ତି | ଉଦଘାଟନୀ ଦିବସରେ ଓଡିଶୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ସୁର ତାଲ କ୍ରି୍ଏଟିଭ ମେଲୋଡି ସହିତ ବିଭିନ୍ନ ସିନେ କଳାକାର ଯୋଗ ଦେବାର ସୂଚନା ରହିଛି |

Post Views: 124
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In