• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର:ନବୀନ

by Voice of Victims
January 6, 2025
in ମୁଖ୍ୟ ଖବର, ରାଜ୍ୟ
ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର:ନବୀନ

ଭୁବନେଶ୍ୱର: ଏମଏମ(ମୋହନ ମାଝୀ) ସରକାର ମହଙ୍ଗା ମାଡ଼ ସରକାର ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ଵରରେ ହଜାର ହଜାର ବିଜେଡି କର୍ମୀ ଏକତ୍ର ହୋଇ ଦରଦାମ ବୃଦ୍ଧିକୁ ବିରୋଧ କରିବା ସହିତ ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି। ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଆନ୍ଦୋଳନସ୍ଥଳରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି। ଖୋଦ ନବୀନ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ପହଞ୍ଚି କର୍ମୀଙ୍କୁ ମନୋବଳ ବଢ଼ାଇଛନ୍ତି। ସମାବେଶ ସ୍ଥଳରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।ସମାବେଶରେ ସାମିଲ ହେବା ଲାଗି ବିଭିନ୍ନ ଜିଲାରୁ ବିଜେଡି କର୍ମୀମାନେ ଆସି ଲୋୟରପିଏମଜିଠାରେ ପହଞ୍ଚିଥିଲେ। ମାଷ୍ଟରକ୍ୟାଣ୍ଟିନଠାରୁ ଲୋୟର ପିଏମଜି ରାସ୍ତା ଲୋକାରଣ୍ୟ ହୋଇପଡ଼ିଥିଲା। ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଡବଲ ଇଞ୍ଜିନ୍‌ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି କରିଛି ବିଶାଳ ଗଣବିକ୍ଷୋଭ। ଏହି ସମାବେଶରେ ପ୍ରାୟ ୫୦ ହଜାରରୁ ଅଧିକ କର୍ମୀ ଓ ସାଧାରଣ ଲୋକ ଯୋଗଦେଇଛନ୍ତି। ଲୋୟର ପିଏମଜିର ଧାରଣା ସ୍ଥଳ ଲୋକାରଣ୍ୟ ହୋଇଛି।

Post Views: 50
Share199Tweet125Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In