• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡ଼ାନ୍ତ

by Voice of Victims
January 6, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ୱର : ‘ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’କୁ ଆଉ ମଝିରେ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏଥିପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରି ସାରିଛନ୍ତି ରାଜ୍ୟ ସରକାର। ‘ଅତିଥି ଦେବୋ ଭବଃ’- ଭାରତୀୟ ସଂସ୍କୃତିର ଏହି ମହାନ ବାକ୍ୟକୁ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରିସାରିଲାଣି ଓଡ଼ିଶା। ଆସୁଛନ୍ତି ବିଶ୍ୱବ୍ୟାପୀ ଅତିଥି, ଦେଖିବେ ଓଡ଼ିଶାର ଆତିଥେୟତା। ଓଡ଼ିଆ ଘରେ ରହିବେ, ଓଡ଼ିଆଙ୍କ ପାରମ୍ପରିକ ଚଳଣୀକୁ ବେଶ ପାଖରୁ ଦେଖିବେ ପ୍ରବାସୀ ଭାରତୀୟ ଅତିଥି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ହୋଟେଲ, ଲଜ୍ ଓ ସରକାରୀ ଅତିଥିଶାଳା ବ୍ୟତୀତ ଅନ୍ତର୍ଜାତୀୟ ଅତିଥିଙ୍କ ପାଇଁ ସାଧାରଣ ବ୍ୟକ୍ତିବିଶେଷଙ୍କ ଘରେ ହୋମ ଷ୍ଟେ’ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, ପୁରୀ, କଟକ ଭଳି ପର୍ଯ୍ୟଟନବହୁଳ ସହର ଗୁଡିକୁ ବୁଲି ଦେଖିବାର ସୁଯୋଗ ପାଇବେ ପ୍ରବାସୀ ଭାରତୀୟମାନେ । ୩୧ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ଅନ୍ତର୍ଜାତୀୟ ଅତିଥି। ସେମାନଙ୍କୁ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ବୁଝାଇବାକୁ ୩ ଭାଷାରେ ପ୍ରବୀଣ ଗାଇଡମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ସଡ଼କ ପଥରେ କୋଣାର୍କ ଯାଇ ଇକୋ-ରିଟ୍ରିଟରେ ରାତ୍ରିଯାପନ କରିଛନ୍ତି। ମଙ୍ଗଳବାର ସକାଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ବାହାରିବେ କେନ୍ଦ୍ରମନ୍ତ୍ରୀ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁନାଥପୁର ଯିବେ। ସେଠାରୁ ଅପରାହ୍ନରେ ଧଉଳି ଆଭିମୁଖ୍ୟ ଆସିବେ। କେନ୍ଦ୍ରମନ୍ତ୍ରୀ ଶାନ୍ତିସ୍ତୁପରୁ ଫେରି ମହାଦେବ ଲିଙ୍ଗରାଜଙ୍କ ଦର୍ଶନ ଲାଗି ଏକାମ୍ର କ୍ଷେତ୍ର ଯିବେ। ଦର୍ଶନ ପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରାତ୍ରିଯାପନ କରିବେ। ୮ ଓ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ୧୦ ତାରିଖ ସକାଳେ ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅନ୍ୟପକ୍ଷରେ ରାଜଧାନୀରେ ୩ ଦିନ ଧରି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇଛି ଟ୍ରାଫିକ୍ ଆଡଭାଇଜରି। ଆସନ୍ତା ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍‌. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ଯ୍ୟନ୍ତ କଟକଣା ଜାରି ରହିଛି।

Post Views: 174
Share199Tweet125Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In