• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ, ୮ ଯବାନ ସହିଦ୍‌

by Voice of Victims
January 6, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ସେନା ଗାଡ଼ି ଉଡାଇଦେଲେ ମାଓବାଦୀ, ୮ ଯବାନ ସହିଦ୍‌

ରାୟପୁର: ଛତିଶଗଡ଼ ମାଓବାଦୀ ଗୋଷ୍ଠୀ ଏବେ ରକ୍ତମୁଖା ହୋଇପଡିଛନ୍ତି। ରିପୋର୍ଟ ଅନୁସାରେ ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ ରାସ୍ତାରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିବା ପୂର୍ବକ ସେନା ଯବାନଙ୍କ ଏକ ସ୍କର୍ପିଓ ଗାଡ଼ିକୁ ଉଡ଼ାଇଦେଇଛନ୍ତି। ଅପରାହ୍ନ ୨.୧୫ ସମୟରେ ଘଟିଥିବା ଏହି ବିସ୍ଫୋରଣରେ ୯ ସୁରକ୍ଷାକର୍ମୀ ସହିଦ୍ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୮ଜଣ ଦାନ୍ତେୱାଡା ଡିଆରଜି ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭର ସାମିଲ ଅଛନ୍ତି। ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୫୦ ଫୁଟ ଉପରକୁ ଯବାନଙ୍କ ଗାଡ଼ି ଉଡିଯାଇଥିଲା। ବସ୍ତର ଆଇଜି ସୁନ୍ଦରରାଜ ପଟ୍ଟିଲିଙ୍ଗମ୍‌ଙ୍କ ସୂଚନା ଅନୁସାରେ, ଡିଆରଜି ଯବାନମାନେ ଆଜି ଭୋର ସମୟରେ ଏକ ସ୍ୱତନ୍ତ୍ର ମାଓବିେରୋଧୀ ଅପରେସନରେ ଯାଇଥିଲେ। ଦାନ୍ତେୱାଡା, ନାରାୟଣପୁର ଓ ବିଜାପୁରରେ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ। କୁଟ୍ରୁ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଆମ୍ବେଲି ଗାଁ ନିକଟ ଦେଇ ଯବାନ୍‌ଙ୍କ ଗାଡ଼ି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। କେବଳ ସେତିକି ନୁହେଁ ବିସ୍ଫୋରଣ ଘଟାଇସାରିବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଯବାନ୍‌ଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ତେବେ ସିଆରପିଏଫ୍‌, କୋବ୍ରା ଓ ଡିଆରଜିର ଏକ ସ୍ୱତନ୍ତ୍ର ଟିମ୍ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରିଥିବା ଆଇଜି ସୁନ୍ଦରରାଜ କହିଛନ୍ତି। ଅନ୍ୟପକ୍ଷେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ଯବାନ୍‌ଙ୍କ ଗାଡ଼ି ଏକ ଆଣ୍ଟି ଲାଣ୍ଡମାଇନ ଗାଡି ହୋଇନଥିବାରୁ ଏତେ ସଂଖ୍ୟକ ଯବାନ୍ ସହିଦ୍ ହୋଇଥିବା ମତ ପ୍ରକାଶ ପାଇଛି। ପ୍ରକାଶ, ସୋମବାର ଭୋର୍ ସମୟରେ ଅବୁଜହମାଦ ଅଞ୍ଚଳରେ ପୁଲିସ୍ ଗୁଳିରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ୨ ମହିଳା କ୍ୟାଡର ରହିଥିଲେ। ଏହି ଘଟଣା ପରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ସୁତରାଂ ମାଓବାଦୀମାନେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏପରି କରିଥିବା ଅନୁମାନ କରାଯାଉଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଯବାନ୍‌ଙ୍କ ବଳିଦାନ ବୃଥା ଯିବାକୁ ଦିଆଯିବନାହିଁ ବୋଲି କହିଛନ୍ତି। ସହିଦ୍‌ଙ୍କ ପରିବାର ସହ ପୁରା ଦେଶ ଛିଡା ହୋଇଛି ବୋଲି ଶାହ କହିଛନ୍ତି। ଏଥିସହ ୨୦୨୦୬ ମାର୍ଚ୍ଚ ସୁଦ୍ଧା ଦେଶର ସବୁପ୍ରାନ୍ତରୁ ମାଓବାଦ ଓ ମାଓବାଦୀଙ୍କୁ ଶେଷ କରିଦିଆଯିବ ବୋଲି ପୁଣିଥରେ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ମଧ୍ୟ ଏହି ଘଟଣାରେ ଗଭୀର ଶୋକବ୍ରକ୍ତ କରି ମାଓବାଦୀଙ୍କ ଏପ୍ରକାର ବର୍ବୋରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଗତ କିଛିଦିନ ଧରି ଛତିଶଗଡ଼ରେ ମାଓବାଦୀ-ସୁରକ୍ଷା କର୍ମୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ରବିବାର ପ୍ରକାଶ, ଗତ ୧ ମାସ ମଧ୍ୟରେ ପ୍ରାୟ ୨୦ଜଣ ମାଓବାଦୀ ପୁଲିସ୍ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ କାଗାରକୁ ବିରୋଧ କରି ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ଜଣାପଡିଛି।

Post Views: 151
Tags: Army vehicles were blown up by Maoists
Share201Tweet126Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In